ଗଞ୍ଜାମ ଜିଲ୍ଳାପାଳଙ୍କ 5T ରୂପାନ୍ତରିତ ବିଦ୍ୟାଳୟ ପରିଦର୍ଶନ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଆଜି ଗଞ୍ଜାମ ଜିଲ୍ଳାପାଳ ବିଜୟ ଅମୃତ କୁଲାଙ୍ଗେ ବେଲଗୁଣ୍ଠା ବ୍ଳକ୍ କୁ ଦିନିକିଆ ମାରାଥନ୍ ଗସ୍ତରେ ଆସି ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶି ଭୂଷଣ ମହାପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ନିର୍ମିତ ହୋଇଥିବା 5T ରୂପାନ୍ତରିତ ବିଦ୍ୟାଳୟ ତଥା ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ସ୍ଥିତ ଶରତ ଚନ୍ଦ୍ର ସ୍ମାରକୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି 5T ଅଧୀନରେ ହୋଇଥିବା ଉଚ୍ଚ ମାନର ନିର୍ମାଣ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି I ଆଜି ମାନ୍ୟବର ଜିଲ୍ଳାପାଳ ଶ୍ରୀ କୁଲାଙ୍ଗେ ସକାଳ 10 ଘଣ୍ଟା 45 ମିନିଟ୍ ରେ ଶରତଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟରେ ପହଞ୍ଚି ବିଦ୍ୟାଳୟର ଶ୍ରେଣୀଗୃହ ଶିକ୍ଷାଦାନ ଶୈଳୀର ତଦାରଖ କରି ଶିକ୍ଷକ ମାନଙ୍କ ଉପରେ ସନ୍ତୋଷ ବ୍ୟକ୍ତ କରିଥିଲେ i ଏହା ସହ ବିଦ୍ୟାଳୟର ଶତପ୍ରତିଶତ ହାଇସ୍କୁଲ୍ ପରୀକ୍ଷାଫଳ,ବର୍ଷକୁ ବର୍ଷ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ବୃଦ୍ଧି ସମ୍ପର୍କରେ ଜାଣି ଖୁସି ପ୍ରକାଶ କରିଥିଲେ I ଏହାପରେ 5T ଅଧୀନରେ ନିର୍ମାଣ ହୋଇଥିବା ସ୍ମାର୍ଟ୍ ଶ୍ରେଣୀଗୃହ, ବିଜ୍ଞାନ ପ୍ରୟୋଗଶାଳା ,ଡ଼ିଜିଟାଲ ପାଠାଗାର, ଶୌଚାଳୟ,ଶୁଦ୍ଧପାନୀୟ ଜଳ ପ୍ରକଳ୍ପ ନିର୍ମାଣରେ ସ୍ଵଚ୍ଛତା ଏବଂ ଉଚ୍ଚମାନକୁ ଗୁରୁତ୍ୱ ଦିଆଯାଇଥିବାରୁ ମାନ୍ୟବର ଜିଲ୍ଲାପାଳ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁ ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ମହାପାତ୍ରଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ I ଏହା ସହ ବିଦ୍ୟାଳୟର ସ୍ଵଚ୍ଛ ଏବଂ ସୁନ୍ଦର ପରିବେଶକୁ ଦେଖି ଖୁସି ହେବା ସହ ଏହାର ଉପଯୁକ୍ତ ରକ୍ଷଣାବେକ୍ଷଣରେ ସହଯୋଗ କରିଥିବା ଶିକ୍ଷକ ଏବଂ କର୍ମଚାରୀଙ୍କୁ ମଧ୍ୟ ପ୍ରଶଂସା କରିଥିଲେ I ପ୍ରକାଶ ଥାଉକି ଗତ ଜିଲ୍ଳା ସ୍ତରୀୟ ସାଧାରଣତନ୍ତ୍ର ଦିବସରେ 5T ଅଧୀନରେ ଶ୍ରେଷ୍ଠତ୍ୱ ପ୍ରତିପାଦନ ପାଇଁ ଏହି ବିଦ୍ୟାଳୟକୁ ଜିଲ୍ଲାର ଶ୍ରେଷ୍ଠ ବିଦ୍ୟାଳୟ ଭାବେ ପୁରସ୍କୃତ କରାଯିବା ସହ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ଏବଂ କର୍ତ୍ତବ୍ୟନିଷ୍ଠା ପାଇଁ ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶି ଭୂଷଣ ମହାପାତ୍ରଙ୍କୁ ଶ୍ରେଷ୍ଠ ବିଡ଼ିଓ ଭାବେ ସମ୍ମାନୀତ କରାଯାଇଥିଲା I ଆଜି ଜିଲ୍ଳାପାଳଙ୍କ ବିଦ୍ୟାଳୟ ପରିଦର୍ଶନ ସମୟରେ ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶି ଭୂଷଣ ମହାପାତ୍ର, ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରସନ୍ନ କୁମାର ବେହେରା, ସହକାରୀ ନିର୍ବାହୀଯନ୍ତ୍ରୀ ଯନ୍ତ୍ରୀ ଗିରିଧାରୀ ବେହେରା, କନିଷ୍ଠ ଯନ୍ତ୍ରୀ ରବୀନ୍ଦ୍ର କୁମାର ନାୟକ,ନବୀନ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ I ଶରତ ଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ ପରେ ମାନ୍ୟବର ଜିଲ୍ଲାପାଳ ପାଇଲିପଡ଼ା ନାରାୟଣ ପୃଷ୍ଟି ଉଚ୍ଚ ବିଦ୍ୟାଳୟ, ପ୍ରତାପ ଲକ୍ଷ୍ମଣପୁର ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିଦର୍ଶନ କରି ଏହାର ନିର୍ମାଣ କାର୍ଯ୍ୟକୁ ମଧ୍ଯ ପ୍ରଶଂସା କରିଥିଲେ I ଏହାପରେ ସେ ଦ୍ୱିତୀୟ ପର୍ଯ୍ୟାୟରେ 5T ରୂପାନ୍ତରିତ ବିଦ୍ୟାଳୟ ଭାବେ ଉଦ୍‌ଘାଟିତ ହେବାକୁ ଥିବା କ୍ଷତ୍ରିୟବରପୁର ନୋଡ଼ାଲ୍ ଉଚ୍ଚ ବିଦ୍ୟାଳୟ, ବାସୁଦେବପୁର ଉଚ୍ଚ ବିଦ୍ୟାଳୟ,ନେଟଙ୍ଗା ଦୀନବନ୍ଧୁ ବିଦ୍ୟାପୀଠ,ବଡ଼ପଡ଼ା ଉଚ୍ଚ ବିଦ୍ୟାଳୟ, ଘୂ.ନୂଆଁଗାଆଁ ଉଚ୍ଚ ବିଦ୍ୟାଳୟ, ଧୂମୂଛାଇ ଉଚ୍ଚ ବିଦ୍ୟାଳୟ, ଘୁମୁସର ବୈଷୟିକ ଉଚ୍ଚ ବିଦ୍ୟାଳୟ,ଆମ୍ବପୁଆ ଉଚ୍ଚ ବିଦ୍ୟାଳୟ,ବିଜୟଲକ୍ଷ୍ମୀଶରଣ ପୁର ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି 5T ନିର୍ମାଣ କାର୍ଯ୍ୟର ତଦାରଖ କରି ନିର୍ଦ୍ଧାରିତ ସମୟ ମଧ୍ୟରେ ନିର୍ମାଣ କାର୍ଯ୍ୟ ଶ୍ରେଷ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ I ପ୍ରକାଶ ଥାଉକି ବେଲଗୁଣ୍ଠା ବ୍ଳକ୍ ରେ ପ୍ରଥମ ପର୍ଯ୍ୟାୟରେ ତିନୋଟି 5T ରୂପାନ୍ତରିତ ବିଦ୍ୟାଳୟ ଉଦ୍‌ଘାଟିତ ହୋଇସାରିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଆଉ 11ଟି 5T ରୂପାନ୍ତରିତ ବିଦ୍ୟାଳୟର ନିର୍ମାଣ କାର୍ଯ୍ୟ ଚାଲୁ ରହିଛି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ