ଗଞ୍ଜାମ ଜିଲ୍ଲାର ଏକ ଜନପଦ ଏକ ଉତ୍ପାଦ

ଗଂଜାମ, (ବିନୋଦ ପଲାଇ):ଭାରତ ସରକାରଙ୍କ ଦ୍ୱାରା ଅନୁମୋଦିତ ୱାନ ଡିଷ୍ଟ୍ରିକ୍ଟ ୱାନ ପ୍ରୋଡକ୍ଟ ରୂପେ ମଶ୍ଚ୍ୟ ଜାତ ଦ୍ରବ୍ୟ ମାନ୍ୟତା ପାଇଛି l ଏହି ପରିପ୍ରେକ୍ଷୀରେ ଭାରତୀୟ ଡାକବିଭାଗର ନିଷ୍ପତି ପ୍ରକାରେ ଓଡିଶା ଡାକ ପରିମଣ୍ଡଳ ର ଚିଫ ପୋଷ୍ଟ ମାଷ୍ଟର ଜେନେରାଲ ଶ୍ରୀ ଶୁଭେନ୍ଦୁ କୁମାର ସ୍ୱାଇଁ ଙ୍କ ନିର୍ଦେଶ କ୍ରମେ ବ୍ରହ୍ମାପୁର ଡାକ ମଣ୍ଡଳ ର ବରିଷ୍ଠ ଡାକ ଅଧିକ୍ଷକ ଶ୍ରୀ ତାରିଣୀ ଚରଣ ପାଢ଼ୀ ଙ୍କ ପ୍ରେରଣା ରେ ପୋଷ୍ଟାଲ ଆସିଷ୍ଟାଣ୍ଟ ଗୌର ହରି ପଣ୍ଡା ଙ୍କ ଉଦ୍ୟମରେ ମା ରାମଚଣ୍ଡୀ ଫାଉଣ୍ଡେସନ ର ଚେଇରମ୍ୟlନ ତଥା ମେନେଏଇଜିଙ୍ଗି ଡାଇରେକ୍ଟର ଶ୍ରୀ ରବୀନ୍ଦ୍ର କୁମାର ଗୌଡ଼ ଙ୍କ ଦ୍ୱାରା ପ୍ରସ୍ତାବିତ ହୂମ୍ମା ଡ୍ରାଇ ଫିସ କ୍ଲଷ୍ଟର ର ଉତ୍ପାଦିତ ମସ୍ଚ୍ୟଜାତ ଉତ୍ପାଦ ଯଥା ମାଛ ମିକ୍ଚର , ମାଛ ପକୋଡା ,ଚିଙ୍ଗୁଡ଼ି ମିକ୍ଚର, ଚିଙ୍ଗୁଡ଼ି ପକୋଡା , ଶୁଖୁଆ ତଥା ଦକ୍ଷିଣ ଓଡ଼ିଶାର ସର୍ବପୁରାତନ ତଥା ଏସିଆ ମହାଦେଶ ର ସର୍ବ ବୃହତ ଶୁଖୁଆ ସାପ୍ତାହିକ ହlଟ ରେ ଉପଲବ୍ଧ ମସ୍ଚ୍ୟଜାତ ଦ୍ରବ୍ୟ ଇତ୍ୟାଦି ଉପରେ ସମ୍ବଳିତ ଏକ ସ୍ୱତନ୍ତ୍ର ଡାକ ଲଫାଫା ସି ପି ଏମ ଜି ଶ୍ରୀ ସ୍ୱାଇଁ ଙ୍କ ଅନୁମୋଦନ କ୍ରମେ ପୂର୍ବତନ ଗଞ୍ଜାମ ପାଞ୍ଚୟତ ସମିତି ଅଧ୍ୟକ୍ଷ ତଥା ଗଞ୍ଜାମ ପଂଚାୟତ ସମିତି ଅଧ୍ୟକ୍ଷl ଙ୍କ ଶର୍ମିଷ୍ଠାପ୍ରଧାନ ଙ୍କ ପ୍ରତିନିଧି ଶ୍ରୀ ସୁରଥ ପାହାନ ଙ୍କ କରକମଳରେ ବରିଷ୍ଠ ଡାକ ଅଧିକ୍ଷକ ଶ୍ରୀ ପାଢ଼ୀଙ୍କ ପୌରାହିତ୍ୟ ରେ ଜାତୀୟ ଡାକସପ୍ତାହ ର ଡାକଟିକଟ ସଂଗ୍ରହ ଦିବସ ଅବସର ରେ ଗୋଖରକୁଦା ସ୍ଥିତ ହୁମl ଡ୍ରାଇ ଫିସ କ୍ଲଷ୍ଟର ଠାରେ ଉନ୍ମୋଚିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମ ରେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ସଂଯୁକ୍ତା ପ୍ରଧାନ, ଗଞ୍ଜାମ ଜିଲ୍ଲା ପରିଷଦ ସଭ୍ୟ ପନ୍ଦର ନମ୍ବର ଜୋନ୍ ସଦସ୍ୟ ସନାତନ ବେହେରା,ହୂମ୍ମା ସରପଞ୍ଚ ଶ୍ରୀମତୀ ଜାନକୀ ଦାସ, ସ୍ଥାନୀୟ ନାଏବ ସରପଞ୍ଚ ତଥା ଗଣମାଧ୍ୟମ ପ୍ରତିନିଧି ଶ୍ରୀକୃଷ୍ଣ ଚନ୍ଦ୍ର ପ୍ରଧାନ ସମିତି ସଭ୍ୟl ଉଷାରାଣୀ ପ୍ରଧାନ ପ୍ରଭୃତି ଲୋକ ପ୍ରତିନିଧି, ଡାକ ବିଭାଗ ତରଫରୁ ସହକାରୀ ଡାକ ଅଧିକ୍ଷକ କିରଣ ଵାଳା ପଣ୍ଡା, ସଞ୍ଜୟ କୁମାର ଦୋରା, ହୂମ୍ମା ଭାରପ୍ରାପ୍ତ ଉପ ଡାକ ପାଳ ପ୍ରକାଶ ଚନ୍ଦ୍ର ସ୍ୱାଇଁ, ଅଭେରସିଓର ଦେବରାଜ ନାୟକ , ନଳିନୀ କର ,ବିଭିନ୍ନ ଶାଖା ଡାକଘର କର୍ମଚାରୀ ତଥା ମସ୍ଚ୍ୟଜିବି ମାନଙ୍କ ପ୍ରତିନିଧି ବି ବାବାଜୀ, ଡବ୍ଲ ସୀମାଦ୍ରୀ ଙ୍କ ସମେତ ବହୁ ମସ୍ଚ୍ୟଜିବି ଯୋଗ ଦେଇଥିଲେ l ଉଣେଇଶ ତିରିଶ ମସିହାରେ ଗାନ୍ଧିଜୀ ଙ୍କ ଡାକରା ହୋଇଥିବା ଲବଣ ସତ୍ୟାଗ୍ରହ ରେ ହୁମା ଅଞ୍ଚଳ ପ୍ରତିଦାନ ଇତିହାସ ର ସ୍ଵର୍ଣlକ୍ଷର ରେ ଲିଖିତ ହୋଇ ରହିଛି, ଏହି ଡାକ ଲଫାଫା ଉନ୍ମୋଚନ ଇତିହାସ ଅନ୍ୟ ଏକ ପୃଷ୍ଠା ଯୋଡିବା ସହ ଏହି ଅଂଚଳ ର ମସ୍ଚ୍ୟଜାତ ଦ୍ରବ୍ୟ ର ଚାହିଦା କୁ ସାରା ଦେଶରେ ପ୍ରଚାର ପ୍ରସାର ପୂର୍ବକ ମସ୍ଚ୍ୟଜିବି ମାନଂକର ଅର୍ଥନୈତିକ ବିକାଶ ରେ ସହାୟକ ହେବ ବୋଲି ଅତିଥି ମାନେ ମତବ୍ୟକ୍ତ କରିବା ସହ ଡାକ ବିଭାଗ ଏହି ଉଦ୍ୟମ ର ଭୁରିୟସୀ ପ୍ରଶଂସା କରିଥିଲେ l ଅନ୍ୟ ପକ୍ଷ ରେ ସାରା ରାଜ୍ୟ ରେ କେବଳ ବ୍ରହ୍ମପୁର ଡାକ ମଣ୍ଡଳ ସର୍ବ ପ୍ରଥମେ ଓ ଡି ଓ ପି ଉପରେ ଡାକଟିକଟ ସଂଗ୍ରହ ଦିବସ ରେ ଏହି ଡାକ ଲଫଫା ଉନ୍ମୋଚନ ସକାଶେ ସଫଳ ହେବା ଦିଗରେ ପ୍ରସ୍ତାବକ ଶ୍ରୀ ଗୌଡ଼ ଓ ଗଙ୍ଗାଦେବୀ ଫାଉଣ୍ଡସନ ର ସମ୍ପାଦକ ଏ କେ ମହାପାତ୍ର ଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ, ଡାକ ସେବକ ଶଶିଭୂଷଣପ୍ରଧାନ ଡାକ ଟିକଟ ସଂଗ୍ରାହକ ଡ. ପ୍ରାଣଚାନ୍ଦ ପଣ୍ଡା,ଶ୍ରୀ ଦିଲ୍ଲୀପ କୁମାର ପଣ୍ଡା ଶ୍ରୀ ରମେଶ ଚନ୍ଦ୍ର ପୁରୋହିତ ସୁଶ୍ରୀ ପ୍ରିୟ ଦର୍ଶୀନି ପୁରୋହିତ ପ୍ରଭୃତି କାର୍ଯ୍ୟକ୍ରମ ରେ ସହଯୋଗ କରିଥିବା ବେଳେ ଯୋଗେଶ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l କାର୍ଯ୍ୟକ୍ରମ କୁ ଡାକ ସହାୟକ ତଥା ବିଜିନେସ ଏକୁଜିଟିଭ ଗୌରହରି ପଣ୍ଡା ସଞ୍ଜୋଜନl କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ