କରୋନାକୁ ହରାଇ ସୁସ୍ଥ ହୋଇ ଫେରିଲେ ଶ୍ରୀଧର ଭୂୟାଁ, ଏସ ଡ଼ି ପି ଓ କଲେ ସମ୍ବର୍ଦ୍ଧିତ

ଚିକିଟି, (କୁରେଶୁ ସାହୁ): କେ. ନୂଆଗାଁ ଥାନା ର କର୍ତବ୍ୟ ରତ କନେଷ୍ଟବଳ ଶ୍ରୀଧର ଭୂୟାଁ କରୋନାକୁ ହରାଇ କାର୍ଯ୍ୟରେ ଯୋଗ ଦେଇଥିବା ଯୋଗୁଁ କେ. ନୂଆଗାଁ ଥାନା ପରିସରରେକୋଭିଡ ଯୋଦ୍ଧାଙ୍କୁ ଚିକିଟି ଏସ ଡ଼ି ପି ଓ ସୁରେନ୍ଦ୍ର ନାଥ ମୁର୍ମୁ ସମ୍ବର୍ଦ୍ଧିତ କରିଛନ୍ତି l ତାଙ୍କ ଯୋଗ ଦାନ ପରେ ପୋଲିସ ବାହିନୀ ଙ୍କ ମନରେ ଉତ୍ସାହ ବୃଦ୍ଧି ପାଇଛି l ପ୍ରକାଶ ଥାଉକି, କନେଷ୍ଟବଳ ଶ୍ରୀଧର ଭୂୟାଁ ଅସୁସ୍ଥତା ଅନୁଭବ କରିବାରୁ ଗତ ପାଞ୍ଚ ତାରିଖରେ ସ୍ୱାବ ପରୀକ୍ଷା କରାଇଥିଲେ l ୧୦ତାରିଖରେ ରିପୋର୍ଟ ଆସିବା ପରେ କରୋନା ସଂକ୍ରମିତ ଜାଣିବା ପରେ ପାରଳା କୋଭିଡ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା l ସେଠି ଚାରିଦିନ ରହିବା ପରେ ମେଡିକାଲ ରୁ ଡିସ୍ଚାର୍ଜ କରାଯାଇ ଥିଲା l ଡିସ୍ଚାର୍ଜ ପରେ ବ୍ରହ୍ମପୁର ନିଜ ଘରେ ହୋମ କ୍ୱାରେନଟାଇନ ରେ ରହି ଥିଲେ l ପୁରା ସୁସ୍ଥ ଅନୁଭବ ପରେ କେ. ନୂଆଗାଁ ଥାନାରେ କାର୍ଯ୍ୟ ରେ କାଲି ଯୋଗ ଦେଇଛନ୍ତି lସେ ନିଜ କର୍ତ୍ତବ୍ୟ କରି ଦୁଇ ଜଣ ବ୍ୟକ୍ତିଙ୍କୁ କୋର୍ଟରେ ହାଜର କରାଇଥିବା ବ୍ୟକ୍ତି କରୋନା ସଂକ୍ରମିତ ଥିବା ପରେ ଜଣା ପଡିଥିଲା l ହୁଏତ ସେହି ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଥିବା ଅନୁମାନ କରାଯାଉଛି l ତାଙ୍କର ରକ୍ତ ଚାପ ଥାଇ କରୋନାକୁ ହରାଇ ଅନ୍ୟ ପାଇଁ ପ୍ରେରଣା ହୋଇଛନ୍ତି lତାଙ୍କ ଯୋଗଦାନ ପରେ ତାଙ୍କୁ ଥାନା ଅଧିକାରୀ ଓ କର୍ମଚାରୀଙ୍କ ତରଫରୁ ସ୍ୱାଗତ କରାଯାଇଥିଲା ଓ ପୋଲିସ ବାହିନୀଙ୍କ ମନରେ ଉତ୍ସlହ ବୃଦ୍ଧି ପାଇଥିବା କେ. ନୂଆଗାଁ ଥାନା ଅଧିକାରୀ ମାଧବାନନ୍ଦ ନାୟକ କହିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ