ଗଞ୍ଜେଇ ସହ ୫ ଗିରଫ,୨ ଗାଡି ଜବତ
ଭଞ୍ଜନଗର,(ସନ୍ତୋଷ କୁମାର ଜେନା): ଗତକାଲି ଗଂଜାମ କନ୍ଧମାଳ ସୀମାନ୍ତ ଦୁର୍ଗା ପ୍ରସାଦ ନିକଟରେ ଭଞ୍ଜନଗର ପୋଲିସ ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁଙ୍କ ନେତୃତ୍ୱରେ ପେଟ୍ରୋଲିଂ କରୁଥିବା ସମୟରେ କନ୍ଧମାଳ ଜିଲ୍ଲା ପଟୁ ଏକ ମାରୁତି କାର ଓ ଏକ ବୋଲେରୋ ଗାଡିରେ ଗଞ୍ଜେଇ ଚାଲାଣ ହେଉଥିବା ଜାଣିବାକୁ ପାଇଥିଲା । ପୋଲିସ ଉକ୍ତ ଗାଡି ଦୁଇଟିକୁ ଅଟକାଇ ଜବତ କରିବା ସହ ଘଟଣା ସ୍ଥଳରୁ ୪୫.୫ କେଜି ଗଞ୍ଜେଇ ଜବତ କରିଛି । ଏଥି ସହିତ ଗଞ୍ଜେଇ ଚାଲାଣ ଅଭିଯୋଗରେ ୫ ଜଣଙ୍କୁ ଗିରଫ କରାଯାଇଥିବା ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ସୂଚନା ଦେଇଛନ୍ତି । ଏହି ଚଢାଉରେ ଏସଆଇ ସମୀର କୁମାର ବେହେରା , ଲିତାରାଣୀ ପରିଡା , ଟୁନା ପିଡିକା ଓ ଅନ୍ୟାନ୍ୟ ପୋଲିସ କର୍ମଚାରୀ ମାନେ ସାମିଲ ଥିଲେ l