ଗଣଧାରଣା ପାଇଁ ସିପିଆଇର ପ୍ରସ୍ତୁତି ବୈଠକ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍‌) : ଗଭୀର ଆର୍ଥିକ ସଙ୍କଟ ଓ ଲୋକଙ୍କ ଦୁର୍ଦ୍ଦଶା ବୃଦ୍ଧି ପ୍ରତିବାଦରେ ଆସନ୍ତା ୧୬ ତାରିଖରେ ସିପିଆଇ ଓ ସିପିଆଇ(ଏମ୍‌) ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଗଣ ବିକ୍ଷୋଭ ଅନୁଷ୍ଠିତ ହେବ । ଏନେଇ ଛତ୍ରପୁର ସ୍ଥିତ ଲକ୍ଷ୍ମଣ ଭବନ ଠାରେ ସିପିଆଇ ଗଞ୍ଜାମ ଜୋନ୍ ସହ ସଂପାଦକ ପୂର୍ଣ୍ଣଚନ୍ଦ୍ର ରଥଙ୍କ ସଭାପତିତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ସରକାରୀ ପୁଞ୍ଜିନିବେଶ ବୃଦ୍ଧିକରି ନିଯୁକ୍ତି ସୃଷ୍ଟି କରାଯାଉ ଏବଂ ସେପର୍ଯ୍ୟନ୍ତ ବେକାରୀ ଭତ୍ତା ଦିଆଯାଉ । ସମସ୍ତ ପ୍ରକାର ଛଟେଇ ଓ କାମବନ୍ଦକୁ ରୋକାଯାଉ । ସର୍ବନିମ୍ନ ମାସିକ ମଜୁରୀ ୧୮ ହଜାର ଟଙ୍‌କା ଏବଂ ନିଯୁକ୍ତି ହରାଇଥିବା ବ୍ୟକ୍ତିଙ୍କୁ ମାସିକ ଭତ୍ତା ଦିଆଯାଉ । ରାଷ୍ଟ୍ରାୟତ ଉଦ୍ୟୋଗର ଘରୋଇକରଣ, ପ୍ରତିରକ୍ଷା ଓ କୋଇଲା କ୍ଷେତ୍ରରେ ୧୦୦ ପ୍ରତିଶତ ବିଦେଶୀ ପୁଞ୍ଜିନିବେଶ ବନ୍ଦ ହେଉ । ଏମନରେଗା ପାଣ୍ଠି ବୃଦ୍ଧିକରି ଗ୍ରାମୀଣ ବେକାରୀଙ୍କୁ ସର୍ବନିମ୍ନ ୨୦୦ ଦିନ ନିଯୁକ୍ତି ପ୍ରଦାନ କରାଯାଉ । କୃଷକମାନଙ୍କ ଉପରୁ ଋଣଛାଡ ଏବଂ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ଲଗୁଡିତ ଦେଢଗୁଣ କରାଯାଉ । ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ମାସିକ ୩ ହଜାର ଟଙ୍କା କରାଯାଉ ପ୍ରମୁଖ ଦାବି ସଂକ୍ରାନ୍ତୀୟ ନେଇ ସିପିଆଇ ଓ ସିପିଏମ୍ ତରଫରୁ ଗଣଧାରଣା ଦିଆଯିବ । ଏହି ପ୍ରସ୍ତୁତି ବୈଠକରେ ସିପିଆଇ ଜିଲ୍ଲା ସଂପାଦକ ପ୍ରକାଶ ପାତ୍‌ର, ସହ ସଂପାଦକ ନୀଳକଣ୍ଠ ଦାଶ, ଛତ୍ରପୁର ଜୋନ୍ ସଂପାଦକ ଏସ୍‌.କ୍ରିଷ୍ଣା ରେଡ୍ଡି, ସହ ସଂପାଦକ ଡି.ଆଦି ନାରାୟଣ ରେଡ୍ଡି, ଚମାଖଣ୍ଡି ଜୋନ୍ ସଂପାଦକ ସିଏଚ୍‌.ଜନାର୍ଦ୍ଦନ ରେଡ୍ଡି, ସହ ସଂପାଦକ ଏନ୍‌.ଗିରିଜା ପ୍ରସାଦ ରେଡ୍ଡି, ରାଜୀବ ଲୋଚନ ପଣ୍ଡା, ଏନ୍‌.ଭାନୁମତୀ ରେଡ୍ଡି, ପ୍ରଫୁଲ ପାଣିଗ୍ରାହୀଙ୍କ ସମେତ ବହୁ ନେତା ଓ କର୍ମୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ