ଛତ୍ରପୁରରେ ପ୍ରବାଦ ପୁରୁଷ ବିଜୁବାବୁଙ୍କ ୨୪ତମ ଶ୍ରାଦ୍ଧବାର୍ଷିକୀ ପାଳିତ
ଛତ୍ରପୁର (ଦେବଦତ୍ତ ମହାରଣା): ଆଜି ହେଉଛି ପ୍ରବାଦ ପୁରୁଷ ମହାନ୍ ଜନ ନାୟକ ସ୍ୱର୍ଗତ ବିଜୁ ବାବୁଙ୍କ ଶ୍ରାଦ୍ଧ ବାଷିକ । ଛତ୍ରପୁର ନିର୍ବାଚନମଣ୍ଡଳୀର ବିଜୁ ଜନତା ଦଳ ପକ୍ଷରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ମହାନ୍ ଜନନାୟକ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୪ତମ ଶ୍ରାଦ୍ଧ ବାର୍ଷିକୀ ଛତ୍ରପୁର ଠାରେ ପାଳିତ ହୋଇଯାଇଛି । ସ୍ଥାନୀୟ ଲୋୟର ବସଷ୍ଟାଣ୍ଡ୍ ସ୍ଥିତ ବିଜୁ ବାବୁଙ୍କ ପ୍ରତିମୂର୍ତିରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ନିର୍ବାଚନମଣ୍ଡଳୀର ନେତା ଓ କର୍ମୀମାନେ ପୁଷ୍ପମାଲ୍ୟ ଅର୍ପଣ କରି ପ୍ରତିମୁର୍ତ୍ତି ନିକଟରେ ଧୂପ ଦୀପ ଲଗାଇ ବିଜୁ ବାବୁଙ୍କ ସ୍ମୃତିଚାରଣ କରିଥିଲେ । ଏହି ଅବସରରେ କରୋନାରୁ କିପରି ଲୋକମାନେ ଦୂରେଇ ରହିବେ ସେଥି ନିମନ୍ତେ ଏକ ମାସ୍କ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିନା ମାସ୍କଧାରୀମାନଙ୍କୁ ମାସ୍କ ବଂଟନ କରିବା ସହ ଲୋକମାନଙ୍କୁ ମାସ୍କ ପିନ୍ଧିବା ଉପରେ ବିଧାୟକ ଶ୍ରୀ ବେହେରା ସଚେତନା କରାଇଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ଆଦିକନ୍ଦ ସେଠୀ,ଛତ୍ରପୁର ବ୍ଲକ୍ ଅଧ୍ୟକ୍ଷ ଏମ୍. ଧନଞ୍ଜୟ ରେଡ୍ଡି, ଛତ୍ରପୁର ବ୍ଲକ୍ ଉପାଧ୍ୟକ୍ଷ ଅମିତା ସାହୁ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଭଗବାନ ବେହେରା, ଗଞ୍ଜାମ ବ୍ଲକ୍ ର ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ସୁରଥ ଚନ୍ଦ୍ର ପ୍ରଧାନ, ପୂର୍ବତନ ସାଂସଦ ପ୍ରତିନିଧି ବଟକୃଷ୍ଣ ପଣ୍ଡା , ଜି. ପାପା ରାଓ ଓ ସୁଧୀର କୁମାର ପାଢୀ, ପୂର୍ବତନ ଏନଏସି ଉପାଧ୍ୟକ୍ଷ ପ୍ରଦୋଷ କୁମାର ବେହେରା, ପୂର୍ବତନ କାଉନସିଲର ବି.ରାଜୁବାବୁ, ଟି. ଚନ୍ଦ୍ରଶେଖର ରାଓ, କିଶୋର ଚନ୍ଦ୍ର ସେନାପତି ଓ ରାଜେଶ କୁମାର ସାହୁ, ଛାତ୍ର ବିଜୁ ଜନତା ଦଳର ରାଜ୍ୟ ସମ୍ପାଦକ ବିମଳ କୁମାର ପଣ୍ଡା, ବିଜୁ ଶ୍ରମିକ ସାମୁଖ୍ୟର ଜିଲ୍ଲା ଉପସଭାପତି ଶଙ୍କର ଦାଶ, ,ଯୁବନେତା ଅଟଳ ବିହାରୀ ପଟ୍ଟନାୟକ , ସନମୁଖ ପଟ୍ଟନାୟକ, ଆର.ସନ୍ତୋଷ ରେଡ୍ଡୀ, ସିଏଚ୍.ମନୋଜ ରେଡ୍ଡୀ ଓ ଏନ.କାମରାଜୁ ରେଡ୍ଡୀ, ପୂର୍ବତନ ସମିତି ସଭ୍ୟ ବନବାସୀ ଖୁଂଟିଆ ଓ ସୁଶାନ୍ତ କୁମାର ସାହୁ, ପୂର୍ବତନ ବିଜେଡି ଛତ୍ରପୁର ବ୍ଲକ୍ ସଭାପତି ପ୍ରବାସୀ ପ୍ରଧାନ, ସରକାରୀ ଓକିଲ ଭୈରବୀ କୁମାର ପଟ୍ଟନାୟକ, ମନୋଜ କୁମାର ପାଢ଼ୀ, ସୁରେଶ କୁମାର ପଣ୍ଡା, ଡ଼ମିନାଥ ସାହୁ , ପ୍ରଦୀପ କୁମାର ପାତ୍ର ଓ କାଳୀପ୍ରସାଦ ଦାଶ, ସରପଞ୍ଚ ଏସ.ଚକ୍ରପାଣି ରେଡ୍ଡୀ, ପୀତାମ୍ବର ପଣ୍ଡା , ଶରତଖୁଣ୍ଟିଆ, ସୁକାନ୍ତ ନାହାକ, ପୂର୍ବତନ ରମ୍ଭା ଏନଏସି ଅଧ୍ୟକ୍ଷା ସୈାଦାମନୀ ବିଶ୍ୱାଳ, ବନବାସୀ ନାହାକଙ୍କ ସମେତ ନିର୍ବାଚନ ମଣ୍ଡଳୀର ବହୁ ନେତା ଓ କର୍ମୀମାନେ ଉପସ୍ଥିତ ରହି ବିଜୁ ବାବୁଙ୍କ ସ୍ମୃତିଚାରଣ କରିବା ସହ ମାସ୍କ ସଚେତନତା କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିଲେ ।


