ଗଣିଜାଙ୍ଗ କାଳୀ ପଡିଆ ଉନ୍ନତିକରଣ କାର୍ଯ୍ୟ ନିମ୍ନମାନର
ବନ୍ତ,(ଯୁଗାଦ୍ଧ ନ୍ୟୁଜ୍) : ବନ୍ତ ବ୍ଲକ ଗଣିଜାଙ୍ଗ କାଳୀ ପଡିଆ ଉନ୍ନତିକରଣ କାର୍ଯ୍ୟ ନିମ୍ନମାନର ଅଭିଯୋଗ ହୋଇଛି । ପ୍ରକାଶ ଯେ, ଗଣିଜାଙ୍ଗ କାଳୀ ପଡିଆର ଉନ୍ନତିକରଣ ପାଇଁ ଜିଲା ଗ୍ରାମ୍ୟ ଉନ୍ନୟନ ବିଭାଗ ଭଦ୍ରକ ତଥା ବନ୍ତ ପଞ୍ଚାୟତ ସମିତି ପକ୍ଷରୁ ଗତ ୨୦୧୮-୧୯ ଆର୍ଥିକ ବର୍ଷରେ ୮୫ ହଜାର ଟଙ୍କା ଅଟକଳ ମୂଲ୍ୟରେ ପ୍ରକଳ୍ପ କାର୍ଯ୍ୟ ଆସିଥିଲା । ଉକ୍ତ କାର୍ଯ୍ୟର କାର୍ଯ୍ୟାଦେଶ ସଂପୃକ୍ତ ପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଦିଆଯାଇଥିଲା । ଉକ୍ତ ପ୍ରକଳ୍ପର ନିର୍ମାଣ କାର୍ଯ୍ୟରେ ମାତ୍ର ଦୁଇ ଟ୍ରିପ୍ ମୋରମ ଓ ଏକ ଟ୍ରିପ୍ ବାଲି ପକାଯାଇ ସମସ୍ତ ଅର୍ଥକୁ ବିଲ୍ କରିନିଆଯାଇଛି ବୋଲି ଅଭିଯୋଗ ହୋଇଛି । ଫଳରେ ସ୍ଥାନୀୟ ଅଞ୍ଚଳର ଲୋକ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଏସଂପର୍କରେ କନିଷ୍ଠ ଯନ୍ତ୍ରୀ ଦେବେନ୍ଦ୍ର କୁମାର ନାୟକଙ୍କ ସହ ଯୋଗାଯୋଗ କରାଯିବାରୁ ସେ କହିଥିଲେ ଯେ, ଉକ୍ତ କାର୍ଯ୍ୟର ବିଲ ଅଦ୍ୟାବଧି ହୋଇନାହିଁ । କାମ ଠିକ୍ ଭାବରେ ନହେଲେ ବିଲ୍ କରାଯିବ ନାହିଁ ବୋଲି ସେ କହିଥିଲେ ।