ଗଞ୍ଜାମ ଟପ୍ପର ଙ୍କୁ ୫ ଟି ସଚିବଙ୍କ ଅଭିନନ୍ଦନ

ବ୍ରହ୍ମପୁର/ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ଚଳିତ ଶିକ୍ଷା ବର୍ଷ ୧୯-୨୦ ରେ ସିବିଏସସି ଦ୍ୱାରା ପରିଚାଳିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷାର ଫଳାଫଳ ପ୍ରକାଶିତ ହୋଇଛି।ପ୍ରକାଶିତ ଫଳାଫଳ ଅନୁଯାୟୀ ଅନ୍ୟାନ୍ୟ ଜିଲ୍ଲାକୁ ପଛରେ ପକାଇ ଗଞ୍ଜାମ ଜିଲ୍ଲାର ପରୀକ୍ଷାର୍ଥୀ ବାଜି ମାରିଛନ୍ତି। ଜିଲ୍ଲାରେ ୧୫ ଟି ଓଡିଶା ଆଦର୍ଶ ବିଦ୍ୟାଳୟ ମଧ୍ୟରୁ ୯ ଜଣ କୃତୀ ପରୀକ୍ଷାର୍ଥୀ ୯୫%ରୁ ଉର୍ଦ୍ଧ୍ବ ମାର୍କ ରଖି ଗଞ୍ଜାମ ଜିଲ୍ଲାର ଗୌରବ ବୃଦ୍ଧି କରିଛନ୍ତି।ବେଗୁନିଆପଡା ବ୍ଳକରେ ସନ୍ଧ୍ୟା ପ୍ରିୟଦର୍ଶିନୀ ପଟ୍ଟନାୟକ, ଚିକିଟି ବ୍ଲକରେ ଅମ୍ବିକା ସାହୁ,ଧରାକୋଟ ବ୍ଲକରେ ମନୋରଞ୍ଜନ ସାହୁ, ଦିଗପହଣ୍ଡି ବ୍ଳକରେ ଅଙ୍କିତା ମହାରଣା, ହିଞ୍ଜିଳି ବ୍ଳକରେ ଡ଼ି ସୁକନ୍ୟା ଦୋରା, କବିସୂର୍ଯ୍ୟ ନଗର ବ୍ଳକରେ ଜ୍ୟୋତିର୍ମୟୀ ସ୍ୱାଇଁ, ଖଲ୍ଲିକୋଟ ବ୍ଳକରେ କାହ୍ନୁ ଗୌଡ଼, କୁକୁଡା ଖଣ୍ଡି ବ୍ଲକରେ ଆଂଶିକା ଶୁକ୍ଳା, ପାତ୍ରପୁର ବ୍ଲକରେ ବର୍ଷା ରାଣୀ ପଣ୍ଡା, ପୋଲସରା ବ୍ଳକରେ ଇପ୍ ସିତା ମିଶ୍ର, ପୁରୁଷୋତ୍ତମପୁର ବ୍ଳକରେ ରୋଜାଲି ରାଣୀ ସେଠୀ, ରଙ୍ଗେଇ ଲୁଣ୍ଡା ବ୍ଲକରେ ବୁଙ୍ଗା ମହାଲକ୍ଷ୍ମୀ, ସାନଖେମୁଣ୍ଡି ବ୍ଳକରେ ଗୀତାରାଣୀ ବେହେରା, ଶେରଗଡ ବ୍ଲକରେ ଆଶିଷ କୁମାର ସ୍ୱାଇଁ ଏବଂ ସୋରଡା ବ୍ଲକରେ ଶ୍ଵେତାଙ୍ଗିନୀ ଗୌଡ଼ ସର୍ବୋଚ୍ଚ ମାର୍କ ରଖି ସମ୍ପୃକ୍ତ ବିଦ୍ୟାଳୟର ଟପ୍ପର ହୋଇଛନ୍ତି। ତନ୍ମଧ୍ୟରେ ଚିକିଟି ବ୍ଳକ ପିତାତଳି ଓଡିଶା ଆଦର୍ଶ ବିଦ୍ୟାଳୟ ର ମେଧାବୀ ଛାତ୍ରୀ ଅମ୍ବିକା ସାହୁ ୯୭.୬% ସର୍ବୋଚ୍ଚ ମାର୍କ ରଖି ଗଞ୍ଜାମ ଜିଲ୍ଲା ଟପ୍ପର ଆଖ୍ୟା ଲାଭ କରିଛନ୍ତି।ଅନ୍ୟ ପକ୍ଷରେ ଇପ୍ ସିତା ମିଶ୍ର ୯୭.୨%,ସନ୍ଧ୍ୟା ପ୍ରିୟଦର୍ଶିନୀ ପଟ୍ଟନାୟକ ୯୭.୨%, ମନୋରଞ୍ଜନ ସାହୁ ୯୭.୨%,ଶ୍ଵେତାଙ୍ଗିନୀ ଗୌଡ଼ ୯୬.୨%,ଗୀତାରାଣୀ ବେହେରା ୯୬%,ଅଙ୍କିତା ମହାରଣା ୯୫.୪%,ରୋଜାଲି ରାଣୀ ସେଠୀ ୯୫.୪%ଏବଂ ଆଶିଷ କୁମାର ସ୍ୱାଇଁ ୯୫.୪%ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି।ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହେବା ପରେ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୫ ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ ଜିଲ୍ଲାର ୯ କୃତୀ ଟପ୍ପର ଙ୍କ ସହ ଜୁମ ଆପ ମାଧ୍ୟମରେ ଅଭିନନ୍ଦନ ଜଣାଇଥିଲେ ଓ ସେମାନଙ୍କ ସଫଳ କାମନା କରି ଉଚ୍ଚ ପ୍ରଶଂସା କରିଥିଲେ।ବିଭିନ୍ନ ଅଭାଵ ଓ ଅସୁବିଧା ସତ୍ତ୍ୱେ ଛାତ୍ର ଛାତ୍ରୀଙ୍କ ଦୃଢ଼ ନିଷ୍ଠା , ଉତ୍ତମ ଅଧ୍ୟବସାୟ, କଠିନ ପରିଶ୍ରମ ସହ ବିଦ୍ୟାଳୟର ଅଧ୍ୟକ୍ଷ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକ ମାନଙ୍କ ଅକୁଣ୍ଠ ସହଯୋଗ,ମାର୍ଗଦର୍ଶନ ଓ ସର୍ବୋପରି ଓଡିଶା ଆଦର୍ଶ ବିଦ୍ୟାଳୟ ର ଅଧ୍ୟକ୍ଷ ତଥା ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ସଦିଛା ଓ ପ୍ରେରଣା ଏହି ସଫଳତା ହାସଲର ଶ୍ରେୟ ବୋଲି ଗଞ୍ଜାମ ଜିଲ୍ଲା ନୋଡାଲ ଅଧିକାରୀ ତଥା ହିଞ୍ଜିଳି ବ୍ଲକ ଶାସନ ଆମ୍ବଗାଁ ଓଡିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ଅରୁଣ କୁମାର ପଟେଲ ସ୍ୱୀକୋରକ୍ତି ପ୍ରକାଶ କରିଛନ୍ତି।ପ୍ରକାଶ ଯୋଗ୍ୟ,ଚଳିତ ବର୍ଷ ସକାଶେ ଜିଲ୍ଲାରେ ମୋଟ ୮୩୫ ଜଣ ପରୀକ୍ଷାର୍ଥୀ ଦଶମ ଶ୍ରେଣୀରେ ବାର୍ଷିକ ପରୀକ୍ଷା ଦେଇଥିବା ବେଳେ ବେଗୁନିଆ ପଡା, ପୁରୁଷୋତ୍ତମ ପୁର ଓ ଖଲ୍ଲିକୋଟ ବ୍ଳକରେ ଉତ୍ତୀର୍ଣ୍ଣ ହାର ୧୦୦% ହୋଇଥିବା ଜଣାପଡିଛି।ମୋଟ ପରୀକ୍ଷାର୍ଥୀ ମଧ୍ୟରେ ୩୫-୪୯% ମାର୍କ ରଖି ୫୭ ଜଣ, ୫୦-୫୯% ମାର୍କ ରଖି ୯୮ଜଣ,୬୦-୭୪% ମାର୍କ ରଖି ୨୭୮ଜଣ,୭୫-୮୯% ମାର୍କ ରଖି ୩୧୩ ଜଣ,୯୦-୯୪% ମାର୍କ ରଖି ୬୫ ଜଣ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଥିବା ଜଣାପଡିଛି।ସେହିପରି କମ୍ପାର୍ଟମେଣ୍ଟରେ ୪୭ ଜଣ ଓ ୨ ଜଣ ଫେଲ ହୋଇଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ