ଗଞ୍ଜାମ ଜିଲ୍ଲା ପ୍ରଶାସନ ତରଫରୁ ଫନୀ ପାଇଁ ସମୀକ୍ଷା ବୈଠକ
ଛତ୍ରପୁର (ଯୁଗାବ୍ଦ ନ୍ୟୁଜ ) : ସାମୁଦ୍ରିକ ମହାବାତ୍ୟା ର ଫନୀର ମୁକାବିଲା କରିିବା ନିମନ୍ତେ ଗଞ୍ଜାମ ଜିଲ୍ଳା ପ୍ରଶାସନ ତଳିଆ ଅଂଚଳରେ ବସବାସ କରୁଥିବା ଲୋକ ମାନଙ୍କୁ ସୁରକ୍ଷିତ ସ୍ଥାନକୁ ଉଦ୍ଧାର କରାଯାଇଛି । ପ୍ରଶାସନ ତରଫରୁ ବର୍ତ୍ତମାନ ସୁଦ୍ଧା ୨ ଲକ୍ଷ ୮୧ ହଜାର ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । ପୂର୍ବରୁ ଗଞ୍ଜାମ ଜିଲ୍ଲାପାଳ ଅମୃତ କୁଲାଙ୍ଗେ ସମସ୍ତ କଚା ଘରେ ଓ ତଳିଆ ଅଂଚଳରେ ଥିବା ବସବାସ କରୁଥିବା ଲୋକ ମାନଙ୍କୁ ସୁରକ୍ଷିତ ସ୍ଥାନକୁ ସୁରକ୍ଷିତ ରଖିବା ପାଇଁ ସମସ୍ତ ବ୍ଲକ ଉନ୍ନୟନ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି । ଜିଲ୍ଲାରେ ଅଦ୍ୟାବଧି ୧୬୬୯ ଆଶ୍ରୟ ସ୍ଥଳିରେ ଲୋକମାନଙ୍କୁ ରଖାଯାଇଛି । ଛତ୍ରପୁର ବ୍ଲକରେ ୧୫୮ ,ଚିକିଟି ବ୍ଲକରେ ୧୨ ଗୋଟି ଆଶ୍ରୟ ସ୍ଥଳିକୁ ସ୍ଥାନାନ୍ତରିତ କରାଯାଇଛି । ୭୯୯୧୪ ଗୋଟି ପରିବାର ସ୍ଥାନାନ୍ତରିତ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି ।୫୪୧ ଜଣ ଗର୍ଭବତୀ ମହିଳାଙ୍କୁ ଆଶ୍ରୟ ସ୍ଥଳିରେ ଭର୍ତ୍ତିକରାଯାଇଛି ।ପୂର୍ବରୁ ୩୭୬ ଗର୍ଭବତୀ ମହିଳାଙ୍କୁ ସ୍ଥାନାନ୍ତରିତ କରାଯାଇଛି ।ସ୍ୱାସ୍ଥ ବିଭାଗ ପକ୍ଷରୁ ୪୪ ଗୋଟି ଡାକ୍ତର ଟିମ ମୃତୟନ ହୋଇଛନ୍ତି ।୨୨ ଗୋଟି ଆମ୍ବୁଲାନ୍ସ ରଖାଯାଇଛି । ୯ ଗୋଟି ଜଳଭଣ୍ଡାରରେ ୫୬ ଭାଗ ଜଳ ମହଜୁଦ ରଖିବା ପାଇଁ ଅବଶିଷ୍ଟ ଜଳ ନିଷ୍କାସନ କରିବା ପାଇଁ ନିର୍ବାହି ଯନ୍ତ୍ରୀଙ୍କୁ ନିଷ୍ପତି ନିର୍ଦେଶ ଦିଆଯାଇଛି ।୬୬ ଗୋଟି ଚାରିଚକିଆ ଯାନ , ୪୨ ଗୋଟି ଭାରିଯାନ , ବିଭିନ୍ନ ବ୍ଲକର ଲୋକମାନଙ୍କୁ ସ୍ଥାନାନ୍ତର କରିବା ପାଇଁ ପ୍ରଦାନ କରାଯାଇଛି । ଗୋପାଳପୁର , ତାରାତାରିଣୀ , ତପ୍ତପାଣି , ଓ ରଣ୍ଡା ପାନ୍ଥ ନିବାସରେ ଥିବା ସମସ୍ତ ପର୍ଯ୍ୟଟକ ମାନଙ୍କୁ ସ୍ଥାନାନ୍ତରିତ କରାଯାଇଛି । ୧୩ ଜଣ ଓଡ୍ରାଫ ଟିମ ସଦସ୍ୟ ବିଶିଷ୍ଟ ଓଡ୍ରାଫ ଟିମ ,୨୩ ଜଣିଆ ଏନଡିଆରଏଫ ଟିମର ଆସ୍କା ଓ ସୋରଡାରେ ସଜାଗ ରଖାଯାଇଛି । ପୂର୍ତ୍ତବିଭାଗ ଓ ଜାତୀୟ ରାଜପଥରେ ନିର୍ବାହଯନ୍ତ୍ରୀ ବାତ୍ୟା ପାଇଁ ୪୩ ଗୋଟି ଦଳ ସହିତ ୭୦୦ ଶ୍ରମିକ ପ୍ରସ୍ତୁତ ିରଖିଛନ୍ତି । ନଦୀକୂଳ ଅଂଚଳରେ ୪୦ହଜାର ବାଲିବସ୍ତା ମଜବୁତ ରଖାଯାଇଛି । ଏଥି ସହିତ ୭୦ ଜେସିବି ୯୦ ଗୋଟି ଟ୍ରାକ୍ଟର ମଧ୍ୟ ରଖାଯାଇଛି ।ପୂର୍ତ୍ତବିଭାଗ ତରଫରୁ ମଧ୍ୟ ଜିଲ୍ଲାର ବିଭିନ୍ନ ।ସ୍ଥାନରେ ସକ୍ରିୟ କରାଯାଇଛି ।