ଗଞ୍ଜାମ ପ୍ରତିଭା ସମ୍ମାନ-2024
ବ୍ରହ୍ମପୁର,(ଅନିଲ କୁମାର):ସ୍ଥାନୀୟ ହିଲପାଟଣା ନିକଟସ୍ଥ ଗଣେଶ ମନ୍ଦିର ନିକଟରେ ଥିବା ସଂସ୍କୃତି ଭବନଠାରେ ରବିବାର ସକାଳ ୮ ଘଣ୍ଟା ରାତି ୧0 ଘଣ୍ଟା ପର୍ଯ୍ୟନ୍ତ ସାଂସ୍କୃତିକ ପତ୍ରିକା ଅଭିନୟ ଓ ପ୍ରେସିଡେନ୍ସି ମହାବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଜ଼ିଲ୍ଲା ସ୍ତରୀୟ ସାଂସ୍କୃତିକ ପ୍ରତିଯୋଗିତା ଗଞ୍ଜାମ ପ୍ରତିଭା ସମ୍ମାନ -2024 ଗଞ୍ଜାମ ଗଟଟ୍ୟାଲେଣ୍ଟେ ଆୟୋଜିତ ହୋଇଥିଲା l ବ୍ରହ୍ମପୁର ବିଧାୟକ କେ. ଅନିଲ କୁମାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲା ବେଳେ ବ୍ରହ୍ମପୁର ମେୟର ସଂଘମିତ୍ରା ଦଳାଇ ଏବଂ ଖ୍ୟାତନାମା ଉପସ୍ଥାପକ ହୃଷିକେଶ ପାଣିଗ୍ରାହୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରି ପୁରସ୍କୃତ କରିଥିଲେ l ପ୍ରେସିଡେନ୍ସି ମହାବିଦ୍ୟାଳୟର ଚେୟାରମ୍ୟାନ ଡ ଶ୍ରୀନିବାସ ମହାପାତ୍ର ସଭାପତିତ୍ୱ କରିଥିଲେ l ଡ ମିହିର କୁମାର ତ୍ରିପାଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଉଷାରାଣୀ ମହାପାତ୍ର, ରବୀନ୍ଦ୍ର କୁମାର ନାୟକ ଓ ସୁଦିପ ସାହୁ ମଂଚାସୀନ ରହି ସହଯୋଗ କରିଥିଲେ l ଚିତ୍ରାଙ୍କନ, ହସ୍ତାକ୍ଷର, ସଂଗୀତ, ଶାସ୍ତ୍ରୀୟ ନୃତ୍ୟ, ଲୋକନୃତ୍ୟ, ଆଧୁନିକ ନୃତ୍ୟ ଏବଂ ଫେସନ ଶୋ ଆଦି ପ୍ରତିଯୋଗିତା 150 ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ l ପ୍ରାୟ 50 ଜଣ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ଦିଆଯାଇଥିଲା l ବିଚାରକ ଭାବେ ସୁଜ୍ଞାନୀ ଆଚାର୍ଯ୍ୟ, ସୋନାଲି ସାବତ, ସତ୍ୟ ନାରାୟଣ ମହାରଣା, ଆଇସା ପାତ୍ର, ସାଧନା ପାଢ଼ୀ, ପୂର୍ଣ୍ଣ ଚନ୍ଦ୍ର ଦାଶ, ମନୋଜ ଦଣ୍ଡପାଟ, ଟୁଇଙ୍କିଲି ଗମାଙ୍ଗ, ଯତୀନ ଦାସ, ଅମୀୟ ତ୍ରିପାଠୀ ଏବଂ ସଂଗ୍ରାମ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ l କୈଳାଶ ପାଣିଗ୍ରାହୀ, ବାସୁଦେବ ଅଧିକାରୀ , ଆଶା ପାଣିଗ୍ରାହୀ, ସରୋଜ ପଣ୍ଡା ଓ ସାଇରାମ ସୁବୁଦ୍ଧି ପରିଚାଳନାରେ ସହଯୋଗ କରିଥିଲେ l


