ଗଣିଜାଙ୍ଗ ସେବା ସମବାୟ ସମିତିରେ ଧାନକିଣା ନେଇ ବୈଠକ

ବନ୍ତ, (ଯୁଗାଦ୍ଧ ନ୍ୟୁଜ୍‌) : ବନ୍ତ ବ୍ଲକ ଗଣିଜାଙ୍ଗ ସେବା ସମବାୟ ସମିତିରେ ଚଳିତ ବର୍ଷ ଧାନ କିଣା ନେଇ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଭାପତି ଜଗନ୍ନାଥ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଚାଷୀ କମିଟି ସଭ୍ୟ ତଥା ସରପଞ୍ଚ ରଂଜନ କୁମାର ସାହୁ, ସଭ୍ୟା ତଥା ନାଏବ ସରପଞ୍ଚ ତୁଳସୀ ଦାସ, ବ୍ଳକ ଯୋଗାଣ ଅଧିକାରୀ ଅଶୋକ କୁମାର ବେହେରା, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ କୁମାର ପଣ୍ଡା, ରାଜସ୍ୱ ନୀରିକ୍ଷକ ଦିପ୍ତିମୟୀ ସ୍ୱାଇଁ, କୃଷି କର୍ମଚାରୀ ତପନ କୁମାର ସେଠୀ, ସଭ୍ୟ ଭୀମ ଚରଣ ସାମଲ, ସତ୍ୟବ୍ରତ ପଣ୍ଡା ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ସରକାରଙ୍କ ନୂତନ ପଦ୍ଧତି ଅନୁଯାୟୀ ଧାନ କ୍ରୟ ସଂପର୍କରେ ଯୋଗାଣ ଅଧିକାରୀ ଅବଗତ କରାଇଥିଲେ । ପଞ୍ଜୀକୃତ ଚାଷୀ ମାନେ ଯେପରି ଠିକ୍ ଭାବେ ଧାନମଣ୍ଡିରେ ବିକ୍ରୟ କରିପାରିବେ ସେଥିପ୍ରତି ଗୁରୁତ୍ୱାରୋପ କରାଯାଇଥିଲା । ମୁଖ୍ୟତଃ ଏଫ.ଏ.କ୍ୟୁ ମାନର ଧାନ ଚାଷୀ ମାନେ ମଣ୍ଡିକୁ ଆଣିବା ଉପରେ ବ୍ଲକ ଯୋଗାଣ ଅଧିକାରୀ କହିଥିଲେ । ଚଳିତ ବର୍ଷ ସଂପୂର୍ଣ୍ଣ ନୂତନ ପଦ୍ଧତିରେ ଧାନ କ୍ରୟ କରାଯାଉଥିବାରୁ ଧାନର ମାନ ତଥା ମିଲରଙ୍କ ସହିତ ଯୋଗାଯୋଗ ରକ୍ଷା କରିବା ଏବଂ ଆବଶ୍ୟକ ଗାଡି ମଣ୍ଡିକୁ ଯୋଗାଇ ଦେବା, ଆ.ଏମ୍‌.ସି ତଥା ଜିଲ୍ଲା ଯୋଗାଣ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ବୈଠକରେ ଆଲୋଚନା କରାଯାଇଥିଲା । ଏହି ବୈଠକରେ ସଂପାଦକ ବ୍ରଜ କିଶୋର ବିଶ୍ୱାଳ, କର୍ମଚାରୀ ସନାତନ ବେହେରା, ଦୀପକ କୁମାର ବାରିକ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ