ଗଞ୍ଜାମ ପୋୖରାଞ୍ଚଳ ବରିଷ୍ଠ ନାଗରିକ ପରିଷଦର ୧୯ ତମ ବର୍ଷିକ ଉତ୍ସବ
ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ସହର ସ୍ଥିତଭାରତୀ ବିଦ୍ୟାପୀଠ ପରିସରରେ ଗଞ୍ଜାମ ପୌରାଞ୍ଚଳ ବରିଷ୍ଠ ନାଗରିକ ପରିଷଦର ୧୯ତମ ବାର୍ଷିକ ଉତ୍ସବ ଓ ଜିଲ୍ଲାସ୍ତରୀୟ ବରିଷ୍ଠ ନାଗରିକଙ୍କ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି। ପରିଷଦର ସଭାପତି ଲିଙ୍ଗରାଜ ପଟ୍ଟନାୟକଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଉତ୍ସବରେ ପୁର୍ବତନ ଉପବାଚସ୍ପତି ତଥା ରାଜ୍ୟ କୃଷି ବିପଣନ ବୋର୍ଡ ଉପଦେଷ୍ଟା ରାମ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ରୂପେ ଯୋଗଦେଇ ଗଞ୍ଜାମର ସଂଘର୍ଷମୟ ଇତିହାସ ଏବଂ ସଂଗଠିତ ଉଦ୍ୟମ ଯୋଗୁ ସହରର ବିକାଶ ହୋଇପାରିଛି ବୋଲି କହିଥିଲେ । ଏ ଦିଗରେ ବରିଷ୍ଠ ନାଗରିକମାନଙ୍କ ସମ୍ପୂର୍ଣ୍ଣ ସହଯୋଗ ରହିଥିବା ପ୍ରକାଶ କରିଥିଲେ । ମୁଖ୍ୟବକ୍ତାରୂପେ ନବୀନର ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ରବି ରଥ ଯୋଗ ଦେଇ ବରିଷ୍ଠ ନାଗରିକଙ୍କ ଅନୁଭବ, ଅଭିଜ୍ଞତା ହିଁ ଏକ ସକରାତ୍ମକ ସମାଜ ଗଠନରେ ସହାୟକ ହୋଇଥାଏ। ସେମାନଙ୍କ ଅଭିଜ୍ଞତାକୁ ପାଥେୟ କରି ସାମଗ୍ରୀକ ବିକାଶ କଲେ ଅଧିକ ସଫଳତା ସୁନିଶ୍ଚିତ ବୋଲି ମତ ଦେଇଥିଲେ। ସମ୍ମାନିୟ ଅତିଥି ରୂପେ ଗ୍ରାସିମ ଇଣ୍ଡୋଷ୍ଟିଜର ୟୁନିଟ ମୁଖ୍ୟ
ଅଜୟ ଗୁପ୍ତା ଯୋଗ ଦେଇଥିଲେ । ପରିଷଦର ସମ୍ପାଦକ ଗୋୖରୀଶଙ୍କର ପାଢ଼ୀ ବାର୍ଷିକ ବିବରଣୀ ପାଠ କରିଥିଲେ। କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ପରିଷଦର ଉପସଭାପତି ରବୀନ୍ଦ୍ର କୁମାର ପଣ୍ଡା। ପରିଷଦର ଉପଦେଷ୍ଟା ଇଂ. ଵିନୋଦ କୁମାର ପାଢୀଙ୍କ ତତ୍ତ୍ୱାବଧାନରେ ପରିଷଦର ସ୍ମରଣିକା ଉନ୍ମୋଚନ କରାଯାଇଥିଲା। ଧନ୍ୟବାଦ ଅର୍ପଣ କରିଥିଲେ ବରିଷ୍ଠ ସଦସ୍ୟ ବିନୋଦ ଚନ୍ଦ୍ର ମହାପାତ୍ର ।ଶେଷର ଗଞ୍ଜାମ ବରିଷ୍ଠ ନାଗରିକ ପରିଷଦର ପାଞ୍ଚଜଣ ସର୍ବ ବରିଷ୍ଠ ସଦସ୍ୟ ତ୍ରିନାଥ ପାଣିଗ୍ରାହୀ, ବୃନ୍ଦାବନ ପଣ୍ଡା, ପତିତପାବନ ମହାପାତ୍ର, ଶତ୍ରୁଘନ ପଣ୍ଡା, ବୃନ୍ଦାବନ ପାଣିଗ୍ରାହୀ, ଅରକ୍ଷିତ ମହାଙ୍ଗୁଡ଼, ଙ୍କୁ ଅତିଥିମାନେ ସମ୍ମାନିତ କରାଯିବା ସହ ଜିଲ୍ଲାର ହିଞ୍ଜିଳି ବରିଷ୍ଠ ନାଗରିକ ଫୋରମର ସଭାପତି ତଥା ଏନଏଏସି ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପୋଲାଇ, ଚିତ୍ତ ରଂଜନ ମହାରଣା, ସହର୍ସ ନାମ ପାଠୀ, କୋଦଳା ବରିଷ୍ଠ ନାଗରିକ ଆସୋସିଏସନର ସଭାପତି ଏ. ସୂର୍ଯ୍ୟ ନାରାୟଣ ଦୋରା, ସମ୍ପାଦକ ଗଣପତି ପାତ୍ର, କେଟି ନାରାୟଣପୁର ବରିଷ୍ଠ ନାଗରିକ ଫୋରମର ସଭାପତି ନରହରି ପ୍ରଧାନ, ସମ୍ପାଦକ କାମରାଜୁ ମହାରଣା, ବ୍ରହ୍ମପୁର ଲଫିଂ କ୍ଲବର ସୁବାସ ଚନ୍ଦ୍ର ପଣ୍ଡା, ସୁଧୀର ରଥଙ୍କୁ ସମ୍ମାନିତ କରାଯାଇଥିଲା।