ଜାତୀୟ ବନ ମହୋତ୍ସବ ସପ୍ତାହ ପାଳିତ
ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ବ୍ଲକ ଅନ୍ତର୍ଗତ ଗୋପାଳକୃଷ୍ଣ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଯୁବ ରେଡ଼କ୍ରସ ଶାଖା ଆନୁକୂଲ୍ୟରେ ୭୪ତମ ଜାତୀୟ ବନମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି ।ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଧ୍ୟକ୍ଷ ଡ଼.ସିଏଚ ସୁଧାକର ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଖଲ୍ଲିକୋଟ ଫରେଷ୍ଟ ରେଞ୍ଜର ଶ୍ରୀ ସିଦ୍ଧାର୍ଥ ଶଙ୍କର ସାହୁ,ମୁଖ୍ୟ ବକ୍ତା ଭାବେ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ବିଜୟ କୁମାର ବିଶ୍ବାଳ,ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ବାଳକୃଷ୍ଣ ମହାରଣା,ଖଲ୍ଲିକୋଟ ବନାଞ୍ଚଳ ଫରେଷ୍ଟର ଶ୍ରୀ ରତନ କୁମାର ବେହେରା,ସୁବଳୟା ଗ୍ରାମ୍ୟ କମିଟି ସଭ୍ୟ ଶ୍ରୀ କହ୍ନେଇ ନାୟକ,ଶ୍ରୀ ବାନାମ୍ବର ନାୟକ,ଶ୍ରୀ ପିତାମ୍ବର ସାହୁ ଯୋଗ ଦେଇଥିଲେ ।ଏହି ଅବସରରେ ଅତିଥିମାନେ ବନ ମହୋତ୍ସବ ସପ୍ତାହ ପାଳନର ଉଦ୍ଦେଶ୍ୟ ,ସାମ୍ପ୍ରତିକ ପରିସ୍ଥିତିରେ ବୃକ୍ଷ କିପରି ମାନବ ଜାତି ପାଇଁ ଅପରିହାର୍ଯ୍ୟ ଏବଂ ସବୁଜ ପରିବେଶର ସୁରକ୍ଷା ସମ୍ପର୍କରେ ମତବ୍ୟକ୍ତ କରିଥିଲେ ।ଯୁବ ରେଡକ୍ରସର ପରାମର୍ଶଦାତା ଡ଼.ଜଗଦୀଶ ଚନ୍ଦ୍ର ପାଳ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।ପରିଶେଷରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ ,ଅଧ୍ୟାପିକା ଏବଂ କର୍ମଚାରୀ ସହଯୋଗ କରିଥିଲେ ।


