ଗଞ୍ଜେଇ ଧରି ଗାଡିକୁ ଅପେକ୍ଷା କରିଥିଲା, ପୋଲିସ ହାବୁଡେ ପଡି ଜେଲ ଗଲେ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା  ବାଲିଗୁଡା ପୁଲିସ ଦ୍ୱାରା ଜଣେ ଗଂଜେଇ ମାଫିଆ ଗିରଫ ହୋଇଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା ସୂଚନା ଦେଇଛନ୍ତି। ସୂଚନା ପ୍ରକାରେ, ବାଲିଗୁଡା ଥାନା ଅନ୍ତର୍ଗତ ନାଡାପାଟାଙ୍ଗା  ଠାରେ ଜଣେ ଗଂଜେଇ ମାଫିଆ ୧୦୦ କେଜି ଗଂଜେଇ ବସ୍ତାରେ ଭର୍ତି କରି କୌଣସି ଏକ ଯାତ୍ରୀ ବାହି ବସକୁ ଅପେକ୍ଷା କରିତିଲା। କୌଣସି ପ୍ରକାର ଖବର ପାଇଁ ପୋଲିସ ସେହିସ୍ଥାନରେ ପହଞ୍ଚି ଗଂଜେଇ ଜବତ କରିବା ସହ ଜଣକୁ ଗିରଫ କରିଥିଲେ। ଗିରଫ ବ୍ୟକ୍ତି ଜଣକ ବାଲିଗୁଡାର ଚିତ୍ରସେନ ନାୟକ। ବାଲିଗୁଡା ଥାନାର ଏସଆଇ ରବିନ୍ଦ୍ର ମୁଣ୍ଡାରୀ ଗଂଜେଇ ସହ ଚି୍‍ରସେନକୁ ଗିରଫ କରି କେଶନଂ. ୧୬୩/୨୦ ରେ ଏକ ମାମଲା ରୁଜୁ କରି କୋଭିଡ-୧୯ରେ ସ୍ୱାସ୍ଥ୍ୟ ପରୀକ୍ଷା କରି ଗିରଫ ବ୍ୟକ୍ତିକୁ କୋର୍ଟ ଚାଲଣ କରିଥିବା ବେଳେ ଉକ୍ତ ଘଟଣାକୁ ଅଧିକ ତଦନ୍ତ କରୁଛନ୍ତି ଏସଆଇ ଦୀପକ ରାଉତ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ