ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା ଓ ରାସ୍ତାରୋକ

ଗାଙ୍ଗପୁର , (ଯୁଗାବ୍ଦ ନ୍ୟୁଜ): ଗୁରୁବାର ରାତିରେ ଗୋବରା ବୋଷ୍ଠା ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କ ଅନୁପସ୍ଥିତି ଯୋଗୁଁ ଚିକିତ୍ସା ଅବହେଳା କାରଣରୁ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ଫଳରେ ଉତ୍ତ୍ୟକ୍ତ ଲୋକେ ମେଡିକାଲ ପରିସରରେ ଗଣ୍ଡଗୋଳ କରିବା ସହ ବ୍ରହ୍ମପୁର – ଭଞ୍ଜନଗର ମୁଖ୍ୟ ସଡକରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ସୁଚନାଯୋଗ୍ୟ, ଗତକାଲି ରାତିରେ ଗୋବରା ନିକଟସ୍ଥ ବିରିପୁର ଗ୍ରାମର ଗଙ୍ଗାଧର ବିଶୁଳ (୬୦) ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । କେବଳ ଷ୍ଟାପ ନର୍ସ ବ୍ୟତୀତ କୌଣସି ଡାକ୍ତର ମେଡିକାଲରେ ଉପସ୍ଥିତ ନଥିବାରୁ ରୋଗୀକୁ ପରିବାରଲୋକେ ଭଞ୍ଜନଗର ମେଡିକାଲକୁ ନେବା ସମୟରେ ଗଙ୍ଗାଧରଙ୍କ ମୃତ୍ୟୁ ହୋଇଥିଲା । ଡାକ୍ତରଙ୍କ ଅନୁପସ୍ଥିତି ଓ ଚିକିତ୍ସାର ଅବହେଳା ଯୋଗୁଁ ଗଙ୍ଗାଧରଙ୍କ ମୃତ୍ୟୁ ହୋଇଥିବାରୁ ସ୍ଥାନୀୟ ଲୋକେ ଶବକୁ ରାସ୍ତା ଉପରେ ରଖି ରାସ୍ତାରୋକ କରିଥିଲେ । ରାସ୍ତାର ଉଭୟ ପଟେ ଯାନବାହାନ ଅଟକିରହିବା ଫଳରେ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଗାଙ୍ଗପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ଫଳରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ