ଗଞ୍ଜେଇ ଚୋରାଚାଲାଣ ବେଳେ ଦୁଇ ଗିରଫ
କଳାହାଣ୍ଡି ,(ଓ୍ବାଇଏନ୍ଏସ୍):ଗଞ୍ଜେଇ ଚୋରାଚାଲାଣ ବେଳେ ଦୁଇ ଯୁବକକୁ ଧରିଛି ଧର୍ମଗଡ଼ ଥାନା ପୋଲିସ।ଦୁଇଜଣ ଯୁବକ ଗଞ୍ଜେଇ ନେଇ ଯାଉଥିବା କୌଣସି ସୂତ୍ରରୁ ଖବର ପାଇ ଧର୍ମଗଡ଼ ହୋଟେଲ ରଏଲ ପ୍ୟାଲେସ ଠାରେ ପୋଲିସ ଛକି ବସିଥିଲେ।ଅଭିଯୁକ୍ତ ମାନଙ୍କ ଠାରୁ ୧୨୦ କେଜି ଗଞ୍ଜେଇ ଜବତ କରାଯିବା ସହ ଏଥିରେ ସମ୍ପୃକ୍ତ ଦୁଇଜଣ ଯୁବକକୁ ଥାନାରେ ଅଟକ ରଖାଯାଇଛି ବୋଲି ଧର୍ମଗଡ଼ ଥାନା ଅଧିକାରୀ ଚନ୍ଦ୍ରଶେଖର ଶବର ସୂଚନା ଦେଇଛନ୍ତି।


