ଗଞ୍ଜାମ ବିଡ଼ିଓଙ୍କ ବଦଳି କୁ ନେଇ ତୀବ୍ର ଅସନ୍ତୋଷ ଜିଲ୍ଲାପାଳଙ୍କ ସହ ଆଲୋଚନା କଲେ ଲୋକପ୍ରତିନିଧି

ଗଞ୍ଜାମ, (ଓ୍ବାଇଏନ୍ଏସ୍):ଗଞ୍ଜାମ ବିଡ଼ିଓ ଜ୍ୟୋତି ଶଙ୍କର ରାୟଙ୍କୁ ଡିଆରଡିଏ APD ଭାବେ ହଠାତ ବଦଳି କରାଯିବା କୁ ନେଇ ଗଞ୍ଜାମ ବ୍ଳକରେ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏନେଇ ଲୋକ ପ୍ରତିନିଧିମାନେ ମାନେ ଜିଲ୍ଲାପାଳ ଙ୍କୁ ଫୋନ ଯୋଗେ ବଦଳି ବାତିଲ କରିବା ନେଇ ଆଲୋଚନା କରିଥିବା ବଳେ ଆସନ୍ତାକାଲି ଭେଟିବେ ବୋଲି ଜଣାପଡ଼ିଛି । ଗଞ୍ଜାମ ବିଡିଓ ରାୟ ବ୍ଳକ କାର୍ଯ୍ୟାଳୟ ରେ ଯୋଗଦାନ ଦେବାଦିନଠାରୁ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ଠାରୁ ଆରମ୍ଭ କରି ବେସରକାରୀ କାର୍ଯ୍ୟକ୍ରମ ପର୍ଯ୍ୟନ୍ତ ସଫଳତାର ସହ ମୁକାବିଲା କରିଥିଲେ । ବାତ୍ୟା, ବନ୍ୟା, ବିଶେଷକରି କରୋନା ମୁକାବିଲା ରେ ଉଲ୍ଲେଖନିୟ କାର୍ଯ୍ୟ ପାଇଁ ସେ ସମସ୍ତ ଙ୍କ ଗ୍ରହଣ ଯୋଗ୍ୟ ହୋଇପାରିଥିଲେ । ବର୍ତ୍ତମାନ କରୋନା ସଂକ୍ରମଣ ଚାଲିଥିବା ବେଳେ ବିଡ଼ିଓ ରାୟ ଙ୍କ ବଦଳି କୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଲୋକପ୍ରତିନିଧି ମାନେ । ଗଞ୍ଜାମ ବ୍ଳକ କୁ ଜିଲ୍ଲାଠାରୁ ଆରମ୍ଭ କରି ରାଜ୍ୟ ଓ ଜାତୀୟ ସ୍ତରରେ ପ୍ରମୁଖ ବ୍ଳକ ଭାବେ ପରିଚିତ କରିବାରେ ତାଙ୍କର ପ୍ରଚେଷ୍ଟା କମ୍ ନଥିଲା । ତାଙ୍କର ନିଷ୍ଠାପର କାର୍ଯ୍ୟ ପାଇଁ ବେଷ୍ଟ ବିଡ଼ିଓ ଆୱାଡ଼ ମିଳିଥିବା ବେଳେ , ତାଙ୍କର ଉଦ୍ୟମ ଓ କାର୍ଯ୍ୟଦକ୍ଷତା ଯୋଗୁଁ କାଇଞ୍ଚପୁର ପାଞ୍ଚୟତ କୁ ଜାତୀୟ ସ୍ତରରେ ସାଂମ୍ମାନ, ବାତ୍ୟାଆଶ୍ରୟ ସ୍ଥଳୀକୁ ସୁପରିଚାଳନା ପରିଚାଳନା ପାଇଁ ଶତ୍ରୁସୋଲ ବାତ୍ୟାଆଶ୍ରୟ ସ୍ଥଳୀକୁ ମୁଖ୍ୟମନ୍ତ୍ରୀ ଙ୍କ ପୁରସ୍କାର, କାଇଞ୍ଚପୁର ପାର୍କ ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ଟୁଇଟ , କରିବା ତାଙ୍କର କାର୍ଯ୍ୟଦକ୍ଷତା ର ପ୍ରମାଣ କରିଥିଲା ।ବିଭିନ୍ନ ସମୟରେ ଜାତୀୟ ସ୍ତରୀୟ ବାତ୍ୟା ବିପର୍ଯ୍ୟସ୍ତ ପ୍ରଶାସନ କର୍ତ୍ତୃପକ୍ଷ ଲେପଟନ ଜେନେରାଲ ଏନ.ସି.ମାରିଆ, ଜାତୀୟ ସ୍ତରୀୟ IAS ଟିମ, ପଞ୍ଜାବ, ଆସାମ ଟିମ, ବିଭିନ୍ନ ଜିଲ୍ଲା ଟିମ, ଆନ୍ତଃଜାତୀୟ ସ୍ତରୀୟ ଗଣମାଧ୍ୟମ ପ୍ରତିନିଧିମାନେ ପରିଦର୍ଶନ ରେ ଗଞ୍ଜାମ ବ୍ଳକ କୁ ଆସି ଉନ୍ନୟନ କାର୍ଯ୍ୟପାଇଁ ପ୍ରଶଂସା କରିଥିବା ଦେଖାଯାଇଛି । ଗତବର୍ଷ ଗ୍ରାମଣି ଗୃହ ନିର୍ମାଣ କାର୍ଯ୍ୟ ପାଇଁ ଓଡ଼ିଶାରେ ପ୍ରଥମ ହୋଇପାରିଥଲା ।ଗୋଧନ ଯୋଜନା କୁ ଶତ୍ରୁସୋଲ ଗ୍ରାମକୁ ପାଇଲଟ ଗ୍ରାମ ହିସାବରେ ନେଵାରେ ରାଜ୍ୟରେ ପ୍ରଥମ ।ବର୍ତ୍ତମାନ କରୋନା ପରି ସଂକ୍ରମଣ ପରିସ୍ଥିତି ଚାଲିଥିବା ବେଳେ ପ୍ରବାସି ଓଡ଼ିଆ ମାନଙ୍କୁ ଆଣି ସଙ୍ଘରୋଧ କେନ୍ଦ୍ର ରେ ରଖି ସଫଳ ମୁକାବିଲା କରିପାରିଥିବାରୁ ବ୍ଳକରେ ସଂକ୍ରମଣ ବ୍ୟାପିବାରେ ରୋକିପାରିଥିଲେ ।ତାଙ୍କର ଆମୀକ, ମିଷ୍ଟାଭାସି, ପରୋପକାରୀ, ନିରାଡ଼ମ୍ବର ବେକ୍ତିତ୍ବ ପାଇଁ ସମସ୍ତଙ୍କର ପ୍ରିୟଭାଜନ ହୋଇପାରିଥିଲେ । ବୃକ୍ଷରୋପଣ କରିବା , ସାଂସ୍କୃତିକ କାର୍ଯ୍ୟକ୍ରମ କୁ ପ୍ରୋତ୍ସାହନ ଦେବା, ରକ୍ତଦାନ ଶିବିର ଆୟୋଜନ କରିବା ହେଉକି ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ସାହାଯ୍ୟ କରିବା ,ଅସାହା ଓ ନିରାଶ୍ରୟ ଙ୍କୁ ସହଯୋଗ କରିବା ତାଙ୍କର ବ୍ରତଥିଲା ।ବିଶେଷ କରି ଜନପ୍ରତିନିଧି, ଜିଲ୍ଲାପ୍ରଶାସନ ଓ ସାଧାରଣ ଜନତାଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ରଖି ବ୍ଳକକୁ ଆଗକୁ ନେବା ପାଇଁ ଚେଷ୍ଟା କରି ଆସିଥିବା ଦେଖାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ