ଗଞ୍ଜାମ ବ୍ଲକର ପଂଚାୟତ ସମିତି ବୈଠକ
ଗଞ୍ଜାମ,(ଯୁଗାବ୍ଦ ନ୍ୟୁଜ୍): ଗଞ୍ଜାମ ବ୍ଲକ ସଭା କକ୍ଷ ଠାରେ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ହୁମ୍ମା ଲବଣ ଅଧିକ୍ଷକ ମୁଖ୍ୟ ପ୍ରଶାସନିକ ଭବନଜମିକୁ ବିକ୍ରିକୁ ବିରୋଧକରାଯିବା, ମେଗାପ୍ରକଳ୍ପ ରେ ପାନୀୟ ଜଳ ଯୋଗାଣ ରେ ଗ୍ରାମଗୁଡିକୁ ସାମିଲ କରାନଯିବା, ପାନୀୟ ଜଳଯୋଗାଣ ରେ ସମସ୍ୟା, ହୁମ୍ମା ମେଡିକାଲ ର ଫାର୍ମଶିଷ୍ଟ ଙ୍କୁ ବଦଳି କରାଯିବା ରେ ବିଳମ୍ବ, ୟୁଡିଏସପୁର ମେଡିକାଲ ରେ ଡାକ୍ତର ରୋଗୀକଲ୍ୟାଣ ସମିତି ବୈଠକ ନାଡାକିବା, ଓ ଅନ୍ୟାନ୍ୟ ସମସ୍ୟା ନେଇ ଆଜି ବୈଠକରେ ଆଲୋଚନା ହୋଇଥିଲା ।ଗଞ୍ଜାମ ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ ଙ୍କ ସଭାପତିତ୍ୱ ରେ ଏହି ବୈଠକରେ ସ୍ଥାନୀୟ ବିଧାୟକ ସୁବାସ ଚନ୍ଦ୍ର ବେହେରା ଅତିଥି ରୂପେ ଯୋଗ ଦେଇଥିଲେ । ପ୍ରାରମ୍ଭରେ ଜିଲ୍ଲାପ୍ରଶାସନ ଦ୍ୱାରା ଶ୍ରେଷ୍ଠ ବିଡ଼ିଓ ରୁପେ ସଂମ୍ମାନୀତ ହୋଇଥିବା ଗଞ୍ଜାମ ବିଡ଼ିଓ ଜ୍ୟୋତି ଶଙ୍କର ରାୟ ଙ୍କୁ ପଞ୍ଚାୟତ ସମିତି ତରଫରୁ ବିଧାୟକ ବେହେରା ଓ ଅଧ୍ୟକ୍ଷ ନାୟକ ଫୁଲତୋଡା ଓ ଉପଢୋକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ପରେ ବ୍ଲକ ର ପୁର୍ବତନ ଅଧ୍ୟକ୍ଷ ତଥା ସମିତିସଭ୍ୟ ସୁରଥପ୍ରଧାନ ବୈଠକରେ ହୁମ୍ମା ଠାରେ ୧୯୮୯ ମସିହାରେ ସ୍ଥାପିତ ହୋଇଥିବା ଲବଣ ଅଧିକ୍ଷକ ଙ୍କ ମୁଖ୍ୟ ପ୍ରଶାସନିକ ଭବନ ଜମିକୁ ହିନ୍ଦୁସ୍ଥାନ ଇରୋନେଟିକ ଲିମିଟେଡ଼ କୁବିକ୍ରୟ କରିବା ପାଇଁ କେନ୍ଦ୍ର ସରକାରଙ୍କ ବାଣିଜ୍ୟ ,ଶିଳ୍ପ ବିଭାଗ ର ନିର୍ଦ୍ଦେଶ ରେ ଜିଲ୍ଲାସବରେଜିଷ୍ଟ୍ରର ଅଫିସ ଜମିର ମୂଲ୍ୟାଙ୍କନ କରି ରିପୋର୍ଟ ଦେଇଥିବା କହିଥିଲେ।ଏହି ଅଫିସ ଦିନେ ଓଡ଼ିଶା, ପଶ୍ଚିମବଙ୍ଗ, ବିହାର ରାଜ୍ୟକୁ କଣ୍ଟ୍ରୋଲ କରୁଥିବା ବେଳେ, ୨୦୧୩ମସିହାରେ ଫାଇଲିନ ରେ ଅଫିସର ଘର ଗୁଡିକ ଭାଙ୍ଗିଯିବାରୁ ଅଫିସକୁ ସ୍ଥାନାନ୍ତର କରିବା ପାଇଁ ଯୋଜନା କରାଯିବା ବେଳେ ଲୋକଙ୍କ ବିରୋଧ ଯୋଗୁଁ ସ୍ଥାନାନ୍ତରିତ ପାକ୍ରିୟା କୁ ସ୍ଥଗିତ କରାଯିବା ସହ ଭଡ଼ାରେ ଅଫିସ ଚାଲୁଛି । ବର୍ତ୍ତମାନ ଏହି ଜମିବିକ୍ରି ଯୋଜନା କୁ ସମ୍ପୂର୍ଣ୍ଣ ବିରୋଧ କରାଯିବା ସହ ସମସ୍ତ ସରପଞ୍ଚ, ସମିତି ସଭ୍ୟ ଧାରଣ ଦେବେ କହିବା ସହ ବିଧାୟକ ଏଥିରେ ହସ୍ତକ୍ଷେପ କରନ୍ତୁ, ଓ ଅଧ୍ୟକ୍ଷ ସହଯୋଗ କରନ୍ତୁ ବୋଲି କହିଥିଲେ । ଯାହାକୁ ସମସ୍ତ ପ୍ରତିନିଧି ସମର୍ଥନ କରିଥିଲେ । ଘଟଣାକୁ ଗୁରୁତର ସହ ନେଇ ବିଧାୟକ ବେହେରା କହିଥିଲେ ପଡିଆ ଲବଣ ଚାଷ ଜମିକୁ ହିନ୍ଦୁସ୍ତାନ ଇରୋନେଟିକଲିମିଟେଡ଼ କୁ ଦିଆ ଯାଉ , ମାତ୍ର ମୁଖ୍ୟ ପ୍ରସାସନିକ ଭବନ ଜମିକୁ ବିକ୍ରି ନକରିବା ପାଇଁ ସମିତି ତରଫରୁ ରେଜୁଲେସନ କାରାଯାଉ । ଏନେଇସେ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବେବୋଲି କହିଥିଲେ ।କାଇଞ୍ଚପୁର ସରପଞ୍ଚ ସନ୍ତୋଷ ରେଡି ପାନୀୟ ଜଳଯୋଗାଣ ମେଗାପ୍ରକଳ୍ପ ରେ ଏହି ଅଞ୍ଚଳରୁ ପୁରୀ ଜିଲ୍ଲା କୁ ପାଣି ଯୋଗାଣ ହେବ, ମାତ୍ର ୮୦୦ ମିଟର ଦୂରର ଥିବା ମାଳିଜଗନ୍ନାଥ ପୁର ଗ୍ରାମକୁ ସାମିଲ କରାଯାଉନଥିବାରୁ ଅସନ୍ତୋଷ ପ୍ରକାଶ କରିଥିଲେ । କଲ୍ୟାଣ ପୁର ଝରାପଦର ଗ୍ରାମରେ ପାଣି ପାଇଁ ଟେଣ୍ଡର ହେବା ସ୍ଵତେ କାମ ଆରମ୍ବ ହେଉନଥିବା ଅଭିଯୋଗ କରିଥିଲେ ।ସେହିପରି ସରପଞ୍ଚ ନିରଞ୍ଜନ ରେଡି, ସତୁଳି ଗ୍ରାମରେ ,ସମିତିସଭ୍ୟ ଶତ୍ରୁଘ୍ନମହାଙ୍ଗୁଡ଼ ୟୁଡିଏସ ପୁର ପଞ୍ଚୟତ ରେ ପାନୀୟ ଜଳ ସଙ୍କଟ ଦେଖାଦେଉଥିବା ବେଳେ ବିଭାଗର ଯନ୍ତ୍ରି କୋୖଣସି ପଦକ୍ଷେପ ନେଉଥିବା କହିଥିଲେ । ଏନେଇ ବିଡ଼ିଓ ତୁରନ୍ତ ପଦକ୍ଷେପ ନେବାକୁ ତାଗିତ କରିବା ସହ ମେଗାପ୍ରକଳ୍ପ ରେ ମାଳିଜଗନ୍ନାଥପୁରଗ୍ରାମକୁ ନିଆଯିବା ପାଇଁ ବିଭଗିୟ ଯନ୍ତ୍ରି ଙ୍କୁ ନିର୍ଦ୍ଦେଶ ଦେଇଥିଲେ । ହୁମ୍ମା ସରକାରୀ ମେଡ଼ିକାଲ ର ଫାର୍ମାସିଷ୍ଟ ଙ୍କ ବିରୋଧରେ ବିଭିନ୍ନ ସମୟରେ ଅଭିଯୋଗ ଦୁବେବହାର କରିବାସହ ଟଙ୍କା ମାଗିବା ନେଇ ଅଭିଯୋଗ ହେବା ସ୍ଵତେ ତାଙ୍କୁ ବଦଳି କରାଯାଉନଥିବା ଓ ଡାକ୍ତର ନିଯୁକ୍ତି ହେଉନଥିବା ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ହୁମ୍ମା ସରପଞ୍ଚ ଚନ୍ଦ୍ର ମୋହନ ସାହୁ । ଯାହକୁ ଅନ୍ୟ ପ୍ରତିନିଧି ମାନେ ସମର୍ଥନ କରିଥିଲେ । ଉପସ୍ଥିତଥିବା ଖଣ୍ଡଦେଉଳି ମେଡିକାଲ ଅଫିସର ଡାକ୍ତର ସୁଧାର କରଦାସ ତାଙ୍କର ବଦଳି ପାଇଁ ସୁପାରୀସ କରାଯାଇଥବା ନେଇ କହିବା ସହ ଗଞ୍ଜାମ, ହୁମ୍ମା, ୟୁଡିଏସ ପୁର, ରମ୍ଭା ରେ ଡାକ୍ତର ପଦବୀ ଖାଲିଥିବା କହିଥିଲେ । ଯାହାକୁ ନେଇ ସଭ୍ୟ ମାନେ ଶୁଣିନଥିଲେ ଓ ବିଧାୟକ ଙ୍କ ହସ୍ତେଖପ ଲୋଡିଥିଲେ । ପରେ ବିଧାୟକ ନିଜେ ଏନେକ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଙ୍କ ସହ କଥା ହେବେ ବୋଲିକହିବା ପରେ ସଭ୍ୟମାନେ ଶାନ୍ତ ହୋଥିଲେ ।ସେହିପରି ସମିତି ସଭ୍ୟ ଶତ୍ରୁଘନ ମହାଙ୍ଗୁଡ଼, ଜିଲ୍ଲା ପରିଷଦ ସଭ୍ୟ ଜେ.ସନ୍ତୋଷସି ୟୁଡିଏସ ପୁର ସରକାରି ମେଡିକାଲ ରେ ଡାକ୍ତର ମନଇଚ୍ଛା ରୋଗୀକଲ୍ୟାଣ ସମିତି ବୈଠକରନଡାକି ଟଙ୍କା ଖର୍ଚ୍ଚ କରୁଥିବା ଅଭିଯୋଗ କରିଥିଲେ । ଏନେଇ ବିଡ଼ିଓ ଖଣ୍ଡଦେଉଳି ମେଡିକାଲ ଅଫିସର ଓ ବ୍ଲକ ତରଫରୁ ମିଳିତ ତଦନ୍ତ କରାଯାଇ କାର୍ୟ୍ୟାନୁଷ୍ଠାନ ଗ୍ରହଣ କାରାଯିବ ବୋଲି କହିଥିଲେ ।କାଳିଆ ଯୋଜନା ରେ କେତେଜଣ ଉପଭୋକ୍ତା ଙ୍କ ନାମ ଯାଇଛି ଲିଷ୍ଟ ମିଳୁନଥିବ, ବିଭିନ୍ନ କାର୍ୟ୍ୟକ୍ରମ ଓ ସରକାରୀ ଯୋଜନାରେ ରେ ନିର୍ବାଚିତ ପ୍ରତିନିଧି ମାନଙ୍କୁ କୃଷି ବିଭାଗ ପକ୍ଷରୁ ସାମିଲ କରାଯାଉନଥିବା ନେଇ ପ୍ରତିନିଧି ମାନେ ଅଭିଯୋଗ କରିଥିଲେ । ଅଙ୍ଗନାବାଡ଼ି କେନ୍ଦ୍ର ରେ ପାଣି, ଆଲୋକ ବେବସ୍ଥା ନଥିବା, ଓ ଚତୁଆ ନିମ୍ନମାନର ନେଇ ଅଭିଯୋଗ କରିଥିଲେ ସଭ୍ୟମାନେ । ଏହାଉପରେ ପଦକ୍ଷେପ ନିଆଯିବ ବୋଲି ବିଡ଼ିଓ କହିଥିଲେ । ଏଥିରେ ଉପାଧ୍ୟକ୍ଷ ମିନତି ପ୍ରଧାନ, ବିଡ଼ିଓ ଜ୍ୟୋତି ଶଙ୍କର ରାୟ , ଅତିରିକ୍ତ ତହସିଲଦାର ସନାତନ ମହାଲ୍ଲିକ ମଞ୍ଚାସିନ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ସରପଞ୍ଚ ବନିତା ଦଳେଇ, ସନ୍ତୋଷ ସେଠୀ, ପ୍ରଭାତ ସେଠୀ, କବିତା ସ୍ବାଇଁ, ସମିତିସଭ୍ୟ ଗଗନ ସ୍ବାଇଁ, ଛାୟା କାନ୍ତ ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ରଶ୍ମି ରାଣୀ ମହାପାତ୍ର, , ସହକାରୀ ନିର୍ବାହୀ ଯନ୍ତ୍ରୀ ପର୍ଶୁରାମ ସେଠି, ବିଭିନ୍ନବିଭାଗ ଅଧିକାରୀ, ସରପଞ୍ଚ, ସମିତିସଭ୍ୟ ମାନେ ଉପସ୍ଥିତ ଥିଲେ ।


