ଗଣମାଧ୍ୟମ ପ୍ରତିନିଧିଙ୍କୁ କରୋନା ଯୋଦ୍ଧା ଭାବେ ସମ୍ବର୍ଦ୍ଧିତ

ନାଉଗାଁ, (ଓ୍ବାଇଏନ୍ଏସ୍):ନାଉଗାଁ ବ୍ଳକରେ କାର୍ଯ୍ୟରତ ଗଣାମଧ୍ୟମ ପ୍ରତିନିଧିଙ୍କୁ ଜିଲ୍ଲା ବିଜେପି ପକ୍ଷରୁ କରୋନା ଯୋଦ୍ଧା ଭାବେ ସମ୍ବର୍ଦ୍ଧିତ କରାଯାଇଛି । ରବିବାର ଗଜରାଜପୁର ପଂଚାୟତରେ ଅନୁଷ୍ଠିତ ସମ୍ବର୍ଦ୍ଧନାରେ ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ର ଯୋଗ ଦେଇ ମାନପତ୍ର, ଉତରୀୟ ଓ ପୁଷ୍ପ ଗୁଚ୍ଛ ଦେଇ ସମ୍ମାନିତ କରିଥିଲେ । କରୋନା ମୁକାବିଲା ପାଇଁ ଗଣାମଧ୍ୟମ ପ୍ରତିନିଧିମାନେ ଜନସାଧାରଣଙ୍କ ନିକଟରେ ଟିକ ନିକ ଖବର ପ୍ରଦାନ କରୁଥିବା ବେଳେ କରୋନା ଯୋଦ୍ଧା ଭାବେ କାର୍ଯ୍ୟ କରୁଛନ୍ତି । ସେମାନଙ୍କ କାର୍ଯ୍ୟକୁ ସମ୍ମାନ ଜଣାଇ ଗଣାମଧ୍ୟମ ପ୍ରତିନିଧମାନଙ୍କୁ ଉତ୍ସାହ ଯୋଗାଇବା ସହିତ ସମ୍ମାନୀତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଗଣାମାଧ୍ୟମ ପ୍ରତିନିଧି ମାନଙ୍କୁ ମାସ୍କ, ସାନିଟାଇଜର ଆଦି ବଂଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତିଙ୍କ ସମେତ ମଣ୍ଡଳ ସଭାପତି ଦୁର୍ଗା ପ୍ରସାଦ ଆଚାର୍ଯ୍ୟ, ଗଣେଶ ପ୍ରସାଦ ମହାନ୍ତି, ସୋମନାଥ ରାଉତ, ମିହିର ରଂଜନ ବଡୁ, ପବିତ୍ର ବିଶ୍ୱାଳ, କେଦାର ନାଥ ଆଚାର୍ଯ୍ୟ ଆଦି ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ