ଗଞ୍ଜାମ ଜିଲ୍ଲାର ସମସ୍ତ ଷ୍ଟେସନ ଟ୍ରେନ ରହଣୀକୁ ବାତିଲ

ବ୍ରହ୍ମପୁର, (ରାଜେଶ କୁମାର ପଟ୍ଟନାୟକ):କୋଭିଡ-୧୯ ଭୁତାଣୁର ମାତ୍ରାଧିକ ସଂକ୍ରମଣକୁ ଦୃଷ୍ଟିରେ ରଖି ଏବଂ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହ ଯତ୍ନଶୀଳ ହେବାପାଇଁ ଗଞ୍ଜାମ ଜିଲ୍ଲାର ସମସ୍ତ ଷ୍ଟେସନ ସହିତ ବାଲୁଗାଁ ଷ୍ଟେସନ ଠାରେ ଯାତ୍ରୀବାହୀ ଟ୍ରେନ ଗୁଡିକର ରହଣୀକୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବନ୍ଦ ରଖିବା ସହିତ ଟ୍ରେନ ସେବା ବାତିଲ କରାଯିବାକୁ ଓଡିଶା ସରକାରଙ୍କ ପକ୍ଷରୁ ଆଜି ପୂର୍ବତଟ ରେଳପଥକୁ କୁହାଯାଇଅଛି Iଏହାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ଗଞ୍ଜାମ ଜିଲ୍ଲା ମଧ୍ୟଦେଇ ଚଳାଚଳ କରୁଥିବା ସମସ୍ତ ଯାତ୍ରୀବାହୀ ଟ୍ରେନ ଗୁଡିକର ରହଣୀକୁ ଏବଂ ଟ୍ରେନ ସେବାକୁ ଆସନ୍ତା କାଲିଠାରୁ ଠାରୁ ନିମ୍ନ ମତେ ବାତିଲ କରିଅଛି Iବାତିଲ ହେବାକୁ ଥିବା ଟ୍ରେନ :୦୮୪୩୭/୦୮୪୩୮ ଭୁବନେଶ୍ୱର-ବ୍ରହ୍ମପୁର-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନକୁ ଭୁବନେଶ୍ୱର ଠାରୁ ୮ ଜୁଲାଇ ରୁ ଏବଂ ବ୍ରହ୍ମପୁର ଠାରୁ ୯ ଜୁଲାଇ ଠାରୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବାତିଲ କରାଯାଇଅଛି Iଟ୍ରେନ ରହଣି ନକରିବାକୁ ଥିବା ଷ୍ଟେସନ ଗୁଡିକ୦୧୦୨୦/୦୧୦୧୯ ଭୁବନେଶ୍ୱର-ଛତ୍ରପତି ଶିବାଜୀ ମହାରାଜ ଟର୍ମିନାଲ, ମୁମ୍ବାଇ-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନର ରହଣୀକୁ ବାଲୁଗାଁ, ଛତ୍ରପୁର ଓ ବ୍ରହ୍ମପୁର ଠାରେ ଉଭୟ ଦିଗରୁ ଜୁଲାଇ ମାସ ୯ ତାରିଖ ଠାରୁ ବାତିଲ କରାଯାଇଥିବାବେଳେ ୦୨୭୦୩/୦୨୭୦୪ ହାଓଡ଼ା-ସିକନ୍ଦରାବାଦ-ହାଓଡ଼ା ସ୍ୱତନ୍ତ୍ର ଟ୍ରେନ ର ରହଣି କୁ ବାଲୁଗାଁ ଓ ବ୍ରହ୍ମପୁର ଷ୍ଟେସନ ଠାରେ ଆସନ୍ତା କାଲି ଠାରୁ ଉଭୟ ପାର୍ଶ୍ୱରୁ ବାତିଲ କରାଯାଇଅଛି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ