ଗଞ୍ଜାମ ରୁ ଉଦ୍ଧାର କଲେ ସ୍ୱେଚ୍ଛାସେବୀ

ଗଂଜାମ:ଆନ୍ଧ୍ରପ୍ରଦେଶ ର ଇଛାପୁର ଗ୍ରାମରୁ ଜୈନିକ ନାବାଳିକା ତାର ଭଉଣୀ କୌଣସି କାରଣରୁ ଟ୍ରେନଲାଇନ ରେ ଚାଲି ଚାଲି ଯାଉଥିବା ବେଳେ ଖବରପାଇ ସ୍ୱେଚ୍ଛାସେବୀ ମାନେ ଗଂଜାମ ରେଳ ଷ୍ଟେସନ ଠାରେ ଗତକାଲି ରାତ୍ର ପ୍ରାୟ ଦଶ ଘଣ୍ଟ ସମୟରେ ଉଦ୍ଧାର କରିଥିଲେ । ଗଞ୍ଜାମ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ , ଗଞ୍ଜାମ ବିଡ଼ିଓ ଙ୍କୁ ଅବଗତ କରାଇ ସେମାନଙ୍କ ସହଯୋଗ ରେ ରାତ୍ରି ରେ ରଖି ଆଜି ଖୋର୍ଦ୍ଧା ଜିଲ୍ଲାର ନିରାକାର ପୁର ଗ୍ରାମରେ ରହୁଥିବା ଅନ୍ୟଏକ ଭଉଣୀ ଘରେ ଛାଡିଥିବା ଦେଖାଯାଇଛି ।ଆନ୍ଧ୍ରପ୍ରଦେଶ ର ଇଚ୍ଛାପୁର ଗ୍ରାମରେ ରହୁଥିବା ନାବାଳିକା ଏମ.ପୂଜା ରେଡି(୧୫), ,ତାଙ୍କର ବାପାଙ୍କ ମୃତ୍ୟୁ ପରେ ନିଜ ଦାଦାଙ୍କ ଘରେ ରହୁଥିବା ବେଳେ ଅନ୍ୟ ଏକ ବିବାହିତ ଭଉଣୀ ଏମ.ପଦ୍ମା ରେଡି(୧୮), ଛତ୍ରପୁର ସହର ଠାରେ ବିବାହିତ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ସେବୀ ଦାଦାଙ୍କ ଘରେ ରହିଆସୁଥିଲେ । ଗତ କାଲି କୌଣସି ଘରେଇ କଳି ଯୋଗୁଦୁଇ ଭଉଣୀ ରାଗିଯାଇ ଘର ଛାଡ଼ି ଖୋର୍ଦ୍ଧା ଜିଲ୍ଲାରେ ନିରାକାର ପୁରରେ ରହୁଥିବା ଅନ୍ୟ ଏକ ଭଉଣୀ ଘରକୁ ଯିବା ପାଇଁ ଘରଛାଡି ଚାଲି ଆସିଥିଲେ । କରୋନା ଯୋଗୁ ଲକଡାଉନ ଥିବାରୁ କୌଣସି ଜାନବହନ ଜାତାୟତ ବନ୍ଦ ଥିବାରୁ ସେମାନେ ଟ୍ରେନଲାଇନ ରାସ୍ତା ଖାଲି ପାଦରେ ଚାଲି ଚାଲି ଆସିଥିଲେ । ଦୀର୍ଘ ସତୁରି କିଲୋମିଟର ଚାଲିଆସିବା ପରେ ଗଂଜାମ ରେଲୱେ ଷ୍ଟେସନ ଅତିକ୍ରମ କରିଥିବା ଖବର ପାଇ ସ୍ୱେଚ୍ଛାସେବୀ ଦୁର୍ଗା ମାଧବ ପାଣିଗ୍ରାହୀ, ସାମାରେଡି, ସୁଧୀର କୁମାର ପାଢୀ, ବିନୋଦ କୁମାରପଳେଇ, , ବସନ୍ତ କୁମାର ସାହୁ ପ୍ରମୁଖ ପହଂଚି ଉଦ୍ଧାର କରିବା ସହ ସେମାନଙ୍କ ଖାଇବା ବ୍ୟବସ୍ଥା କରିଥିଲେ । ପରେ ଗଂଜାମ ଆଇଆଇସି ଦିଲ୍ଲୀପ କୁମାର ସାହୁ , ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଭୁକଲ୍ୟାଣ ଦାସ , ଓ ଗଂଜାମ ବିଡ଼ିଓ ଜ୍ୟୋତି ଶଙ୍କର ରାୟ ଙ୍କୁ ଅବଗତ କରାଇବା ପରେ ଉକ୍ତପ୍ରଶାସନିକ ଅଧିକାରୀ ମାନେ ଉକ୍ତ ଦୁଇ ଭଉଣୀ ଙ୍କୁ ଆସ୍ଥାଇ ଭାବେ କରାଯାଇଥିବା ଭାରତୀ ବିଦ୍ୟା ପୀଠ ସେଲଟର ଘରେ ରଖିଥିଲେ । ଆଜି ସେମାନ ଙ୍କୁ ଖୋର୍ଦ୍ଧା ଜିଲ୍ଲା ର ନିରାକାର ପୁର ଗ୍ରାମକୁ ପଠାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ