ଗଞ୍ଜେଇ ଚାଲାଣ କାରି ଉପରେ ଚଢାଉ; ଗଞ୍ଜେଇ ଜବତ

ଜୟପୁର,(ଓ୍ବାଇଏନ୍ଏସ୍): ଜୟପୁର ସଦର ପୋଲିସ ଗଞ୍ଜେଇ ଚାଲାଣ ବେଳେ ଆନ୍ତଃ ରାଜ୍ୟ ଚାଲାଣ କାରି ଉପରେ ଚଢାଉ କରିଛି । ପୋଲିସ  ସୁତ୍ରରୁ ପ୍ରକାଶ ଯେ, ସଦର ଥାନା ଅଧିକାରି ଆଦିତ୍ୟ ମହାକୁଡ ଗଞ୍ଜେଇ ଚାଲାଣ ହୋଉଥିବା ଖବର ପାଇ ଟିମ ସହ ଛପି ରହିଥିଲେ ।  କଳା ରଙ୍ଗର ହୋଣ୍ଡା ସିଟି କାର ରେ ଚାଲାଣ ହେଉ ଥିବା ବେଳେ ବାଇକ ଆରୋହି ମାନେ ଉକ୍ତ ଗଞ୍ଜେଇ ଗାଡିକୁ ସତୀ ନଦୀ ପାଖରେ ଅଟକାଇ ଫାମ୍ପୁଣି ମାନଖମନ ଜଙ୍ଗଲ ଗ୍ରୀଡ ସବ ଷ୍ଟେସନ ନିକଟକୁ ନେଇଥିଲେ । ସେହି ସମୟରେ ପୋଲିସ ଚଢାଉ କରିଛି । କୋରାପୁଟ ଜିଲା ଜଲାପୁଟ ରୁ ବିହାର ଗଞ୍ଜେଇ ଚାଲାଣ ହେଉଥିଲା । ଦୁବୁୃତ୍ତ ମାନେ ପୋଲିସ କୁ ଦେଖି ଚମ୍ପଟ ମାରିବା ଯୋଜନା କରୁଥିବା ବେଳେ ୬ ଜଣ କୁ ଗିରଫ କରିଛି । ଏହି ମାମଲାରେ ବିହାର, ଆନ୍ଧ୍ର ପ୍ରଦେଶ ଓ ଓଡିଶାର ୬ ଜଣ କୁ ଗିରଫ କରିଛି । ସେ ମାନେ ହେଲେ ବିହାରର ସେନୁ କୁମାର (୧୮), ଆନ୍ଦ୍ର ପ୍ରଦେଶ ବିଶାଖାପାଟଣାର ରାମ ମୁତ୍ତି କିର୍ଶାନି (୨୮), ଜୟପୁର ସଦର ଥାନା ଅନ୍ତର୍ଗତ ବାମୁଣି ଗ୍ରାମର ନର ହରି ପୁଜାରୀ, ପାଞ୍ଜିଆଗୁଡାର ବିଶ୍ୱନାଥ ପରଜା (୩୯ ) ନନ୍ଦପୁରର ନରେନ୍ଦ୍ର ବଡ ନାୟକ (୩୨) ଜୟପୁର ସହର ସାମନ୍ତରା ସାହିର ଲକ୍ଷ୍‌ମୀ କାନ୍ତ ମିଶ୍ର (୨୪) । ପୋଲିସ ଚଢାଉ କରି ୩୮ଟି ପ୍ୟାକେଟରେ ୨୬୯.୫ ଶହ କେଜି ଗଞ୍ଜେଇ ଜବତ କରିଛି । ଜବତ ଗଞ୍ଜେଇର ଆନୁମାନିକ ମୁଲ୍ୟ ୩୦ ଲକ୍ଷ ହେବ ବୋଲି ପୋଲିସ ସୁଚାନ ଦେଇଛି । ଏହା ସହ ୬ଟି ମୋବାଇଲ, ନମ୍ବର ବିହିିନ ହୋଣ୍ଡା ସିଟି କାର, ୩ଟି ବାଇକ ଜବତ କରିଛି । ଏମାନଙ୍କ ନାମରେ ୨୨୨/୨୦ ଏନଡିପିଏସ ଆକ୍ଟରେ ମାମଲା ରୁଜୁ କରି କୋରାଟ ଚାଲାଣ କରିଥିବା ପୋଲିସ ସୁଚନା ଦେଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ