ଗଣତାନ୍ତ୍ରିକ ମହିଳା ସମିତିର ଜାତୀୟ କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତିର ଜାତୀୟ କାର୍ଯ୍ୟକାରଣୀ ବୈଠକ ସ୍ଥାନୀୟ ଜୟଦେବ ବିହାରସ୍ଥିତ ଉକ୍ରଳମଣି ସଭାକକ୍ଷ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ନଭେମ୍ବର ୧ ତାରିଖରୁ ୩ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ନଷ୍ପତ୍ତିମାନ ଗ୍ରହଣ କରାଯିବ । ଦେଶରେ ଦିନକୁ ଦିନ ବଢୁଥିବା ମହିଳା ଅତ୍ୟାଚାର, ହିଂସା, ଦୁଷ୍କର୍ମ, ଅସହିଷ୍ଣୁତା, ବେରୋଜଗାର, ବନ୍ଦ ହେବାକୁ ଯାଉଥିବା କଳ କାରଖାନା,ସମ୍ବିଧାନ ରକ୍ଷା ଓ ଜାତୀୟତା ପ୍ରତି ବିପଦ ଆଦି ପ୍ରସଙ୍ଗରେ ପ୍ରସ୍ତାବମାନ ଗ୍ରହଣ କରାଯିବ । ଉକ୍ତ ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ସର୍ବଭାରତୀୟ ସଭାନେତ୍ରୀ ତଥା ପୂର୍ବତନ ସାଂସଦ ମାଳିନୀ ଭଟ୍ଟାଚାର୍ଯ୍ୟ, ସମ୍ପାଦିକା ମାରିୟମ ଧାୱେଲ, କେରଳ ସ୍ୱାସ୍ଥ୍ୟ ଓ ସାମାଜିକ ସୁରକ୍ଷା ମନ୍ତ୍ରୀ କେ.ଏସ୍‌. ଶୈଳଜା, ବିଶିଷ୍ଟ ମହିଳା ନେତ୍ରୀ ସୁହାସିନୀ ଅଲ୍ଲୀ, କେରଳ ମହିଳା କମିଶନ ଅଧ୍ୟକ୍ଷା ଏସ୍‌.ସି. ଜୋସେଫାଇନ୍‌, ସୁଧାସୁନ୍ଦରମଣି, ହରିଆନାର ଖାପ୍ ପଞ୍ଚାୟତ ବିରୋଧୀ ଆନ୍ଦୋଳନର ନେତ୍ରୀ ଜଗମତି ସଙ୍ଗବାନ, ତାମିଲନାଡ଼ୁର ଦଳିତ ବିରୋଧୀ ନେତ୍ରୀ ବାସୁକୀଙ୍କ ସମେତ ୨୩ଟି ରାଜ୍ୟର ନାରୀ ଆନ୍ଦୋଳନର ନେତ୍ରୀମାନେ ଯୋଗ ଦେଇଥିଲେ । ଏଥିସହିତ ଓଡ଼ିଶା ରାଜ୍ୟ ମିହଳା ଆନ୍ଦୋଳନର ନେତ୍ରୀ ତାପସୀ ପ୍ରହରାଜ, ପୁଷ୍ପାଞ୍ଜଳି ଦାଶ ଓ ସନ୍ଧ୍ୟା ମଜୁମଦାର ଅଂଶ ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ