ଗଞ୍ଜାମ ପ୍ରେସ କ୍ଳବ ପକ୍ଷରୁ ବନ୍ଧୁତ୍ୱ ପୂର୍ଣ୍ଣ କ୍ରିକେଟ ମେଚ ଅନୁଷ୍ଠିତ

ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ପ୍ରେସ କ୍ଳବ ପକ୍ଷରୁ ଭାରତୀ ବିଦ୍ୟାପୀଠ ମିନୀଷ୍ଟାଡିଅମରେ ଏକ ବନ୍ଧୁତ୍ୱ ପୂର୍ଣ୍ଣ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି l ଏଥିରେ ତହସିଲ ଟାଇଗର୍ସ କୁ ଏକ ରୋମାଞ୍ଚକର ଫାଇନାଲ ମ୍ୟାଚ୍ ରେ କଲେଜ ଲାୟନ୍ସ ଟିମ ୪ ରନ ରେ ପରାସ୍ତ କରି ଚମ୍ପିୟାନ ହୋଇଛି lପ୍ରଥମେ ଟସ ଜିତି ତହସିଲ ଟାଇଗର କଲେଜ ଲାୟନ୍ସକୁ ବେଟିଙ୍ଗ ପାଈଁ ନିମନ୍ତ୍ରଣ କରିଥିଲା l ପ୍ରଥମେ ବେଟିଙ୍ଗ କରି ଶିବ ଶଙ୍କରଙ୍କ ଆକର୍ଷଣୀୟ ଇଂନ୍ସକୁ ପାଥେୟ କରି ନିର୍ଧାରିତ ୧୦ ଓଭର ରେ ୬ ବିକେଟ ହରାଇ ୧୧୨ ରନ କରିଥିଲା l ପଛରେ ବେଟିଙ୍ଗ କରି ତହସିଲ ଟାଇଗର୍ସ ଟିମ ଅଧିନାୟକ ଅରୁଣ କୁମାର ନାୟକଙ୍କ ଆକର୍ଷଣୀୟ ଧୂଆଁଧାର ବେଟିଙ୍ଗ କୁ ପାଥେୟ କରି ୪ଉଇକେଟ ରେ ୧୦୮ ରନ କରିବାକୁ ସକ୍ଷମ ହୋଇ ୪ ରନ ରେ କଲେଜ ଟିମ ବିଜୟ ହୋଇ ଚମ୍ପିୟାନ ହୋଇଥିଲା lଉଦଯାପନି ସମାରୋହରେ ମୁଖ୍ୟ ଅତିଥି ଭାବରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଓ ଏ.ଡି.ଏମ୍ ଜେନେରାଲ ଲିନା କୁମାରି ଖେସ ,ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇ ବିଜୟୀ ଓ ରନର ଟିମ କୁ ଟ୍ରଫି ପ୍ରଦାନ କରିଥିଲେ l ସମ୍ମାନୀତ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷl ଶର୍ମିଷ୍ଠା ପ୍ରଧାନ, ଏନ. ଏ. ସି ଅଧ୍ୟକ୍ଷl ପ୍ରତିଭା ପାଢ଼ୀ, ଜିଲ୍ଲା ପରିଷଦ ସଦସ୍ୟ ସନାତନ ବେହେରା ,ପୂର୍ବତନ ବ୍ଳକ ଅଧକ୍ଷ ସୁରଥ ପାହାନ ,ଛତ୍ରପୁର ପ୍ରେସ କ୍ଳବ ସଭାପତି ପ୍ରଶାନ୍ତ କୁମାର ମହାରଣା ପ୍ରମୁଖ ଯୋଗଦେଇ ଉତ୍ତମ କ୍ରୀଡା ପ୍ରଦର୍ଶନ କରିଥିବା କ୍ରିକେଟର ଙ୍କୁ ପୁରସ୍କୃତ କରିଥିଲେ lଫାଇନାଲ ମେଚର ମେଇନ ଅଫ ଦା ମ୍ୟାଚ୍ ଓ ମେଇନ ଅଫ ଦା ସିରିଜ ଗଞ୍ଜାମ କଲେଜ ଟିମର ଶିବ ଶଙ୍କରଙ୍କୁ ପ୍ରଦାନ କରାଯାଇ ଥିବା ବେଳେ ବେଷ୍ଟ ବୋଲର ଭାବେ ତହସିଲଦାର ଅରୁଣ କୁମାର ନାୟକଙ୍କୁ ସଂମ୍ମାନୀତ କରା ଯାଇଥିଲା l ଟୁର୍ଣ୍ଣାମେଣ୍ଟ ପ୍ରାରମ୍ଭରେ ପୂର୍ବାହ୍ନ ସମୟରେ ବିଶ୍ୱକପ ହକି ର ପ୍ରଚାର ପ୍ରସାର ଓ ସଚେତନତା ପାଇଁ ସମସ୍ତ ଖେଳାଳି ଓ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଷ୍ଟାଡିଅମରୁ ବାହାରି ସହର ମୁଖ୍ୟ ରାସ୍ତା ପରିକ୍ରମା କରାଯାଇଥିଲା lଗଂଜାମ ପ୍ରେସ କ୍ଲବ ସଭାପତି ଶବର କୁମାର ତରାଇ ଙ୍କ ପୌରହିତରେ ଉଦ୍ଘାଟନୀ ଓ ଉଦଜାପନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା l ଆରମ୍ବ ରେ ଗଞ୍ଜାମ ବିଡ଼ିଓ ଯସ୍ମୀନ ପ୍ରଧାନ, ତହସିଲଦାର ଅରୁଣ କୁମାର ନାୟକ, ଗଞ୍ଜାମ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର, ଗ୍ରାସୀମ ଡିଜିଏମ୍ ରବୀନ୍ଦ୍ର କୁମାର ମହାନ୍ତି, ସିଏସଆର ଅଧିକାରୀ ପ୍ରବୀଣ କୁମାର ଦାସ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ।କ୍ଲବ ଉପଦେଷ୍ଟା ଉମାକାନ୍ତ ବେହେରା, ରାକେଶ ଦାସ ,ବିଜୟଲକ୍ଷ୍ମୀ ମହାଙ୍ଗୁଡ଼ ,ପ୍ରଦୀପ କୁମାର ପଣ୍ଡା ଓ କୃଷ୍ଣ ଦାସ, ପରିଚାଳନା ରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ