ଗଞ୍ଜାମ ଜିଲ୍ଲାର ବିଭିନ୍ନ ଥାନା ଅଂଚଳରେ ଯାଂଚ : ୩ଲକ୍ଷ ୭୪ ହଜାର ୭ ଶହ ଟଙ୍କା ଜରିମାନା ଆଦାୟ

ଛତ୍ରପୁର (ଦେବଦତ୍ତ ମହାରଣା): ଗଞ୍ଜାମ ଜିଲ୍ଲାର ବିଭିନ୍ନ ଥାନା ଅଂଚଳରେ ଯାଂଚ କରାଯାଇ ଟ୍ରାଫିକ ନିୟମ ଅବମାନନା ଓ ବିନା ମାସ୍କ ଧାରୀ ମାନଙ୍କ ଠାରୁ ୩ ଲକ୍ଷ ୭୪ ହଜାର ୭ ଶହ ଟଙ୍କା ଜରିମାନା ଆଦାୟ କରାଯାଇଛି । ଦୁଇ ଜଣଙ୍କ ଡ୍ରାଇଭିଙ୍କ ଲାଇସେନ୍ସ କୁ ସିଜ୍ କରାଯାଇଛି । ସେହିଭଳି ଜିଲ୍ଲାର ବିଭିନ୍ନ ଥାନା ରେ ୮ ଟି ଅବକାରୀ ମାମଲା ରୁଜୁ କରାଯାଇ ୨୩୩.୭ ଲିଟର ମଦ ଜବତ କରାଯାଇ ୮ ଜଣଙ୍କୁ ଗିରଫ୍ କରାଯାଇଥିବା ପୋଲିସ୍ ମୁଖ୍ୟାଳୟରୁ ଟୁଇଟ ଯୋଗେ ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ