ଗଞ୍ଜାମ ବ୍ଳକ ସଙ୍ଘରୋଧ କେନ୍ଦ୍ରରେ୧୬୩ ସୁରତ ଫେରାନ୍ତା, ଗୁଟୁକା,ପୁଡ଼ିଆ ,ମାଂସ ନ ଦେବାରୁ ଧମକାଇଲେ

ରମ୍ଭା, (ଓ୍ୱାଇଏନ୍‌ଏସ୍‌): ଗଞ୍ଜାମ ବ୍ଳକର ଶତ୍ରୁସୋଲ ଆଦର୍ଶ ସ୍କୁଲରେ ସଙ୍ଘରୋଧ କେନ୍ଦ୍ରରେ ଜୈନିକ ସୁରଥ ଫେରାନ୍ତ ପ୍ରବାସୀ ଗୁଟୁକା, ପୁଡିଆ ଖାଇବାକୁ ନ ପାଇ ତୁମୁଳ କାଣ୍ଡ କରିବା ସହ ନିଜ ଆଙ୍ଗୁଳିକୁ ବ୍ଲେଡ଼ ଲଗାଇ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଧମକାଇ ଡ଼ରାଇବା ପରବର୍ତ୍ତୀ ସମୟରେ ଜଳଖିଆ ଉପୁମା ତରକାରୀ ଟିକେ ବିଳମ୍ବରେ ଆସିବାକୁ ନେଇ ତୁମ୍ବୀତୋଫାନ କରିବା ଖାଇବାରେ ମାଛ, ମାଂସ ଦେବା ପାଇଁ ଚିଲେଇ ଚିଲେଇ କହିବା ଯାହା ପ୍ରଶାସନର ମୁଣ୍ଡବାଥା ପାଲଟିଛି । ଖବର ନେଵାରେ ଗଞ୍ଜାମ ବ୍ଳକକୁ ଗତକାଲି ରାତିଠାରୁ ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ସୁରତରୁ ଗଂଜାମ, ଛତ୍ରପୁର, ସାନଖେମୁଣ୍ଡି ଜଗନ୍ନାଥ ପ୍ରସାଦ, ଧରାକୋଟ, ବେଲଗୁଣ୍ଠା, ଭଞ୍ଜନଗର ବ୍ଳକ ର ୧୬୩ ଜଣ ପ୍ରବାସୀ ଆସି ବିଭିନ୍ନ ସଙ୍ଘରୋଧ କେନ୍ଦ୍ର ରେ ରହିଛନ୍ତି ।ଗତକାଲି ରାତ୍ରିରେ ଶତ୍ରୁସୋଲ ଆଦର୍ଶ ବିଦ୍ୟାଳୟରେ ଗତକାଲି ରାତିରେ ୫୭ଜଣ , ଆଜି ସକାଳେ ପାଲୁର ସ୍ଥିତ ହୁମ୍ମା ଉଚ୍ଚବିଦ୍ୟାଳୟ ରେ ୬୦ ଜଣ, କୁଶପଲ୍ଲୀ ଆବାସିକ ସ୍କୁଲ ରେ ୩୧ ଜଣ, ପାଲୁର ଓଡ଼ିଆରପି କୋଲୋନି ରେ ୧୫ ଜଣ ସୁରତ ଫେରନ୍ତା ରହିଛନ୍ତି । ଆଜିଶତ୍ରୁସୋଲ ଆଦର୍ଶ ବିଦ୍ୟାଳୟ ରେ ଖାଇବା ପାଇଁ ଘୁଟୁକାପୁଡିଆ, ଓ ମାଂସ ଯୋଗାଇ ଦେବନେଇ ହଟଗୋଳ କରିଥିଲେ । ଏପରିକି ଘୁଟୁକା ପୁଡୁଆ ନ ମିଳିବାରୁ ଜୈନିକ ବେକ୍ତି ବ୍ଲେଡ଼ ରେ ନିଜ ଆଙ୍ଗୁଠି କୁ କାଟି ଡ଼ରାଇ , ଧମକାବି ସହ ଉପସ୍ଥିତ ଦାଇତ୍ଵ ରେ ଥିବା ଅଧିକାରି ମାନଙ୍କୁ ତମେଆସି ଡ୍ରେସିଙ୍ଗ କରିବ, ନଚେତ ଭିଡ଼ିଓ କରି ଭାଇରାଲ କରିବି ବୋଲି ଧମକାଇଥିଲେ । ପରେ ବିଳମ୍ବ ରେ ଖାଇବା ପାଇଁ ଉପୁମା, ତରକାରୀ ଆସିବାରୁ ପାଟିତୁଣ୍ଡ କରିବା ସହ ଖାଇବାରେ ମାଂସ ଦେବାକୁ ଚିଲାଇ ଥିଲେ । ପରେ ଉକ୍ତ ଜଳଖିଆ କୁ ଭିଡ଼ିଓ କରି ଆମକୁ କିମିତି ଭାତ, ଡାଲମା ଦିଆଯାଉଛି କହି ଭାଇରାଲ କରିଥିଲେ । ମାତ୍ର ଖାଇବା ରେ ମାଂସ ଦିଆଯାଇଥିବା ଜଣାପଡିଛି ,। ଆସିବାର ୨୪ ଘଣ୍ଟା ନ ହେଉଣୁ ଏପରି ଆଚରଣ, ପ୍ରଥମ ଦିନରେ ଟିକେ ବିଳମ୍ବ କୁ ନେଇ ତୁମ୍ବୀତୋଫାନ କରିବା, ମିଥ୍ୟା ଭିଡ଼ିଓ ଭାଇରାଲ କରିବା ପ୍ରଶାସନ ର ମୁଣ୍ଡ ବଥାକରଣ ପାଲଟିଛି । କରୋନାକୁ ମାତ ଦେବା ପାଇଁ ଯୁ ପ୍ରଶାସନିକ ଅଧିକାରୀ ମାନେ ଘର ଦ୍ୱାର, ପରିବାର ଛାଡି ଦିନରାତି ଗୋଟେ କରି କାମ କରୁଥିବା ବେଳେ ପୁଡୁଆ, ମାଂସ ଖାଇବାକୁ କ ନେଇ ଏପରି ଆଚରଣ ସାଧରଣରେ ନାପସନ୍ଦ କାରାଯିବା ସହ ପ୍ରସାସନକୁ ସାଯୋଗ କରିବା, ଯେଉଁମାନେ ଅମାନ୍ୟ ସେମାନଙ୍କ ବିରୁଦ୍ଧରେ ଦୃଢ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ