ଗଣମାଧ୍ୟମ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର ପ୍ରତିବାଦରେ ବିକ୍ଷୋଭ ଏସ୍ପିଙ୍କୁ ଦାବିପତ୍ର

ଖୋର୍ଦ୍ଧା (ଜୁଗାବ୍ଦ ନ୍ୟୁଜ୍‍): ଗଣମାଧ୍ୟମ ପ୍ରତିନିଧିଙ୍କୁ ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅଧିକାରୀଙ୍କ ଦୁର୍ବ୍ୟବହାର କରିବା ଘଟଣାକୁ ଦୃଢ ନିନ୍ଦା କରିଛି ଓୟୁଡବ୍ଲଭଜେ, ଖୋର୍ଦ୍ଧା ଜିଲ୍ଲା ଶାଖା । ଏ ସମ୍ପର୍କରେ ଓଡ଼ିଶା ଲୋକ ଦଳ ପକ୍ଷରୁ ସଭାପତି ଦୀପ୍ତି ରଂଜନ ମହାନ୍ତିଙ୍କ ନେତୃତ୍ୱରେ ଲୋକ ଦଳର ଅନ୍ୟ କର୍ମକର୍ତ୍ତାଙ୍କ ସମେତ ଖୋର୍ଦ୍ଧା ଜିଲ୍ଲା ଓୟୁଡବ୍ଲୁଜେ ଜିଲ୍ଲା ଶାଖା କର୍ମକର୍ତ୍ତା ଭୁବନେଶ୍ୱର ପୁଲିସ ଡିସିପିଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହିତ ବିକ୍ଷୋବ ପ୍ରଦର୍ଶନ କରିଥିଲେ । ଡିସିପିଙ୍କ ଅନୁପସ୍ଥିିତରେ ଏସ୍ପିଙ୍କୁ କର୍ତ୍ତବ୍ୟସ୍ଥଳରେ ସାମ୍ବାଦିକଙ୍କୁ ସୁରକ୍ଷା ଏବଂ ମଞ୍ଚେଶ୍ୱର ଥାନାଧିକାରୀଙ୍କୁ ବଦଳି ଓ ଗିରଫ କରିବା ନିମନ୍ତେ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀ ଏବଂ ପୁଲିସ ମହାନିର୍ଦ୍ଦେଶକଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ । ଆଗାମୀ ଦିନରେ ଓଡ଼ିଶାରେ କର୍ତ୍ତବ୍ୟରତ ସାମ୍ବାଦିକମାନଙ୍କ ଉପରେ ହେଉଥିବା ଆକ୍ରମଣ ଘଟଣାକୁ ଯଦି ରାଜ୍ୟ ସରକାର ଦୃଢ ହସ୍ତରେ ଦମନ ନ କରନ୍ତି ତାହାହେଲେ ଓଡ଼ିଶା ଲୋକଦଳ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦିଆଯାଇଛି । ଓଡ଼ିଶା ଲୋକ ଦଳ ସଭାପତି ଦିପ୍ତୀରଂଜନ ମହାନ୍ତି ସାଧାରଣ ସମ୍ପାଦକ ଦୁଷ୍ମନ୍ତ ବେହେରା, ବିରଞ୍ଜି ନାରାୟଣ ପଟ୍ଟନାୟକ, ଯୁବା ଆବାହକ ଦିପଙ୍କର ମହାନ୍ତିଙ୍କ ସମେତ ବହୁ କର୍ମକର୍ତ୍ତା ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ