ଶ୍ୱଶୁର ଘରେ ଗଣ୍ଡଗୋଳ କରି ଜ୍ୱାଇଁ ଗିରଫ ଖଣ୍ଡା, କୁରାଢ଼ି ସହ କାର୍ ଜବତ

ବେଗୁନିଆ (ଜୁଗାବ୍ଦ ନ୍ୟୁଜ୍‍): ବେଗୁନିଆ ଥାନା ଲୋକିପୁର ଗ୍ରାମର ପ୍ରଫୁଲ ସାମନ୍ତରାୟଙ୍କ ଝିଅ ଲିପ୍ସା ଖୋର୍ଦ୍ଧା ସଦରଥାନା ଅନ୍ତର୍ଗତ ଡିହପୁର ଗ୍ରାମର ପପୁ ଓରଫ ପ୍ରାଣନାଥ ରଣସିଂହଙ୍କୁ ୨୦୧୮ ଜୁନ ମାସରେ ବିବାହ କରିଥିଲେ । ବିବାହର କିଛି ମାସ ଭଲରେ ଚଳିବାପରେ ଉଭୟଙ୍କ ମଧ୍ୟରେ ପାରିବାରିକ ଗଣ୍ଡଗୋଳକୁ ନେଇ ଲିପସା ବାପଘରେ ରହୁଥିଲା । ପୁନଶ୍ଚ କିଛିମାସ ପରେ ଭଦ୍ରଲୋକଙ୍କ ମଧ୍ୟସ୍ଥିତାରେ ଘଟଣାର ସମାଧାନ ହେବାପରେ ଲିପସା ଶ୍ୱଶୁର ଘରକୁ ଯାଇଥିଲା । କିନ୍ତୁ ସ୍ୱାମୀ ସବୁବେଳେ ମଦ ପିଇ ଘରେ ଆସି ଗଣ୍ଡଗୋଳ କରିବାରୁ ସେ ବାପଘରକୁ ଚାଲି ଆସିଥିଲା ଏବଂ ବାପ ଘରେ ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲା । ୧୫ତାରିଖ ରାତି ୨ଟାରେ ପ୍ରାଣନାଥ ତାର ସାଙ୍ଗ ପଲାର ଚନ୍ଦନ ବରାଳ ସହ ଏକ କାର୍ (ଓଆର ୧୯ କେ ୭୫୩୩)ରେ ଶ୍ୱଶୁର ଘରେ ପହଞ୍ଚି ଗାଳି ଗୁଳଜ କରିବା ସହିତ ଧମକ ଚମକ ଦେଇଥିଲା ଏବଂ ତାର ସ୍ତ୍ରୀକୁ ସାଙ୍ଗରେ ଛାଡ଼ିବା ପାଇଁ ଶ୍ୱଶୁରଙ୍କୁ ବାଧ୍ୟ କରିଥିଲା । ପାଟି ତୁଣ୍ଡ ଶୁଣି ଗ୍ରାମର ଲୋକମାନେ ଏକତ୍ରିତ ହେବାର ଦେଖି ଚନ୍ଦନ ସେଠାରୁ ଖସି ପଳାଇଥିଲା । ଗ୍ରାମ ଲୋକମାନେ ପ୍ରାଣନାଥକୁ ଗାଡ଼ି ସହିତ ଅଟକ ରଖି ପୁଲିସକୁ ଖବର ଦେଇଥିଲେ । ପୁଲିସ ସବ୍ଇନ୍ସପେକ୍ଟର ସନ୍ଥ ଚରଣ ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ପ୍ରାଣନାଥକୁ ଗିରଫ କରିବା ସହିତ କାରରୁ ଏକ ଖଣ୍ଡା ଏବଂ କୁରାଢ଼ି ଜବତ କରି କାରକୁ ମଧ୍ୟ ଜବତ କରିଛନ୍ତି । ପରେ ପ୍ରାଣନାଥକୁ କୋର୍ଟ ଚାଲାଣ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ