କରଞ୍ଜିଆ ଓ ଚଢେଇଭୋଳ ଠାରେ ଆନନ୍ଦ ଉଲ୍ଲାସ ରେ ପବିତ୍ର ଇଦ୍ ପାଳିତ

କରଞ୍ଜିଆ,(ଜିତେନ୍ଦ୍ର ରାଜ): ପାଳିତ ହୋଇଯାଇଛି ମୁସଲମାନ ସମ୍ପ୍ରଦାୟ ର ପବିତ୍ର ଇଦ୍ଉଲଫିତର ପର୍ବ। ଇଦ-ଉଲ୍-ଜୁହା ହଜରତ ଇବ୍ରାହିମଙ୍କ ତ୍ୟାଗକୁ ମନେପକାଇ ଏହି ପର୍ବ ପାଳନ କରାଯାଇଥାଏ ମୁସଲମାନ ସଂପ୍ରଦାୟର ଏହା ଏକ ପ୍ରମୁଖ ପର୍ବ ଏକ ମାସ ବ୍ୟାପି ରୋଜା ରଖିବା ପରେ ଆଜି ଅତ୍ୟନ୍ତ ଆନନ୍ଦ ଉଲ୍ଲାସ ସହକାରେ ଇଦ-ଉଲ-ଫିତର ପାଳୁଛନ୍ତି ସମସ୍ତ ମୁସଲମାନ ଧର୍ମାବଲମ୍ବୀ। କରଞ୍ଜିଆ ର ମୁସଲମାନ ସମ୍ପ୍ରଦାୟ ପକ୍ଷରୁ ମସଜିଦରେ ଓ କବରୀସ୍ଥାନ ଠାରେ ଉପସ୍ଥିତ ରହି ସମୂହ ନମାଜ ପାଠ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ବିଜେପି କରଞ୍ଜିଆ ନଗର ସଭାପତି ସମ୍ବିଧାନ ମହାପାତ୍ର, ନାରୀନେତ୍ରୀ ଲକ୍ଷ୍ମୀ ଝା,ଯୁବ ନେତା ରିଙ୍କୁ ଦାସ ପ୍ରମୁଖ କବରୀସ୍ଥାନ ନିକଟରେ ଉପସ୍ଥିତ ରହି ସମସ୍ତ ମୁସଲମାନ ଧର୍ମାବଲମ୍ବୀ ଙ୍କୁ ଶୁଭେଚ୍ଛା ଜଣାଉଥିବା ଦେଖିବାକୁ ମିଳିଥିଲା ସେହିପରି କରଞ୍ଜିଆ ବ୍ଲକ ଅର୍ନ୍ତଗତ ଚଢ଼େଇଭୋଳ ଠାରେମଧ୍ୟ ଇଦ୍ ଉଲ ଫିତର ମହା ଆଡମ୍ବର ସହକାରେ ପର୍ବ ପାଳନ କରାଯାଇ ଅଛି l, ଆଜି ସକାଳେ ଚଢେଇଭୋଳ ର ସମସ୍ତେ ମୁସଲମାନ ଭାଇ ଏକତ୍ରିତ ହୋଇ ଇଦଗା ଠାରେ ସକାଳ ୭.୩୦ ରେ ଇଦ୍ ଉଲ ଫିତର ର ନମାଜ ପାଠ କରିଥିଲେ । ଇମାମ୍ ଓ ଖାତିଵ ମୁଫତି ମହମ୍ମଦ କାସିମ ନାଇଁମ କାସମୀ ସାହେଵ ନମାଜ ପାଠ କରାଇଲେ। ଇମାମ ମୁଫତି ମହମ୍ମଦ କାସିମ ନାଇମ କାସମି ନାମାଜ ପାଠ କରାଇଥିଲେ ଏବଂ ଭାଇଚାରାର ବାର୍ତା ଦେଇ ସମସ୍ତଙ୍କୁ ଇଦ୍ ମୁଵାରକ ର ଅଭିନନ୍ଦନ ଜଣାଇଥିଲେ ଓ ସମସ୍ତଙ୍କ ପାଇଁ ଭଗବାନଙ୍କ ନିକଟରେ ଶୁଭ କାମନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ