ଗଡଚଣ୍ଡି ଉପ୍ରା ବିଦ୍ୟାଳୟରେ ପରିଚାଳନା କମିଟି ବୈଠକ
ବନ୍ତ,(ଯୁଗାଦ୍ଧ ନ୍ୟୁଜ୍) : ବନ୍ତ ବ୍ଲକ ଟିଲୋ ପଞ୍ଚାୟତ ଗଡଚଣ୍ଡି ସରକାରୀ ଉପ୍ରା ବିଦ୍ୟାଳୟରେ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ବିଶ୍ୱନାଥ ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ସରପଞ୍ଚ ନିହାରିକା ରାଉତ ଯୋଗ ଦେଇ ବିଦ୍ୟାଳୟର ଶିକ୍ଷାଦାନ, ପରିବେଶ ସ୍ୱଚ୍ଛତା ଓ ଗାରିମା ପରୀକ୍ଷାରେ କିପରି ଛାତ୍ରଛାତ୍ରୀ ମାନେ ଅଧିକରୁ ଅଧିକ ସଫଳତା ପାଇବେ ସେ ସଂପର୍କରେ ଆଲୋଚନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସୁକାନ୍ତ କୁମାର ବେହେରା, ମେନାକାରାଣୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ନାରାୟଣ ଚନ୍ଦ୍ର ରାଉତ, ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ପ୍ରଶାନ୍ତ ପାତ୍ର, ସହକାରୀ ଶିକ୍ଷକ ଅରୁଣ କୁମାର ଜେନା ଯୋଗ ଦେଇ ରାଷ୍ଟ୍ର ଗଠନରେ ଛାତ୍ରଛାତ୍ରୀଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ । ଏହି ଅବସରରେ ୧୪୩ ଜଣ ଛାତ୍ରଛାତ୍ରୀଙ୍କୁ ଦୁଇ ହଳ କରି ପୋଷାକ ଓ ଏକ ହଳ କରି ଜୋତା ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ଗଜେନ୍ଦ୍ର କୁମାର ସାହୁ, ଡମ୍ବରୁଧର ପଢିଆରୀ, ନିତ୍ୟାନନ୍ଦ ସାହୁ, ମନୋରମା ମହାନ୍ତି, ଦେବପ୍ରିୟା ଜେନା, ଅକ୍ଷୟ କୁମାର ସ୍ୱାଇଁ, ଆଲୋକ କୁମାର ନାୟକ ସହାୟତା କରିଥିଲେ ।


