ଗଞ୍ଜାମ ଜିଲ୍ଲାର ସମସ୍ତ କୃଷକ ମାନଙ୍କ ନିମନ୍ତେ ସୂଚନା

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଆହୁରି ୭୨ଘଣ୍ଟା ବୃଦ୍ଧି ।ଅଦିନିଆ ବର୍ଷା ଯୋଗୁଁ ଗଞ୍ଜାମ ଜିଲ୍ଲାର ଚାଷୀ ମାନଙ୍କର ଫସଲ କ୍ଷୟ କ୍ଷତି ହୋଇଛି। ଯେଉଁ ଚାଷୀଗଣ ବୀମାଭୁକ୍ତ ଓ ପ୍ରିମିୟମ ରାଶି ପ୍ରଦାନ କରୁଛନ୍ତି, ଚାଷର କ୍ଷୟ କ୍ଷତି ବାବଦ ସହାୟତା ରାଶି ପାଇବା ନିମନ୍ତେ ପଞ୍ଜିକରଣ କରାଇ ନାହାଁନ୍ତି ସେମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ ସେମାନେ ଟୋଲ ଫ୍ରି ଫୋନ ହେଲ୍ପଲାଇନ ନମ୍ୱର 14447 ମାଧ୍ୟମରେ କିମ୍ୱା WhatsApp Chart boat number 7065514447 କିମ୍ୱା କୃଷି ରକ୍ଷକ ପୋର୍ଟାଲରେ ପଞ୍ଜିକରଣ କରାଇ ନିଅନ୍ତୁ। ଆସନ୍ତା 2025, ଜାନୁଆରୀ 1 ତାରିଖ ପଞ୍ଜିକରଣ କରାଇବା ନିମନ୍ତେ ଶେଷ ତାରିଖ ଘୋଷଣା ହୋଇଛି । ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଆହୁରି ୭୨ ଘଣ୍ଟା ବୃଦ୍ଧି କରିଛନ୍ତି। ଆସନ୍ତା ନବ ବର୍ଷ ପହିଲା ତାରିଖ ଦିନ ପଞ୍ଜିକରଣ କରାଇବା ନିମନ୍ତେ ଶେଷ ତାରିଖ ରହିଛି । ଶେଷ ସମୟ ଥିବାରୁ ଅନେକ ଚାଷୀ ହିହେଲ୍ପଲାଇନ ନମ୍ୱରରେ ପଞ୍ଜୀକରଣ ବେଳେ ଅଧିକ ଚାପ ପଡ଼ୁଥିବା ଏବଂ ଦୁର୍ଗମ ଅଞ୍ଚଳରେ ନେଟ ୱାର୍କ ସମସ୍ୟା ଦେଖା ଦେଇଥିବା ହେତୁ ଏହି ସମୟସୀମା ବୃଦ୍ଧି ହୋଇଛି। ଏଣୁ ଚାଷୀ ନିର୍ଦ୍ଧାରିତ ତାରିଖ ମଧ୍ୟରେ ପଞ୍ଜିକରଣ କରାଇବା ନିମନ୍ତେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଅନୁରୋଧ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ