ଗଞ୍ଜାମ ବ୍ଲକରେ ପ୍ରାରମ୍ଭ ପ୍ରଶିକ୍ଷଣ ଶିବିର
ଗଂଜାମ, (ବିନୋଦ ପଲେଇ):ମହାମାରୀ କରୋନା ଶିକ୍ଷା ବ୍ୟବସ୍ଥା କୁ ଦୋହଲାଇ ଦେଇଥିବା ବେଳେ ପ୍ରାଥମିକ ସ୍ତରରେ ପ୍ରଥମ ରୁ ତୃତୀୟ ଶ୍ରେଣୀ ମଧ୍ୟରେ ପଢ଼ୁଥିବା ଛାତ୍ର ଛାତ୍ରୀ ଏଥିରେ ବେଶୀ ପ୍ରଭାବିତ ହୋଇଛନ୍ତି. ସୂଚନା ଥାଉକି ସେମାନେ ବିଦ୍ୟାଳୟ ର ଦୁଆର ମାଡି ନ ଥିବା ବେଳେ ଅନଲାଇନ ଶିକ୍ଷା ଦ୍ୱାରା ମଧ୍ୟ ବିଶେଷ ଉପକୃତ ହୋଇ ପାରିନାହାନ୍ତି. ତେଣୁ ଏହି ସ୍ତରର ଶିକ୍ଷାର୍ଥୀ ମାନଙ୍କୁ ନିଜ ଘର ପାଖରେ ଶିକ୍ଷା ଦେବା ପାଇଁ ଭାରତୀୟ ଜ୍ଞାନ ବିଜ୍ଞାନ ସମିତି ଏବଂ ମୋ ସ୍କୁଲ ର ମିଳିତ ଉଦ୍ୟମ ରେ ପ୍ରାରମ୍ଭ ନାମରେ ଏକ ଅଭିନଵ ପ୍ରୟାସ କରାଯାଇଛି. ଏହି ଯୋଜନା ମାଧ୍ୟମରେ ଗ୍ରାମର ସ୍ବେଛାସେବୀ ମାନେ ପିଲାଙ୍କୁ ଘର ପାଖରେ ପ୍ରାରମ୍ଭ ଶିକ୍ଷା ଦେବାର କାର୍ଯ୍ୟକ୍ରମ ରହିଛି. ଏହି ପରିପ୍ରେକ୍ଷୀରେ ଗଞ୍ଜାମ ବ୍ଲକ ର ସ୍ବେଛାସେବୀ ପ୍ରଶିକ୍ଷଣ ପାଇଁ ହୁମ୍ମା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଏକ ଦିବସୟ ପ୍ରାରମ୍ଭ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଛି. ଶିବିରରେ ହୁମ୍ମା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ରେଣୁ ପ୍ରଭା ଦେବୀ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିବା ବେଳେ ସନ୍ତୋଷପୁର କ୍ଲଷ୍ଟର ସଂଯୋଜକ ଶ୍ରୀ ଶରତ ଚନ୍ଦ୍ର ବେହେରା,ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ. ଛତ୍ରପୁର ବ୍ଲକ ଚମାଖଣ୍ଡି କ୍ଲଷ୍ଟର ସଂଯୋଜକ ଶ୍ରୀ ଗୌରୀ ଶଙ୍କର ଶତପଥି, ବୋରିଗାଁ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଶ୍ରୀ ଲଡ଼ୁ କିଶୋର ମୁଦୁଲି ସମ୍ବଳ ଶିକ୍ଷକ ଭାବେ ଯୋଗଦେଇ ଉପସ୍ଥିତ ଗଞ୍ଜାମ ବ୍ଲକ ର 11 ଜଣ ସ୍ବେଛାସେବୀ ଙ୍କୁ ପ୍ରଶିକ୍ଷଣ ଦେଇଥିଲେ. ସମସ୍ତ କାର୍ଯ୍ୟକ୍ରମ କୁ ହୁମ୍ମା ସାଧନ କେନ୍ଦ୍ର ସଂଯୋଜକ ଶ୍ରୀ ଦାମୋଦର ପଣ୍ଡା ପରିଚାଳନା କରିଥିଲେ. ବିଦ୍ୟାଳୟ ପରିଚାଳନା କମିଟି ସଭ୍ୟା ଶ୍ରୀମତୀ ବିନୋଦିନୀ ଦେବୀ ଧନ୍ୟବାଦ ଅର୍ପଣ କରିଥିଲେ.