ଗଞ୍ଜାମ ବ୍ଳକ ବିଜେପିର ଗରିବ କଲ୍ୟାଣ ସମାବେଶ

ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ବ୍ଳକ ଅନ୍ତର୍ଗତ ହୁମ୍ମା ସ୍ଥିତ ପାଦୁକାଇ ମନ୍ଦିର ପ୍ରାଙ୍ଗଣରେ ଭାରତୀୟ ଜନତା ପାର୍ଟିର ଗରିବ କଲ୍ୟାଣ ସମାବେଶ ଅନୁଷ୍ଠିତ ହୋଇଯାଇଛି। ହୁମ୍ମା ମଣ୍ଡଳ ଆନୁକୂଲ୍ୟରେ ଏବଂ ହୁମ୍ମା ମଣ୍ଡଳର ସଭାପତି ଧ୍ରୁବ ଚରଣ ପଲାଇ ସଭାପତିତ୍ୱ ଏହି ସମାବେଶରେ ମୁଖ୍ୟ ଅତିଥିଭାବେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଏସସି ମୋର୍ଚ୍ଚା ଗଞ୍ଜାମ ଜିଲ୍ଲା ସଭାପତି ଶ୍ରୀ ପ୍ରଶାନ୍ତ କୁମାର କର , ସମ୍ମାନିତ ଅତିଥି ରୂପେ ଛତ୍ରପୁର ବିଧାନସଭା ପ୍ରଭାରୀ ଡାକ୍ତର ସୁବାଷ ଚନ୍ଦ୍ର ସାହୁ, ଏସସି ମୋର୍ଚ୍ଚା ରାଜ୍ୟ ସମ୍ପାଦକ କୃଷ୍ଣଚନ୍ଦ୍ର ନାୟକ,ରାଜ୍ୟ ଏସସି ମୋର୍ଚ୍ଚା ସମ୍ପାଦକ ଶ୍ରୀ କୀର୍ତ୍ତନ ଦାସ, ରାଜ୍ୟ ଓବିସି ମୋର୍ଚ୍ଚ ସମ୍ପାଦକ ତଥା ପୂର୍ବତନ ବ୍ଳକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ, ଜିଲ୍ଲା ଉପସଭାପତି ଶ୍ରୀମତୀ ରଶ୍ମିରାଣୀ ମହାପାତ୍ର, ଯୋଗଦେଇ କେନ୍ଦ୍ର ସରକାରଙ୍କ ଗରିବ କଲ୍ୟାଣ ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ଏନ୍.ରାଜେନ୍ଦ୍ର କୁମାର,ଜିଲ୍ଲା ସମ୍ପାଦକ ଶ୍ରୀ ଭୀମସେନ ବେହେରା,ବିଧାନସଭା ସଂଯୋଗକ ବସନ୍ତ କୁମାର ବେହେରା ଭିକାରିପଲ୍ଲୀ ମଣ୍ଡଳ ସଭାପତି ଶ୍ରୀ ପଦ୍ମଚରଣ ପରିଡ଼ା,କଣମଣା ମଣ୍ଡଳ ପୂର୍ବତନ ସଭାପତି ଶ୍ରୀ ପଦ୍ମଚରଣ ସାହୁ,ସନ୍ତୋଷପୁର ମଣ୍ଡଳ ସଭାପତି ଶ୍ରୀ ସନ୍ତୋଷ ନାହାକ,ସାନରାମଚନ୍ଦ୍ରପୁର ପଂଚାୟତର ପୂର୍ବତନ ସରପଞ୍ଚ ଶ୍ରୀ ମାନସ ନାହାକ ,ସୌରଭ ମିଶ୍ର,ସନ୍ତୋଷ ନାହାକ,ସୁରେନ୍ଦ୍ର ସାହୁ,ସୁମନ୍ତ ଦାସ ପ୍ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ