ଗଣମାଧ୍ୟମ ପ୍ରତିନିଧିଙ୍କ ବଂଧୁମିଳନ ଉତ୍ସବ
ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) :ଇଂରାଜୀ ନବବର୍ଷ ଉପଲକ୍ଷେ ଭଣ୍ଡାରିପୋଖରୀ ତହସିଲ ଡାକ ବଙ୍ଗଳା ଠାରେ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିଙ୍କ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରେସ କ୍ଲବର ସଭାପତି ଧ୍ରୁବଚରଣ ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ଅତିଥି ଭାବେ ବିଧାୟକଙ୍କ ପ୍ରତିନିଧି ଇଂ ପ୍ରୟାସ କାନ୍ତି ସାମଲ ଯୋଗଦେଇ ନବବର୍ଷ ଉପଲକ୍ଷେ ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏହା ସହିତ ବ୍ଲକ ଅଂଚଳରେ ସାମଗ୍ରିକ ବିକାଶ ପାଇଁ ଗଣମାଧ୍ୟମ ବନ୍ଧୁ ମାନଙ୍କ ସହଯୋଗ ଏକାନ୍ତ ଆବଶ୍ୟକ ବୋଲି ଶ୍ରୀ ସାମଲ ମତ ବ୍ୟକ୍ତ କରିଥିଲେ। ଆଗାମୀ ଦିନରେ ଭଣ୍ଡାରିପୋଖରୀ ପ୍ରେସ କ୍ଲବର ଏକ କାର୍ଯ୍ୟାଳୟ ନିର୍ମାଣ ହେବ ବୋଲି ଶ୍ରୀ ସାମଲ ଆଜିର ବୈଠକରେ ପ୍ରତିଶ୍ରୁତି ଦେଇଥିଲେ। ଏନେଇ ଆଜି ସେ ତହସିଲଦାର ଓ ଅନ୍ୟାନ୍ୟ ଅଧିକାରୀଙ୍କ ସହିତ ଆଲୋଚନା କରିଥିବା ବେଳେ ସ୍ଥାନ ଚିହ୍ନଟ ପରେ ଯଥାଶୀଘ୍ର କାର୍ଯ୍ୟାଳୟ ନିର୍ମାଣ ପାଇଁ ବିଧାୟକଙ୍କ ପାଣ୍ଠିରୁ ଅର୍ଥ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ସମ୍ପାଦକ ନିତ୍ୟାନନ୍ଦ ଜେନା, ଦିଗମ୍ବର ଜେନା, ଅଜୟ ରାଉତ, ନାରଣ ଦାସ, ଦେବୀ ବାରିକ, ସତ୍ୟବ୍ରତ ପ୍ରଧାନ, ବିକାଶ ବେହେରା, ଭଗବାନ ସାମଲ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଦେବାନନ୍ଦ ସେଠୀ, ବିଶ୍ୱଜିତ ପଲେଇ, ତୁଷାରକାନ୍ତ ବାରିକ, ମନୋରଞ୍ଜନ ମହାନ୍ତି, ରାଜକିଶୋର ଜେନା, କମଳାକାନ୍ତ ପରିଡା, ମନୋରଞ୍ଜନ ସେଠୀ, ମୃତ୍ୟୁଞ୍ଜୟ ସେନାପତି, ସୁଶାନ୍ତ କୁମାର ଦାସ ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ । ଯୁବ ସାମ୍ବାଦିକ ଦୁର୍ଯ୍ୟୋଧନ ଲେଙ୍କା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।


