ଗଞ୍ଜେଇ ବଝୋଇ କମାଣ୍ଡର ଗାଡି ଜବତ, ଜଣେ ଗିରଫ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଅଡବା ଥାନା ପକ୍ଷରୁ ଗୁଣ୍ଡିମା ଗ୍ରାମ ରାସ୍ତାରେ ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ଗଞ୍ଜେଇ ବଝୋଇ କମାଣ୍ଡର ଗାଡି ଜବତ ହୋଇଛି । ଏହି ଘଟଣାରେ ଜଣକୁ ଗିରଫ କରିଥିବାର ଜଣାପଡିଛି । ଅଡବା ଥାନା ସୂତ୍ରରୁ ପ୍ରକାଶ ଯେ, ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ଏମ୍ଏଚ୍ ୨୫ ଏ ୧୫୪୬ ନମ୍ବର ବିଶିଷ୍ଟ ମହାରାଷ୍ଟ୍ରରେ ପଞ୍ଜିକୃତ କମାଣ୍ଡର ଗାଡିକୁ ସନ୍ଦେହରେ ଅଟକାଇ ଯାଞ୍ଚ କରାଯାଇଥିଲା । ଯାଞ୍ଚବେଳେ ସେଥିରେ ଚୋରା ଚାଲାଣ ହେଉଥିବା ଗଞ୍ଜେଇ ଦେଖିବାକୁ ପାଇଥିଲେ । ପରେ ଏହାକୁ ଓଜନ କରିବା ବେଳେ ଏହି ଗଞ୍ଜେଇ ୭୧କେଜି ୫୦୦ଗ୍ରାମ ରହିଥିଲା । ଚାଲାଣକାରୀ ଜଣକ ଅବା ଥାନା ଅନ୍ତର୍ଗତ ଶ୍ରୀଷ୍ଟିୟାନ ସାହିର ଯୁଗଳ ନାୟକ (୩୪) ବୋଲି ଜଣାପଡିଛି । ଏନେଇ ଅଡବା ଥାନାରେ ୧୩୭/୨୧ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରହିଥିବାର ଥାନା ଅଧିକାରୀ ଆନନ୍ଦଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି ।