ଗଞ୍ଜାମ ଜିଲ୍ଲାପାଳ ଭାବେ ଦାୟୀତ୍ୱ ଗ୍ରହଣ କଲେ ଦିବ୍ୟଜ୍ୟୋତି ପରିଡା

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ) : ଗଞ୍ଜାମ ଜିଲ୍ଲାପାଳ ଭାବେ ଦିବ୍ୟ ଜ୍ୟୋତି ପରିଡା ସୋମବାର ପୂର୍ବାହ୍ନରେ ଦାୟୀତ୍ୱ ଗ୍ରହଣ କରିଛନ୍ତି  । ଛତ୍ରପୁର ସ୍ଥିତ ଜିଲ୍ଲାପାଳଙ୍କ ସଦ୍ଭାବନା ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥ ସମସ୍ତ ଅଧିକାରୀ ଓ କର୍ମଚାରୀଗଣ ଉପସ୍ଥିତ ରହି ନୂତନ ଜିଲ୍ଲାପାଳଙ୍କୁ ସ୍ବାଗତ କରିବା ସହିତ ବିଦାୟୀ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ  । ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍ ଉଭୟ ଜିଲ୍ଲାପାଳଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ  । ନୂତନ ଜିଲ୍ଲାପାଳ ଭାବେ ଦାୟୀତ୍ବ ଗ୍ରହଣ କରି ଦିବ୍ୟଜ୍ୟୋତି ପରିଡା ନିଜ ବକ୍ତବ୍ୟରେ ଗଞ୍ଜାମ ଜିଲ୍ଲାକୁ ଗୁରୁତ୍ବର ସହ ନେଇ କାର୍ଯ୍ୟ କରିବେ  । ଜିଲ୍ଲାରେ ପୂର୍ବରୁ ଯେଉଁ ସବୁ କାର୍ଯ୍ୟମାନ ହୋଇଛି ସେଗୁଡିକ ନିଶ୍ଚିତ ଭାବେ ତ୍ୱରାନ୍ବୀତ କରିବେ  । ସରକାରଙ୍କର ଫାଇଭ୍-ଟି ଅନ୍ତର୍ଗତ କାର୍ଯ୍ୟଧାରାରେ ସମସ୍ତ କାର୍ଯ୍ୟକୁ କରିବା ସକାଶେ  ତାଙ୍କର ପ୍ରଚେଷ୍ଟା ଜାରି ରହିବ ବୋଲି ଜଣାଇଛନ୍ତି  । କାର୍ଯ୍ୟାଳୟ ରେ ଯୋଗଦାନ ପରେ ଗ୍ରାମ୍ୟ ଉନ୍ନୟନମ ସଂସ୍ଥା ଜଉଗଡ ସମ୍ମିଳନୀ କକ୍ଷରେ ଚାଲିଥିବା ଦିବ୍ୟାଙ୍ଗ ଜନ ସମାଧାନ କେନ୍ଦ୍ରରେ ଉପସ୍ଥିତ ରହି ଶୁଣାଣୀ କରି ୩ ଜଣ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ତିନି ଚକିଆ ସାଇକେଲ ଆବଣ୍ଟନ, ୩ ଜଣଙ୍କୁ ଡି.ଆର୍.ଆଇ. ଲୋନ୍ ବଣ୍ଟନ କରିଥିଲେ  । ସେହିଠାରୁ ଜିଲ୍ଲାର ଆରାଧ୍ୟ ଦେବୀ ମା ତାରାତାରିଣୀଙ୍କ ଦର୍ଶନ ନିମନ୍ତେ ଗସ୍ତ କରିଥିଲେ  ଓ ମା ଙ୍କ ଆଶୀର୍ବାଦ କାମନା କରିଥିଲେ  । ଆଜିର ଏହି ସ୍ବାଗତ ପର୍ବରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଓ୍ବ କୀର୍ତ୍ତି ଓ୍ବାସନ୍, ବ୍ରହ୍ମପୁର ମହାନଗର ନିଗମ କମିଶନର ଜେ ସୋନାଲ୍, ଅତିରିକ୍ତ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟିଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଏବଂ କାର୍ଯ୍ୟାଳୟର କର୍ମଚାରୀଗଣ  ଉପସ୍ଥିତ ଥିଲେ  ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ