ଗଣକବି ଏକାଧାରାରେ ଥିଲେ ନାଟ୍ୟକାର, ସମାଜସଂସ୍କାରକ ତଥା ବହୁମୁଖୀ ବ୍ୟକ୍ତିତ୍ୱର ଅଧିକାରୀ

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ଗଣକବି ବୈଷ୍ଣବ ପାଣିଙ୍କ ୧୩୯ତମ ପବିତ୍ର ଜୟନ୍ତୀ ତାଙ୍କ ପ୍ରତିମୂର୍ତିସ୍ଥଳରେ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ତରଫରୁ ଆୟୋଜିତ ହୋଇଥିଲା । ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ ଓ ସ୍ମୃତି ଚାରଣ ପୂର୍ବକ ମତବ୍ୟକ୍ତ କରି ବରିଷ୍ଠ ସାମ୍ବାଦିକ, ଚିନ୍ତକ ତଥା ଅଭିଯାନର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀ ମତବ୍ୟକ୍ତ କରିଥିଲେ ଯେ, ଓଡ଼ିଶାର ଐତିହ୍ୟ, ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖି ସମାଜର ସାମଗ୍ରୀକ ଉନ୍ନତି ପାଇଁ ଗଣକବି କାର୍ଯ୍ୟକରିଥିଲେ । ମଦ ବିରୋଧରେ ତାଙ୍କ ବ୍ୟଙ୍ଗପୂର୍ଣ୍ଣ ଲେଖା ‘ଛି ଛି ମଦ ଖାଇବି ନାହିଁ ଲୋ, କଳାପାଣି ପରି ଦିଶେ । ସେହି କଳାପାଣି ପେଟରେ ପଡ଼ିଲେ ଚଉଦ ଭୁବନ ଦିଶେ । ଏହି ଲେଖାଟି ସମାଜରେ ମଦ ବିରୋଧରେ ଏକ କାଳଜୟୀ ଲେଖା ଭାବେ ସର୍ବବିଦିତ । ଏହାଛଡ଼ା ସେ ଥିଲେ ଏକାଧାରାରେ ଜଣେ ସୁକବି, ନାଟ୍ୟକାର, ସମାଜସଂସ୍କାରକ ତଥା ଯାତ୍ରା ଜଗତରେ ଏକ ବୈପ୍ଳବିକ ପରିବର୍ତନ ଆଣିପାରିଥିଲେ ।ଏହି ଅବସରରେ ଚିତ୍ର ସାମ୍ବାଦିକ ମନୋରଂଜନ ମିଶ୍ର, ଯୁବ ସାମ୍ବାଦିକ, ଆଲେଖ୍ୟ ସ୍ରଷ୍ଠା ତଥା ଅଭିଯାନର ମୁଖପାତ୍ର ଅରବିନ୍ଦ ତ୍ରିପାଠୀ, ଅଧିବକ୍ତା ଓଡ଼ିଆ ଭାଷାପ୍ରାଣ ସାମ୍ବାଦିକ ସୌଭାଗ୍ୟ ରଂଜନ ମହାନ୍ତି, ଓଡ଼ିଆ ଭାଷା ଓ ସଂସ୍କୃତି ପ୍ରାଣ ଦିଲ୍ଲୀପ ଦାସଶର୍ମା, ସମାଜସେବୀକା ସମିତିସଭ୍ୟା ସମିତା ମହାରଣା, ଯୁବ ସାମ୍ବାଦିକା କବିତା ସ୍ୱାଇଁଙ୍କୁ ଶୀତଲ ଚନ୍ଦ୍ର ମହାନ୍ତି, ବ୍ରଜବନ୍ଧୁ ପରିଡ଼ା, ଲକ୍ଷ୍ମଣ ଦାସ, ଜତିନ୍ଦ୍ର ମୋହନ ଛୋଟରାୟ ସମ୍ବର୍ଦ୍ଧିତ କରିଥିଲେ । ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ବେଣୁଧର ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗଣକବିଙ୍କ ବହୁମୁଖୀ ବ୍ୟକ୍ତିତ୍ୱ ସଂପର୍କରେ ମତ ରଖିଥିଲେ ।ଅଭିଯାନର ଅନ୍ୟ ସଦସ୍ୟମାନଙ୍କ ମଧ୍ୟରେ ଲକ୍ଷ୍ମୀଧର ବେହେରା, ନରେନ୍ ନାୟକ, ଶରତ ରାଉତ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିବାବେଳେ ଶେଷାଶିଷ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ