ଗଞ୍ଜାମ ଜିଲ୍ଲାର ବିଭିନ୍ନ ବିକାଶମୂଳକ କାର୍ଯ୍ୟକୁ ବୁଲି ଦେଖିଲେ କଳାହାଣ୍ଡି, ଖୋର୍ଦ୍ଧା ଓ ବୌଦ୍ଧ ଜିଲ୍ଲାର ଅଧିକାରୀ ମାନେ
ଛତ୍ରପୁର, (ଦେବଦତ୍ତ ମହାରଣା):ଗଞ୍ଜାମର ବିକାଶ ମଡେଲକୁ ଓଡିଶାର ଅନ୍ୟ ସମସ୍ତ ୨୯ ଜିଲ୍ଲାରେ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଗଞ୍ଜାମ ଜିଲ୍ଲାରେ ଚ ୫-ଟି ପ୍ଲାଟ ଫର୍ମ ମାଧ୍ୟମରେ ହୋଇଥିବା ଏବଂ ଚାଲିଥିବା ବିକାଶମୂଳକ ଉନ୍ନୟନ କାର୍ଯ୍ୟକୁ ୨୯ଟି ଜିଲ୍ଲାର ଡିଆରଡିଏ ପିଡି, ବିଡିଓ ଓ ସହକାରୀ ଯନ୍ତ୍ରୀ ମାନେ ଆଜି ଠାରୁ ଅକ୍ଟୋବର ୨୫ ତାରିଖ ପର୍ଯ୍ୟନ୍ତ ୧୨ଟି ପର୍ଯ୍ୟାୟରେ ୨୯ ଜିଲ୍ଲାର ୭୨୧ ଜଣ ଅଧରକାରୀ ଏବଂ ଷ୍ଟାଫ୍ ଗଞ୍ଜାମ ଜିଲ୍ଲା ପରିଦର୍ଶନ କରିବା ନିମନ୍ତେ ଧାର୍ଯ୍ୟ କରାଯାଇଥିବା ବେଳେ ଆଜି ପ୍ରଥମ ଦିନରେ କଳାହାଣ୍ଡି, ବୌଦ୍ଧ ଓ ଖୋର୍ଦ୍ଦା ଜିଲ୍ଲାର ୬୬ ଜଣ ଅଧିକାରୀ ଗଞ୍ଜାମ ଗସ୍ତରେ ଆସି ତିନୋଟି ଟିମ୍ ରେ ବିଭକ୍ତ ହୋଇ ଜିଲ୍ଲାରେ ଚାଲିଥିବା ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ବିଭିନ୍ନ ପର୍ଯ୍ୟଟନ ସର୍କିଟ, ପୋଖରୀ ଉନ୍ନତି କରଣ ଓ ସୌନ୍ଦର୍ଯ୍ୟକରଣ, ଗ୍ରାମାଂଚଳ ମଡେଲ ପାର୍କ, ମିଶନ ଶକ୍ତି ବିଲଡିଂ, ଗ୍ରାମରେ ପ୍ରତିଷ୍ଠା ହୋଇଥିବା ଜିମ୍, କ୍ୟାଟେଲ ହଷ୍ଟେଲ, ବିଜୁ ପଂଚାୟତ ପାଠାଗାର, ମଡେଲ ପୋଖରି, ଅଙ୍ଗନବାଡି କେନ୍ଦ୍ର, ଭ୍ୟୁ ପଏଣ୍ଟ, କଲ୍ୟାଣ ମଣ୍ଡପ, ଦେଶି କୁକୁଡା ଫାର୍ମ, ସ୍କୁଲ ରୁପାନ୍ତିକରଣ କାର୍ଯ୍ୟକ୍ରମରେ ମଡେଲ ହାଇସ୍କୁଲ ପରିଦର୍ଶନ କରିଥିବା ବେଳେ ବୁଧୁବାର ଅପରାହ୍ନରେ ଛତ୍ରପୁର ଆସି ଡିଆରଡିଏ ସ୍ଥିତ ଗଞ୍ଜାମ ହାଟ ବୁଲି ଦେଖିବା ସହ ଜିଲ୍ଲାର ଏସଏଚଜି ମା ମାନେ କରିଥିବା ବିଭିନ୍ନ ସାମଗ୍ରୀ ତନଖି ଦେଖିଥିଲେ । ପରେ ସ୍ଥାନୀୟ ଜିଲ୍ଲା ପରିଷଦ ଭବନ ପରିସରରେ ଥିବା ଋଷିକୁଲ୍ୟା ସମ୍ମିଳନୀ କକ୍ଷ ଠାରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ଅଧିକାରୀ ମାନେ ଯୋଗ ଦେଇ ଜିଲ୍ଲାରେ ହୋଇଥିବା ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ସଂପର୍କରେ ଆଲୋଚନା କରିଥିଲେ । ଏହି ବୈଠକରେ ଡିଆରଡିଏ ପିଡି (ଗଂଜାମ) ସିନ୍ଧେ ଦତ୍ତାତ୍ରେୟ ଭାଉ ସାହେବ, ଏପିଡି ଜ୍ୟୋତି ଶଙ୍କର ରାୟ, କଳାହାଣ୍ଡି ଜିଲ୍ଲାର ଡିଆରଡିଏ ପିଡି ସୋମ୍ୟ ଉପାଧ୍ୟାୟ, ଖୋର୍ଦ୍ଦା ଜିଲ୍ଲାର ଡିଆରଡିଏ ପିଡି ଦିଗନ୍ତ ରାଉତରାୟ, ବୌଦ୍ଧ ଜିଲ୍ଲାର ଡିଆରଡିଏ ପିଡି ବବିତା ରାଣୀ ଦଳ ବେହେରାଙ୍କ ସମେତ ତିନୋଟି ଜିଲ୍ଲାର ଆସିଥିବା ସମସ୍ତ ଅଧିକାରୀ ମାନେ ଉପସ୍ଥିତ ଥିଲେ ।