ଗଞ୍ଜାମ ପାଞ୍ଚନମ୍ବର ୱାର୍ଡରେ ଘର ଘର ବୁଲି ସ୍କାନକଲେ ଡାକ୍ତରଟିମ
ଗଞ୍ଜମ, (ଓ୍ବାଇଏନ୍ଏସ୍):କରୋନା ସଂକ୍ରମଣ ବ୍ୟାପୁଥିବା ବେଳେ ଗଞ୍ଜାମ ଜିଲ୍ଲାରେ ବ୍ୟାପୁଥିବା ବେଳେ ଗଞ୍ଜାମ ଜିଲ୍ଲାପାଳ ଙ୍କ ନିର୍ଦେଶକ୍ରମେ ଘର ଘର ବୁଲି ଡାକ୍ତର ମାନେ ଲୋକଙ୍କ ସ୍କାନ କରିବେ ନିର୍ଦ୍ଦେଶ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ଆଜି ଗଞ୍ଜାମ ଏନଏସି ରେ ଦୁଜଣିଆ ଡାକ୍ତର ଟିମ ଲୋକଙ୍କ ସ୍କାନ କରିଥବା ବେଳେ ଅନ୍ୟପଟେ ପାଞ୍ଚନମ୍ବର ୱାଡ଼ର ବିଜୁପଟ୍ଟନାୟକ ମାର୍ଗରେ ଜଣେ ନାବଳ ପଜେଟିଭ ବାହାରିଥିବା ଜଣାପଡଛି ।ଆଜି ବଜାର ହରିଜନ ସାହିର ଅଙ୍ଗନବାଡ଼ି କେନ୍ଦ୍ର ଅନ୍ତର୍ଗତ ଲୋକଙ୍କ ଘର ଘର ବୁଲି ହୁମ୍ମା ମେଡ଼ିକାଲ ଆୟୁଷ ଅଫିସର ଡାକ୍ତର ସୁସ୍ମିତା ପୃଷ୍ଟି, ୟୁଡିଏସ ପୁର ଆୟୁଷ ମେଡିକାଳ ଅଫିସର ଡାକ୍ତର ପ୍ରଭାତ କୁମାର ପାଲଟାସିଂ ଓ ଅଙ୍ଗନବାଡ଼ି ଦିଦି ବବିତ ପଣ୍ଡା, ଲୋକଙ୍କ ସ୍କାନ , ପଲସ , ହାଟବିଟ , ବ୍ଲଡ଼ପ୍ରେସର ପରିକ୍ଷଣ କରିଥିଲେ । ଯେଉଁମାନଙ୍କର କୋଭିଡ଼ି ଲକ୍ଷ୍ୟଣ ଦେଖାଯିବ ସେମାନଙ୍କର ଆଣ୍ଟିଜେନ ଟେଷ୍ଟ କରାଯିବ ବୋଲି ଜଣାପଡିଛ । ଅଙ୍ଗନବାଡ଼ି ସହାୟକା ଶୈଳ ଶତପଥୀ ସହଯୋଗ କରିଥିଲେ । ଏହି ଟେଷ୍ଟ ସମୟ ରେ ବ୍ଲକକଲୋନୀ ରେ ରହୁଥିବା ତହସିଲଦାର ଅବନୀ କୁମାର ସାହୁଙ୍କ ସ୍କାନ ଟେଷ୍ଟ କରିଥିଲେ ଟିମ ।ସପ୍ତାହ ମଧ୍ୟରେ ଏନଏସି ର ସମସ୍ତ ବାସିନ୍ଦା ଙ୍କ ଟେଷ୍ଟ ସମାପ୍ତ ହେବ ବୋଲି ଜଣାପଡିଛି ।ଅନ୍ୟପଟେ ପାଞ୍ଚନମ୍ବର ୱାଡ଼ର ବିଜୁପଟ୍ଟନାୟକ ମାର୍ଗରେ ଜଣେ ନାବଳିକାର ପଜେଟିଭ ବାହାରିଥିବା ବେଳେ ପଜେଟିଭ ସଂଖ୍ୟା ପାଞ୍ଚରେ ପହଞ୍ଚିଥିବା ଜଣାପଡିଛି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି ।


