ବେଙ୍ଗାଲୁରର ୟୁନାଇଟେଡ୍ ୱେ ଓ ସିସିଡି ମିଳିତ ଆନୁକୁଲ୍ୟରେ ୧୬ଟି ଅକ୍ସିଜେନ୍ କନ୍ସେନ୍ଟ୍ରେଟର ପ୍ରଦାନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ବେଙ୍ଗାଲୁରର ଏକ ଅଗ୍ରଣୀ ଅନୁଷ୍ଠାନ ତଥା ଗଜପତି ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସିସିଡିର ସହଭାଗିତା ଦ୍ୱାରା ପୁଣି ୧୬ଟି ଅସ୍କିଜେନ୍ କନ୍ସେନ୍ଟ୍ରେଟର ପ୍ରଦାନ କରିଥିବାର ଜଣାପଡିଛି । ଏନେଇ ସିସିଡିର ମୁଖ୍ୟ ଏ. ଜଗନ୍ନାଥ ରାଜୁଙ୍କ ଉପସ୍ଥିତିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପ୍ରଦୀପ କୁମାର ପାତ୍ରଙ୍କ ତତ୍ୱାବଧାନରେ ହସ୍ତାନତର ହୋଇଥିଲା । ସୂଚନା ଯୋଗ୍ୟ ଯେ, ବେଙ୍ଗାଲୁରର ଉକ୍ତ ସଂସ୍ଥା ପୂର୍ବରୁ ମଧ୍ୟ କୋଭିଡର ମୁକାବିଲା ଲାଗି ଏଭଳି ବହୁ ଆବଶ୍ୟକୀୟ ଉପକରଣ ପ୍ରଦାନ କରିଛି । ଯାହାକି ଜିଲ୍ଲାର ଅଧିବାସୀଙ୍କୁ ନିୟମିତ ଚିକିତ୍ସା ପାଇବାରେ ସହାୟକ ହେଉଅଛି ।


