ନାଉଗାଁ ଫେଷ୍ଟିଭାଲ ଉଦ୍‌ଘାଟିତ

ନାଉଗାଁ:ନାଉଗାଁ ବ୍ଳକ ଅନ୍ତର୍ଗତ ଚଗଲା ଦାସ ମଠସ୍ଥିତ ମଣିକର୍ଣ୍ଣିକା ଘାଟ ଠାରେ ଶୁକ୍ରବାର ନାଉଗାଁ ସ୍ୱାଭିମାନ ପରିଷଦ ଆନୁକୂଲ୍ୟରେ ପ୍ରଥମ ନାଉଗାଁ ଫେଷ୍ଟିଭାଲ ଉଦ୍‌ଘାଟିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ କ୍ରିଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ଯୋଗ ଦେଇ ଗାଁ ଲୋକେ ଆଧୁନିକତାର ମୋହରେ ପଡି ସହର ମୁହାଁ ହେଉଥିବା ବେଳେ ସହରରେ ବାସ କରୁଥିବା ଲୋକମାନେ ଗାଁର ଐତିହ୍ୟ, ସଂସ୍କୃତି ଓ ପରମ୍ପରାକୁ ବଜାର ରଖିବା ପାଇଁ ଗାଁ ମୁହଁ ହେଉଥିବା ମତବ୍ୟକ୍ତ କରିଥିଲେ । ତାଙ୍କ ସହିତ ସମ୍ମାନୀତ ଅତିଥିଭାବେ ଚୌଦାର-କଟକ ବିଧାୟକ ସୌଭିକ ବିଶ୍ୱାଳ, ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି, ଜଗତସିଂହପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷା ପ୍ରିୟଦର୍ଶିନୀ ବିଶ୍ୱାଳ, ନାଉଗାଁ ସ୍ୱାଭିମାନ ପରିଷଦର ସଭାପତି ଚୈାଧୁରୀ ସତ୍ୟ ଦାସ,ସଂପାଦକ ମନୋରଂଜନ ଦାସ ଆଦି ଯୋଗ ଦେଇଥିଲେ । ମହିଳା ମାନଙ୍କୁ ନେଇ କରାଯାଇଥିବା ଝୋଟି ପ୍ରତିଯୋଗୀତାରେ କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ମାନପତ୍ର ପ୍ରଦାନ କରାଯାଇଥିଲା ।ସେହିପରି ଗୋଠଦା ମଠାଧୀଶ ମହନ୍ତ ଚିନ୍ତାମଣୀ ପର୍ବତ ଗୋସ୍ୱାମୀଙ୍କୁ ନାଉଗାଁ ସ୍ୱାଭିମାନ ସମ୍ମାନରେ ସମ୍ବଦ୍ଧକରାଯାଇଥିଲା । ପରେ କଲିକତାର ନୃତ୍ୟଶିଳ୍ପୀ ଭାରତ ନାଟ୍ୟମ ଓ ଲୋକନୃତ୍ୟ ପରିବେଷଣ କରାଯାଇଥିବା ବେଳେ ବାସୁଦେବ ନୃତ୍ୟକଳା ଏକାଡେମୀ ଦ୍ୱାରା ଓଡିଶୀ ଓ ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯଇାଥିଲା ।ଏହି ଫେଷ୍ଟିଭାଲ ୩ ଦିନ ଧରି ଚାଲିବାକୁ ଥିବା ବେଳେ ରବିବାର ଉକ୍ତ କାର୍ଯ୍ୟକ୍ରମ ଉଦଯାପିତ କରାଯିବ । ଏହି ଫେଷ୍ଟିଭାଲରେ ପ୍ରତ୍ୟେହ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମମାନ କରାଯିବା ସହିତ ଖାଦ୍ୟ ମେଳା, ବିଦ୍ୟାଳୟସ୍ତରୀୟ ପ୍ରତିଯୋଗୀତା, ପିଠା ପ୍ରତିଯେଗାୀତା, କବି ସମ୍ମିଳନୀ ଆଦି ଅନୁଷ୍ଠିତ ହେବ ବୋଲି ନାଉଗାଁ ସ୍ୱାଭିମାନ ପରିଷଦର ସଭାପତି ଚୈାଧୁରୀ ସତ୍ୟ ଦାସ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ