ଗଞ୍ଜେଇ ମାଫିଆକୁ ଗିରଫ କଲା ନନ୍ଦିପଦା ପୁଲିସ

ହାଟଡିହି, (ବିକାଶ ବିଶ୍ୱାଳ) :ଆନନ୍ଦପୁର / ହାଟଡିହି-୫ / ୪ , ଦୀର୍ଘ ବର୍ଷେ ହେଲା ଫେରାର ଥିବା ଜଣେ ଚୋରା ଗଞ୍ଜେଇ ବେପାରୀକୁ ନନ୍ଦିପଦା ପୁଲିସ ଗିରଫ କରିବାରେ ସଫଳ ହୋଇଛି । ପୁଲିସ ସୁଚନା ଅନୁସାରେ ଗତବର୍ଷ ମରୈଗାଁ ନିକଟସ୍ଥ ନାଉକଣା ସାହିର କାହ୍ନୁ ଚରଣ ଜେନାଙ୍କ ଘରେ ପୁଲିସ ପକ୍ଷରୁ ଚଢ଼ାଉ କରାଯାଇ ୫୫କିଲୋ ଗଞ୍ଜେଇ ଯବଦ କରାଯାଇଥିଲା । ମାତ୍ର ଚଢ଼ାଉ ସମ୍ପର୍କରେ ପୁର୍ବ ସୁଚନା ପାଇ କାହ୍ନ କୌଶଳକ୍ରମେ ଖସିଯାଇଥିଲା । ଏନେଇ ପୁଲିସ ପକ୍ଷରୁ ନନ୍ଦିପଦା ଥାନା କେସନଂ ୧୫/୨୦୨୧ରେ ଏକ ମାମଲା ରୁଜୁ କରାଯାଇଥିଲା । ଦୀର୍ଘଦିନ ହେବ ଫେରାର ଥିବାରୁ ତାକୁ ଧରିବାରେ ସଫଳ ହୋଇ ପାରୁ ନଥିଲା । ଗତକାଲି ସେ ମରୈଗାଁ ଅଞ୍ଚଳକୁ ଆସିଥିବା ଖବର ପାଇ ନନ୍ଦିପଦା ପୁଲିସ ଓରାଳି ଛକ ନିକଟରେ ଛକି ରହିଥିବାବେଳେ ଆଜି ଭୋର ସମୟରେ ସେ ଫେରୁଥିବାବେଳେ ତାକୁ ଗିରଫ କରିବାରେ ସଫଳ ହୋଇଥିବା ଥାନା ଆଇଆଇସି ଗଗନ ବିହାରୀ ବିଶ୍ୱାଳ ସୁଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ