ଗଞ୍ଜାମ ସହରରେ ବିବେକାନନ୍ଦ ଜୟନ୍ତୀ ପାଳିତ

ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ସହରରେ ସ୍ୱାମୀ ବିବେକାନନ୍ଦଙ୍କ ୧୬୦ ତମ ଜୟନ୍ତୀ ବିଭିନ୍ନ ଅନୁଷ୍ଠାନ ତରଫରୁ ପାଳିତ ହୋଇଯାଇଛି। ଆଜି ଗଞ୍ଜାମ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ର ଛାତ୍ରୀ ଓ ଭାରତୀ ବିଦ୍ୟା ପୀଠର ବିଦ୍ୟାର୍ଥି ମାନେବବିଦ୍ୟାଳୟରୁ ଏକ ବିବେକାନନ୍ଦ ଫୋଟ ସହ ଘୋଷ ବଜ଼ାଇ ପୃଥକ ପୃଥକ ଭାବେ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ। ପରେ ବଡ଼ ବଜ଼ାର ଠାରେ ଥିବା ସ୍ୱାମୀ ବିବେକାନନ୍ଦ ପ୍ରତିମୂର୍ତ୍ତି ପୁଷ୍ପମାଲ୍ୟ ପକାଇଥିଲେ। ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଆଦିତ୍ୟ ମହାପାତ୍ର, ଆଚାର୍ଯ୍ୟ ଲିଙ୍ଗରାଜ ରେଡ୍ଡୀ, ପ୍ରଭାତ କୁମାର ଦାସ, ମହିୟସି ରେଡ୍ଡୀ, ବନ୍ଦନା ପାଳ, ସେହିପରି ଭାରତୀ ବିଦ୍ୟା ପୀଠର ପ୍ରଧାନ ଶିକ୍ଷୟତ୍ରୀ ରାଜ ଲକ୍ଷ୍ମୀ ରେଡ୍ଡୀ,କ୍ରୀଡା ଶିକ୍ଷକ ତଥା ହାସ୍ୟ ଅଭିନେତା ପ୍ରିତିରଞ୍ଜନ ପ୍ରଧାନ, ସୂର୍ଯ୍ୟ ନାରାୟଣ ଦାସ, ମନଜ ମାଝି, ରାଜେଶ ଦୀକ୍ଷିତ ,କ୍ଲକ ହରିହର ବାରିକ ପ୍ରମୁଖ ସାମିଲ ହୋଇଥିଲେ। ସେହିପରି ଦି ଇକୋ ୱାରିର ଅଖିଳ ତରାଇ , ପ୍ରଭାତ ବିଶ୍ୱାଳ, ଅପୂର୍ବର ପ୍ରଭାତ ସାହୁ, ସାମ୍ବାଦିକ କୃଷ୍ଣ ଦାସ, ଭରସା ଦୂର୍ଗା ମାଧଵ ପାଣିଗ୍ରାହୀ, ସକ୍ଷମର ସନ୍ତୋଷ ରେଡ୍ଡୀ, ବସନ୍ତ ସାହୁ, ଗଞ୍ଜାମ ମିଡିଆ ହାଉସର ଶିବାନନ୍ଦ ପଲେଇ ଯୋଗଦେଇଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ