ଗଣିଜାଙ୍ଗ ଏକାଡେମିକ୍ ସ୍କୁଲ ବିଜ୍ଞାନମେଳାରେ ୪୦ ପ୍ରକଳ୍ପ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ଗଣିଜାଙ୍ଗସ୍ଥିତ ଏକାଡେମିକ୍ ଇଣ୍ଟରନେସନାଲ ସ୍କୁଲରେ ବିଜ୍ଞାନମେଳା ଅନୁଷ୍ଠିତ ହୋଇଯାଇଛି ।ଏହି ମେଳାରେ ୬୦ ଜଣ ଛାତ୍ରଛାତ୍ରୀ ଭାଗନେଇଥିବା ବେଳେ ୪୦ ପ୍ରକଳ୍ପ ସ୍ଥାନିତ ହୋଇଥିଲା । ସ୍କୁଲର ଅଧ୍ୟକ୍ଷ ବସନ୍ତ କୁମାର ସାମଲଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ମେଳାରେ ପରିଚାଳନା ନିର୍ଦ୍ଦେଶକ ଦୈତାରୀ ପତି ଉପସ୍ଥିତ ଥିଲେ । ଏଥିରେ ଅତିଥି ଭାବେ ସମାଜସେବୀ ଅଶୋକ କୁମାର ସେଠୀ, ଶାନ୍ତିସ୍ୱରୂପ ମିଶ୍ର, ବିଜୟ ବିକ୍ରମ ସାମଲ ଯୋଗ ଦେଇ ବିଜ୍ଞାନମେଳାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ପ୍ରକଳ୍ପ ମୂଲ୍ୟାୟନ କରାଯାଇଥିଲା । ଶିକ୍ଷକ ମାନସ ଜେନା, ଦୀଲିପ ନାୟକ, ସୁନୀଲ ସାହୁ, ସଲିମ ଅଲ୍ଲୀ, ହିମାଂଶୁ ପ୍ରଧାନ, ଚିନ୍ମୟ ଦାସ, ପ୍ରସନ୍ନ ବିଶ୍ୱାଳ, ପ୍ରଜ୍ଞାପରମିତା, ଶୁଭଲକ୍ଷ୍ମୀ ଜେନା, ତପସ୍ୱିନୀ ପାତ୍ର, ହୋଲି ପଣ୍ଡା, ବିନିତା ତ୍ରିପାଠୀ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ