ଗଞ୍ଜାମ ସହରର ଖଣ୍ଡେଶ୍ଵର ଶୈବପୀଠ ଓ କାଶୀନାଥ ମନ୍ଦିରରେ ଶୀତଳ ଷଷ୍ଠୀ ଯାତ୍ରା
ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ସହରର ସର୍ବପୁରାତନ ଶୈବ ପୀଠ ଖଣ୍ଡେଶ୍ଵର ଓ କାଶୀନାଥ ମନ୍ଦିରର ଶୀତଳ ଷଷ୍ଠୀ ଯାତ୍ରା ପାରମ୍ପରିକ ରୀତିନୀତି ଅନୁସାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅପୂର୍ବ ମିଳନ ଦେଖିବା ପାଇଁ ଭକ୍ତଙ୍କ ଭିଡ଼ ଜମିଥିଲା। ଗଞ୍ଜାମ ଜୟଶ୍ରୀ ନିକଟସ୍ଥ ସର୍ବପୁରାତନ ଶୈବପୀଠ ଖଣ୍ଡେଶ୍ଵରଙ୍କ ପୀଠରେ ଶୀତଳ ଷଷ୍ଠୀ ଯାତ୍ରା ପରିପ୍ରେକ୍ଷୀରେ ମହାପ୍ରଭୁଙ୍କ ଶିବ ଓ ପାର୍ବତୀଙ୍କ ବାହାଘର ପଣ୍ଡିତ ନୃସିଂହ ପଣ୍ଡାଙ୍କ ତତ୍ତ୍ୱାବଧାନରେ ବର ପିତା ଶିବ ରାମ ସାମଲ ଓ କନ୍ୟାଙ୍କ ମାତାସୁଲୋଚନା ସାମଲ , ପୂଜକ ନରସିଂହ ରାଉଳ,ଅଜୟ ରାଉଳ ଉପସ୍ଥିତ ରେ ବାହାଘର ଅନୁଷ୍ଠିତ ହୋଇଥିଲା ଏଥିରେ ମନ୍ଦିର କମିଟିର କମିଟିର କାମରାଜୁ ବାରିକଟି.କାଶୀନାଥ ରେଡ୍ଡୀ ବି.ନାରସୁମୁଲୁ ରାଓ ଉପସ୍ଥିତ ଥିଲେ। ସେହିପରି ସହରର ମଧ୍ୟଭାଗରେ ଥିବା କାଶୀବିଶ୍ୱନାଥ ମନ୍ଦିରରେ ଶିଵ ଓ ପାର୍ବତୀଙ୍କ ବାହାଘର ନୁତନ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ପଣ୍ଡିତ ପ୍ରକାଶ ଦାସଙ୍କ ତତ୍ତ୍ୱାବଧାନରେ ବର ପିତା ବିଜୟ କୁମାର ପାଣିଗ୍ରାହୀ , କନ୍ୟା ପିତା ଆର.ତ୍ରିନାଥ ରେଡ୍ଡୀ , କର୍ତ୍ତା ଅରୁଣ କୁମାର ରାଉଳ , ଙ୍କ ପୂଜକ ଉଦୟ ରାଉଳ, ବଟକୃଷ୍ଣରାଉଳ ଉପସ୍ଥିତ ଥିଲେ। ଏହା ଦେଖିବା ପାଇଁ ଭକ୍ତଙ୍କ ଭିଡ଼ ଜମିଥିଲା |


