ଗଞ୍ଜାମ ଜ଼ିଲାପାଳ ଫାଦର୍ସ ଡେ’ରେ ବାପାଙ୍କ କଥାକୁ ମନେପକାଇଲେ

ଛତ୍ରପୁର (ଓ୍ବାଇଏନ୍ଏସ୍) : ମା ସିନା ଜନ୍ମ ଦେଇ ଦୁନିଆର ଆଲୋକ ଦେଖାଇଥାନ୍ତି ହେଲେ ବାପା ଭଲ ମଣିଷଟିଏ ହେବାର ମାର୍ଗ ଦର୍ଶନ ଦେଇଥାନ୍ତି । ଆଜି ପିତା ତଥା ବାପା ଦିବସ ଅବସରରେ ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତା କୂଲାଙ୍ଗେ ନିଜ ବାପାଙ୍କୁ ମନେ ପକାଇଛନ୍ତି । ଜଣେ ଆଦର୍ଶ ବ୍ୟକ୍ତିଙ୍କ ସୁଯୋଗ୍ୟ ସନ୍ତାନ ଶ୍ରୀ କୁଲାଙ୍ଗେ ନିଜ ବାପାଙ୍କ ମାର୍ଗ ଦର୍ଶନ ଓ ସ୍ନେହାଶୀଷ ବିଷୟ ସ୍ମୃତିଚାରଣ କରିଛନ୍ତି । ଟ୍ୱିଟ ମାଧ୍ୟମରେ ଶ୍ରୀ କୁଲାଙ୍ଗେ ନିଜ ବାପାଙ୍କ ସହ ଥିବା ଫଟୋ ସେର କରିବା ସହ ଉଲ୍ଲେଖ କରିଛନ୍ତି ଯେ ” ବାପା ମୋତେ ଅତ୍ୟାବଶ୍ୟକୀୟ ଏବଂ ଅଣ ଅତ୍ୟାବଶ୍ୟକୀୟ ମଧ୍ୟରେ ପାର୍ଥକ୍ୟ ସର୍ବଦା ବୁଝାଇଥିଲେ । ତେଣୁ ଜୀବନରେ କେବେ ଅତ୍ୟାବଶ୍ୟକୀୟ ଜିନିଷର ଅଭାବ ଅନୁଭବ ମୁ କରିନାହିଁ ବୋଲି ପ୍ରକାଶ କରିଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ