ଗଠନ ହେଲା କୃଷକ ସଭା ମଞ୍ଚ ଅକ୍ଟୋବର ୨୧ରେ ଚାଷୀ ସମାବେଶ
ନୀଳଗିରି,(ୱାଏନଏସ):ଅଖିଳ ଭାରତ କୃଷକ ସଭା ତରଫରୁ ନୀଳଗିରି ଅଞ୍ଚଳ ସ୍ତରୀୟ ଚାଷୀ ମାନଙ୍କୁ ନେଇ ଏକ ସ୍ୱତନ୍ତ୍ର ଭାବେ କୃଷକ ସଭା ଗଠନ କରାଯାଇଛି | ଏହି ବୈଠକ ରେ ବାମପନ୍ଥୀ କୃଷକ ନେତା ନିରଞ୍ଜନ ବାରିକ ଓ ବିଜୟ କୁମାର ସ ଯୋଗଦାନ କରିଥିଲେ | ନୀଳଗିରି ଅଞ୍ଚଳର କୃଷି ଓ କୃଷକ ମାନଙ୍କ ର ସମସ୍ୟା ର ସମାଧାନ ପାଇଁ କୃଷକ ସଭା ର ଆବଶ୍ୟକ ଥିବାର ନିରଞ୍ଜନ ବାରିକ ବିଭିନ୍ନ ଅଞ୍ଚଳ ରୁ ଆସିଥିବା କୃଷକ ନେତା ମାନଙ୍କୁ ପରାମର୍ଶ ଦେଇଥିଲେ | ନୀଳଗିରି ଅଞ୍ଚଳ ର ଚାଷକୁ ହାତୀ ବାରମ୍ବାର ନଷ୍ଟ କରୁଥିବାରୁ ଏହାର ସ୍ଥାୟୀ ପ୍ରତିକାର ପାଇଁ ସରକାର ଙ୍କୁ ନିବେଦନ କରିବାକୁ ଏହି ବୈଠକ ରେ ନିଷ୍ପତି ହୋଇଥିଲା l କେନ୍ଦ୍ର ସରକାର ଙ୍କ ର ହାତୀ ସେଞ୍ଚୁରୀ ପାଇଁ କୁଳଡିହା ଅଭୟାରଣ୍ୟ ସୀମା ରୁ ୩ କିମି ଦୂରତା ବ୍ୟାସାର୍ଧ୍ୟ, ଯାହା ଝରଣାଘାଟି ଠାରୁ ଔପଦା ବ୍ଲକ ର ପାଇକପଡ଼ା ପର୍ଯ୍ୟନ୍ତ ସୁଦୀର୍ଘ ୨୧୦ କି:ମି ଅଞ୍ଚଳକୁ, ହାତୀ ର ଚଳ ପ୍ରଚଳ ପାଇଁ ରଖା ଯାଇ ଥିବାରୁ ଏହି ଅଞ୍ଚଳ ରେ ବାସ କରୁଥିବା ଲକ୍ଷାଧିକ ଲୋକ ଙ୍କୁ ଭବିଷ୍ୟତ ରେ ପୋଲାଭରମ ର ଜଳସେତୁ ପରି ବାସହରା ହେବାକୁ ପଡିବ l ଏଣୁ କୁଳଡିହା ଅଭୟାରଣ୍ୟ କୁ ହାତୀ ସେଞ୍ଚୁରୀ ଭାବରେ ଗ୍ରହଣ କରି ଏହି ୨୧୦ କି:ମି ବ୍ୟସାର୍ଧ୍ୟ ବିଶିଷ୍ଟ ଜନବସତି କୁ ବାଦ ଦେବାପାଇଁ ଆଗାମୀ ଅକ୍ଟୋବର ମାସ ୨୧ ତାରିଖ ପ୍ରଶାସନ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ଜଣାଇବା ପାଇଁ ନିଷ୍ପତି କରାଯାଇଥିଲା l ସେହିପରି ନୀଳଗିରି ବଉଳ ଗଡିଆ ରାସ୍ତା ର ପୁନଃ ଉଦ୍ଧାର ୧୬ ଭଉଣୀ ଓ ରିସିଆ ପାଣି ବନ୍ଧର ଉନ୍ନତି କରଣ,ପ୍ରଧାନମନ୍ତ୍ରୀ ଆବାସ କୁ ଜନଭିମୁଖୀ କରିବା, କୃଷି ବୀମା କୁ ବାଟ ମାରଣା ରୁ ରକ୍ଷା କରିବା ଭଳି ଗୁରୁତ୍ୱ ପୂର୍ଣ୍ଣ ନିଷ୍ପତି ଗ୍ରହଣ କରିଥିଲେ l ଏହା ପରେ ୧୮ ଜଣ ଚାଷୀ ଙ୍କୁ ନେଇ ଜୋନ ସ୍ତରୀୟ କୃଷକ ସଭା ଗଠନ କରି ତନ୍ମଧରୁ ୧୩ ଜଣ କୁ ନେଇ ପରିଚାଳନା କମିଟି ଗଠନ କରାଯାଇଥିଲା l ଏହି କମିଟି ର ସଭାପତି ଭାବେ ବୟୋଜ୍ୟେଷ୍ଠ ସଂଗ୍ରାମୀ ଚାଷୀ ନେତା ପ୍ରଭାକର ମହାପାତ୍ର ଙ୍କୁ ସଭାପତି ସମ୍ପାଦକ ଭାବେ ସମାଜସେବୀ ନିହାର ରଞ୍ଜନ ଜେନା ଙ୍କୁ କରାଯାଇଥିବା ବେଳେ ଉପସଭାପତି ଭାବେ ବରିଷ୍ଠ ଚାଷୀ ପ୍ରକାଶ ଚନ୍ଦ୍ର ଚୌଧୁରୀ, ସହ ସମ୍ପାଦକ ଆଦିବାସୀ ନେତା ଜଗନ୍ନାଥ ଟୁଡୁ, କୋଷାଧ୍ୟକ୍ଷ ଭାବେ ସୀତାରାମ ଦାସ ଙ୍କୁ ସର୍ବ ସମ୍ମତି ମତ ରେ ନିର୍ବାଚିତ କରାଯାଇଥିଲା | ଉପଦେଷ୍ଟା ଭାବେ କୃଷକ ନେତା ନିରଞ୍ଜନ ବାରିକ ଏବଂ ବିଜୟ କୁମାର ସ ଥିବା ବେଳେ ପରିଚାଳନା କମିଟି ରେ ମହିଳା ନେତ୍ରୀ ଗାୟତ୍ରୀ ପଣ୍ଡା, ବାସନ୍ତୀ ନାୟକ, ହରେକୃଷ୍ଣ ପଣ୍ଡିତ, ମନୋଜ ସିଂ, ଦେବେନ୍ଦ୍ର ବେହେରା, ସୁରେନ୍ଦ୍ର ମହାପାତ୍ର, ଚାଷୀ ରବୀନ୍ଦ୍ର ନାୟକ, ସୁବଳ ବେଜ, ହରେକୃଷ୍ଣ ରାଉତ ପ୍ରମୁଖ କୃଷକ ନେତା ମାନେ ଉକ୍ତ କମିଟିରେ ସଦସ୍ୟ ଭାବେ ଥିଲେ l ସର୍ବ ଶେଷ ରେ ଅକ୍ଟୋବର ୨୧ ତାରିଖ ଗଣ ସମାବେଶ ପାଇଁ ସମସ୍ତ କର୍ମୀ ମାନେ ଦୃଢତାର ସହିତ ନିଷ୍ପତି ନେଇଥିଲେ |