ଗଞ୍ଜାମ ଜିଲ୍ଲା ପ୍ରଶାସନ ଅଭିନବ ପ୍ରୟାସ ‘ମୋ ଗୋପାଳପୁର ‘
(ଯୁଗାବ୍ଦ ନ୍ୟୁଜ) ପୂର୍ବଭାରତ ର ପ୍ରମୁଖ ବେଳାଭୂମି ମାନଙ୍କ ମଧ୍ୟରେ ଗୋପାଳପୁର ବେଳାଭୂମି ଅନ୍ୟତମ । ବେଳାଭୂମି ପରିସର କୁ ସ୍ୱଚ୍ଚତା ଓ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ନୂଆ ଅଭିନବ ପ୍ରୟାସ କରିଛନ୍ତି ଗଞ୍ଜାମ ଜିଲ୍ଲା ପ୍ରଶାସନ । ଆଜି ଗୋପାଳପୁର ବେଳାଭୂମି ପରିସର କୁ ସ୍ୱଚ୍ଚତା ଓ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ଆରମ୍ଭ ହୋଇଛି ‘ମୋ ଗୋପାଳପୁର’ ଅଭିଯାନ । ଏହି ଅଭିଯାନରେ ବେଳାଭୂମି କୁ ଆବର୍ଜନା ମୁକ୍ତ କରିବା ସହ ସାଧାରଣ ଲୋକ ଙ୍କୁ ସଚେତନାର ବାର୍ତ୍ତା ଦିଆଯାଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅଥିତି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ , ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ଛତ୍ରପୁର ର ବିଧାୟକ ସୁବାସ ବେହେରା , ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଙ୍କ ସହ ଗୋପାଳପୁର ବିଭିନ୍ନ ବିଦ୍ୟାଳୟ ର ଛାତ୍ରଛାତ୍ରୀ ଓ ସାଧାରଣ ଲୋକ ଏହି ଅଭିଯାନରେ ସାମିଲ ଥିଲେ ।


