ଗଣିଜାଙ୍ଗ କାଳୀପୂଜା ସାଂସ୍କୃତିକ ମଞ୍ଚର ୩ୟ ସନ୍ଧ୍ୟା

ବନ୍ତ,(ଯୁଗାବ୍ଦ ନ୍ୟୁଜ୍‌) : ବନ୍ତ ବ୍ଲକ ଗଣିଜାଙ୍ଗ କାଳୀ ପୂଜା କମିଟି ପକ୍ଷରୁ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମର ୩ୟ ସନ୍ଧ୍ୟା ବିଦ୍ୟୁତ୍ ବିଭାଗ ଭିଜିଲାନ୍ସ ଆରକ୍ଷୀ ଅଧିକ୍ଷକ ଦୀଲିପ ଦାସଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ଅମ୍ବିକା ବଲ୍ଲଭ ସ୍ୱାଇଁ, ମୁଖ୍ୟ ବକ୍ତା ଭାବେ ବଉଳା ମହାବିଦ୍ୟାଳୟର ଅଧ୍ୟାପକ ଫକୀର ଚରଣ ଶଂଖୁଆ, ସମ୍ମାନୀତ ଅତିଥି ଭାବେ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, କମିସନେଟ ପୋଲିସ ଆଇନଜୀବି ମନୋଜ ରାୟ, ପୂଜା କମିଟିର ସଭାପତି ହୃଦାନନ୍ଦ ଘଡେଇ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଶିକ୍ଷକ ଶ୍ରୀକାନ୍ତ ପଣ୍ଡା ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷକ ଅଭୟ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ୧୦ ଜଣ ପ୍ରତିଯୋଗୀ ନୃତ୍ୟ ପରିବେଷଣ କରିଥିଲେ । ବିଚାରକ ଭାବେ ନାଟ୍ୟଗୁର ନରାୟଣ ଚନ୍ଦ୍ର ସାହୁ, ନାଟ୍ୟ ନିର୍ଦ୍ଦେଶକ ଭାବେ ଗୌରାଙ୍ଗ ଚରଣ ବାରିକ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ