ଗଞ୍ଜେଇ ମାଫିଆକୁ ଏନ୍ କାଉଣ୍ଟର

ଯୁଗାବ୍ଦ ନ୍ୟୁଜ୍ : ଜୟପୁର ପୋଲିସର ଏନକାଉଣ୍ଟର । ଏନ୍ କାଉଣ୍ଟରରେ ଗଞ୍ଜେଇ ମାଫିଆ କାବୁଲ ଖରାର ଆହାତ ହୋଇଛି । ଡାହାଣ ଗୋଡରେ ବାଜିଛି ଗୁଳି । ଆହାତ ହୋଇ ମେଡିକାଲରେ ଚିକିସ୍ରିତ ହେଉଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳ ସମୟରେ ହାତୀଶଳାଳ ଛକ ନିକଟରେ ଜୟପୁର ପୋଲିସ ଏନ୍ କାଉକାଉଣ୍ଟର କରିଥିବା ଜଣାପଡିଛି । ପୋଲିସ ଅଭିଯୁକ୍ତଙ୍କୁ ଧରିବା ପାଇଁ ଚେଷ୍ଟା ଚଳାଇଥିବା ବେଳେ ଅବଦୁଲ ଖରାର ପୋଲିସ ଉପରକୁ ଦୁଇ ରାଉଣ୍ଡ ଗୁଳି ଚଳାଇ ଥିଲା ପାଲଟା ଯବାବରେ ପୋଲିସ ୩ ରାଉଣ୍ଡ ଗୁଳି ଚାଳନା କରିଥିଲା । ଗୁଳି ଅବଦୁଲ ଖରାର ଡାହାଣ ଗୋଡରେ ବାଜିବା ପରେ ପୋଲିସ କାବୁ କରିବାରେ ସଫଳ ହୋଇଥିଲା । ଗଞ୍ଜେଇ ମାଫିଆ ନିକଟରୁ ୭ ଏମଏମ ପିସ୍ତଲ ଏବଂ ୍ରଅଫୁଟା ଗୁଳି ଜବତ କରିବା ସହ ଜୟପୁର ଓ ନବରଙ୍ଗପୁର ଥାନାରେ ବିଭିନ୍ନ ମାମଲା ଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ